୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆସିଷ୍ଟାଣ୍ଟ ଟାକ୍ସ କମିସନର

Spread the love

ଜେଏମଜେ ବ୍ୟୁରୋ : ଆସିଷ୍ଟାଣ୍ଟ ଟାକ୍ସ କମିସନର ସରିତା ବାରିକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ବ୍ୟବସାୟୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି। ଭୁବନେଶ୍ୱର-IV ସର୍କଲରେ କାର୍ଯ୍ୟରତ ସରିତା ଜଣେ ବେକେରି ମାଲିକଙ୍କଠାରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଇନପୁଟ ଟ୍ୟାକ୍ସ କ୍ରେଡିଟ (ITC) ପ୍ରତ୍ୟାବର୍ତ୍ତନ ଏବଂ ଜରିମାନା ମାଫ କରିବା ପାଇଁ ଏହି ଲାଞ୍ଚ ମାଗିଥିଲେ।

ବେକେରି ମାଲିକଙ୍କୁ ସରିତା ୨,୨୭,୧୪୭ ଟଙ୍କାର ଜରିମାନା ଓ ଟିକସ ପରିଶୋଧ ପାଇଁ ନୋଟିସ ଜାରି କରିଥିଲେ। ଏହା ଜାଣି ମାଲିକ ସରିତାଙ୍କୁ ଅନୁରୋଧ କରିଥିଲେ, କିନ୍ତୁ ସେ ଜରିମାନା ମାଫ ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାପରେ ମାଲିକ ଭିଜିଲାନ୍ସକୁ ଅଭିଯୋଗ କରିଥିଲେ।ଶ୍ରୀମତୀ ବାରିକଙ୍କୁ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବରୁ ଯୋଜନା କରିଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ରଂଗବୋଳା ଟଙ୍କା ଜବତ ହୋଇଥିଲା।ଏ ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ନଂ ୧୮ (୨୬.୦୮.୨୦୨୫) ଅନ୍ତର୍ଗତ ଦଫା ୭ ପିସି (ସଂଶୋଧନ) ଆଇନ, ୨୦୧୮ରେ ରୁଜୁ ହୋଇଛି। ତଦନ୍ତ ଜାରି ରହିଛି

  • jmjnewso

    Related Posts

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    Spread the love

    Spread the love ସୋରଡ଼ା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର…

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 22 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 19 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 27 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 35 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 41 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 36 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ