ଭୈରବଙ୍କ ହାକିମାତିକୁ ନେଇ ଭାଙ୍ଗିବାକୁ ବସିଲାଣି BJD!

Spread the love

ଜେଏମଜେ ବ୍ୟୁରୋ : ବିଜେଡିରେ ଥମୁନି ବୟାନବାଜି । ଦେବାଶିଷ ସାମନ୍ତରାୟ, ରାଜା ସ୍ବାଇଁ, ବଦ୍ରି ପାତ୍ର ଓ ଅଶୋକ ପଣ୍ଡାଙ୍କ ପରେ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂ । ଭୂପିନ୍ଦର କହିଛନ୍ତି, କିଛି ଜଣଙ୍କ ଦ୍ବାରା ଦଳ ପରିଚାଳିତ ହେବାରୁ ବଢୁଛି ଅସନ୍ତୋଷ । ସେ ଆହୁରି ବି କହିଛନ୍ତି, 2024 ନିର୍ବାଚନ ପରଠାରୁ ସଂସଦରେ ବିଜେଡିର ଷ୍ଟାଣ୍ଡ କ୍ଲିୟର ନୁହେଁ । ଲୋକଙ୍କ କଥାକୁ ଖାମଖିଆଲି ଭାବେ ନେଲେ ଦଳ ପାଇଁ ଆଗକୁ କ୍ଷତି ହେବ ।

ଅଶୋକଙ୍କ କଥା ଦୋହରାଇ ଭୂପିନ୍ଦର କହିଛନ୍ତି କାହାର ବ୍ୟକ୍ତିଗତ ନୁହେଁ, ନବୀନ ପଟ୍ଟନାୟକ ରାଜ୍ୟର ସମ୍ପତ୍ତି । ସମସ୍ତଙ୍କୁ ନେଇ ନିଷ୍ପତ୍ତି ନିଆଗଲେ କେବେ ବି ଭୁଲ ହୁଅନ୍ତା ନାହିଁ । କିନ୍ତୁ କିଛି ଜଣଙ୍କ ଦ୍ଵାରା ଦଳ ପରିଚାଳିତ ହେବାରୁ ଅସନ୍ତୋଷ ବଢୁଛି। ଯାହା କି ଦଳ ପାଇଁ କ୍ଷତିକାରକ ।

ସେହିପରି ନିଜ ଦଳର ଆଭିମୁଖ୍ୟ ନେଇ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । କହିଛନ୍ତି 2024 ନିର୍ବାଚନ ପରଠାରୁ ସଂସଦରେ ବିଜେଡିର ଷ୍ଟାଣ୍ଡ କ୍ଲିୟର ନୁହେଁ । ଲୋକଙ୍କ କଥାକୁ ଖାମଖିଆଲି ଭାବେ ନେଲେ ଦଳ ପାଇଁ ଆଗକୁ କ୍ଷତି ହେବ ବୋଲି କହିଛନ୍ତି ଭୁପିନ୍ଦର । ଯାହାର ଜବାବ ରଖିଛନ୍ତି ଦଳୀୟ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ । ବଢୁଥିବା ଅସନ୍ତୋଷ ଓ ବୟାନ ବାଜି ବିଜେଡିର ଭବିଷ୍ୟତ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 72 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ