ଜିଲ୍ଲାସ୍ତରରେ ମଜବୁତ ହେବ କଂଗ୍ରେସ, ଆରମ୍ଭ ହେଲା ‘ସୁଜନ’ ଅଭିଯାନ

Spread the love

ଭୁବନେଶ୍ଵର:(ଜେଏମଜେ ବ୍ୟୁରୋ):  ସଂଗଠନ ‘ସୁଜନ’ ଅଭିଯାନ ମାଧ୍ୟମରେ ଜିଲ୍ଲାକୁ ଅଧିକ ମଜବୁତ କରିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି। ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଚୟନ ନେଇ ନେତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜେ ଡ଼ି ଶିଲମ। ଗଣମାଧ୍ୟମକୁ ସୂଚନା ଦେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଆମେ ଗୁଜରାଟ, ମଧ୍ୟପ୍ରଦେଶ ଏବଂ ହରିୟାଣା ଭଳି ଓଡ଼ିଶାରେ ସଂଗଠନ ସୁଜନ ଅଭିଯାନକୁ କାର୍ଯ୍ୟକାରୀ କରାଇବାରେ ସଫଳ ହୋଇଛୁ।

ସେ କହିଛନ୍ତି, ଆଜି ଭୁବନେଶ୍ୱର ଜିଲ୍ଲାର କଂଗ୍ରେସ ନେତା ଏବଂ କର୍ମୀଙ୍କ ସହ ଆମେ ଆଲୋଚନା କରିଛୁ। ବହୁ ନେତାଙ୍କ ସହ ଓ୍ଵାନ ଟୁ ଓ୍ଵାନ କଥା ହୋଇଛୁ। ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ମହିଳା କଂଗ୍ରେସ ନେତାଙ୍କ ସହ ମଧ୍ୟ ଆଲୋଚନା ହେବ। ବୁଦ୍ଧିଜୀବୀଙ୍କ ସହ ମଧ୍ୟ ଆଲୋଚନା କରି ସେମାନଙ୍କର ମତାମତ ଆମେ ସଂଗ୍ରହ କରିବୁ। ଯିଏ  ବି ଜିଲ୍ଲା ସଭାପତି ହେବ ସେ କେଉଁଭଳି ଭାବେ ଜିଲ୍ଲାର ସମସ୍ତ ନେତା ଏବଂ କର୍ମୀଙ୍କୁ ଏକାଠି ନେଇ ଚାଲିବେ, ସେଭଳି ନେତାଙ୍କ ନାମ ଆମେ ଏଆଇସିସିକୁ ପଠେଇବୁ।

ଏହା ସହ ଯିଏ କଂଗ୍ରେସ ଆଦର୍ଶକୁ ଭଲ ପାଉଥିବ ୫ ବର୍ଷରୁ ଅଧିକ ସମୟ କଂଗ୍ରେସ ଦଳରେ କାର୍ଯ୍ୟ କରିଥିବା, ନେତାଙ୍କୁ ଆମେ ଚୟାନ କରିବୁ। ଆସନ୍ତାକାଲି ଏକାମ୍ର ଏବଂ ଉତ୍ତର ନିର୍ବାଚନ ମଣ୍ଡଳୀର ଅନେକ ବ୍ଲକକୁ ଆମେ ଗସ୍ତ କରି କଂଗ୍ରେସ ନେତା, କର୍ମୀ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବୁ। 

  • jmjnewso

    Related Posts

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    ବିଜେଡି ଓ କଂଗ୍ରେସର ସଭ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା। କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026