ଶ୍ରୀମନ୍ଦିରରେ ଗୁପ୍ତ କ୍ୟାମେରା ସନ୍ଦେରେ କୋଲକାତାର ଜଣେ ଭକ୍ତ ଗିରଫ.

Spread the love

ପୁରୀ: (ଜେଏମଜେ ବ୍ୟୁରୋ ): କୋଲକାତାର ଜଣେ ଭକ୍ତ ବୁଧବାର ଦିନ ତାଙ୍କ ଚଷମାରେ ଥିବା ଏକ ଗୁପ୍ତ କ୍ୟାମେରା ବ୍ୟବହାର କରି ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଭିତର ଦୃଶ୍ୟ ରେକର୍ଡ କରୁଥିବା ଅଭିଯୋଗରେ ଧରାପଡ଼ିଛନ୍ତି।

ଅଭିଯୁକ୍ତ ଅରୂପ ରାୟ (୩୧)ଙ୍କୁ ମନ୍ଦିର ସୁରକ୍ଷା କର୍ମଚାରୀ ଭିତର କାଠ ନିକଟରେ ଗିରଫ କରିଥିଲେ। ଯିଏକି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କ ଉପରେ ସନ୍ଦେହ ବଢିଥିଲା। ପରେ ତାଙ୍କୁ ଅଟକ ରଖାଯାଇ ଅଧିକ ତଦନ୍ତ ପାଇଁ ସିଂହଦ୍ୱାର ପୋଲିସକୁ ହସ୍ତାନ୍ତର କରାଯାଇଥିଲା।ଯାଞ୍ଚ ପାଇଁ ତାଙ୍କ ଚଷମା ଏବଂ ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ବ୍ୟକ୍ତି ଜଣକ ତାଙ୍କ ପରିବାର ସହିତ କୋଲକାତାରୁ ପୁରୀ ଆସିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନର ଧାରା ୩୦ ଅନୁଯାୟୀ ତାଙ୍କ ବିରୁଦ୍ଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିବା ନେଇ ପୁରୀ ଏସପି ପ୍ରତୀକ ସିଂହ ଗଣମାଧ୍ୟମକୁ କହିଛନ୍ତି।

ତେବେ ଶ୍ରୀମନ୍ଦିର ଭିତରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ଉପରେ ନିଷେଧାଦେଶ ଏବଂ ସାଇନବୋର୍ଡ ଲଗାଯାଇଥିବା ସତ୍ତ୍ୱେ ନିକଟରେ ଏପରି ଅନେକ ଘଟଣା ଘଟିଛି। ତେବେ ବାରମ୍ବାର ଏଭଳି ଘଟୁଥିବାରୁ ଓଡ଼ିଶା ସରକାର ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ୧୯୫୫କୁ ସଂଶୋଧନ କରିବାକୁ ଚିନ୍ତା କରୁଥିବା ଜଣାପଡିଛି।

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…