୧ରୁ ‘ଅପରେସନ୍ ପ୍ରହାର’ ପ୍ରତି ଜିଲ୍ଲାରେ ମଡେଲ୍ ନିଶା ନିବାରଣ କେନ୍ଦ୍ର

Spread the love

ଭୁବନେଶ୍ୱର: ବେଆଇନ୍ ମାଦକ ଦ୍ରବ୍ୟ ବିକ୍ରି, ଚୋରାଚାଲାଣରେ ଅଙ୍କୁଶ ଲଗାଇବା ପାଇଁ  ଆସନ୍ତା ୧ ତାରିଖରୁ ସମ୍ପୃକ୍ତ ବିଭାଗମାନଙ୍କର ମିଳିତ ସମନ୍ୱୟରେ ଭୁବନେଶ୍ୱର ସହର ସମେତ ରାଜ୍ୟର ସବୁ ଜିଲ୍ଲାରେ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ କରାଯିବ। ବିଭିନ୍ନ ନିଶା ଦ୍ରବ୍ୟ ଚୋରାଚାଲାଣକାରୀଙ୍କୁ ଧରିବା ଏବଂ ଏ ସବୁର ପ୍ରଚ୍ଛଦପଟରେ ଥିବା ମୁଖ୍ୟଙ୍କୁ ମଧ୍ୟ ବାନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ପେସାଲ୍‌ ଟାସ୍କଫୋର୍ସରେ ଅବକାରୀ, ଏନ୍‌ସିବି, ବିଏମ୍‌ସି ମିଳିତ ଭାବେ ଭୁବନେଶ୍ୱରକୁ ଏକ ନିଶାମୁକ୍ତ ସହର କରିବାକୁ କାର୍ଯ୍ୟ କରିବେ। ସ୍ପେସାଲ୍‌ ଟାସ୍କଫୋର୍ସ (ଏସ୍‌ଟିଏଫ୍) ଦ୍ୱାରା ‘ଅପରେସନ୍ ପ୍ରହାର୍’ ଆରମ୍ଭ କରାଯିବ ବୋଲି ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରି ଏହି ନିର୍ଦ୍ଦେଶ ଦେଇଛନ୍ତି। 

ରାଜ୍ୟରେ ଅପରାଧ କାର୍ଯ୍ୟକଳାପକୁ ବୃଦ୍ଧି କରୁଥିବା ନିଶା କାରବାରକୁ ରୋକିବା ପାଇଁ ଥିବା ପ୍ରତିରୋଧ ଅଧିନିୟମ ପିଆଇଟି-ଏନଡିପିଏସ୍ ଧାରା ଏବଂ ସିଆରପିସି ୧୧୦ (ବିଏନ୍‌ଏସ୍‌ଏସ୍‌-୧୨୯) ଧାରା ଲାଗୁ କରାଯିବ। ନିଶା ନିବାରଣ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଅନ୍ତତଃ ଗୋଟିଏ ଲେଖାଏଁ ମଡେଲ୍ ନିଶା ନିବାରଣ କେନ୍ଦ୍ର ରାଜ୍ୟ ସରକାର ସ୍ଥାପନ କରିବେ। ଶିକ୍ଷା ନଗରୀ ଭୁବନେଶ୍ୱରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରରେ ଚଢ଼ଉ ବ୍ୟାପକ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।  ନିଶା ନିବାରଣ କରିବା ଏବଂ ନିଶାବେପାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ରଣକୌଶଳ ଅବଲମ୍ବନ ତଥା ଟେକ୍ନୋଲେଜି ବ୍ୟବହାର କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ବିଭିନ୍ନ ପଥ ଦେଇ ରାଜ୍ୟକୁ ଆସୁଥିବା ମାଦକଦ୍ରବ୍ୟ ଚୋରାଚାଲାଣକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ବିସ୍ତୃତ ଆଲୋଚନା କରାଯାଇଥିଲା।

ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଲେ, ବେଆଇନ ମାଦକ ଦ୍ରବ୍ୟ ଚୋରାଚାଲାଣ ଓ ନିଶା ଦ୍ରବ୍ୟ ବ୍ୟବହାର ବିଭିନ୍ନ ଅପରାଧର କାରଣ ହେଉଥିବା ବେଳେ ସମାଜ ପ୍ରତି କ୍ଷତିର କାରଣ ସାଜୁଛି। ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ସହଯୋଗ ପ୍ରଦାନ କର‌ାଯିବ। ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା, ଆଇଜି ସିଆଇଡି ଓ ସିବି (ସ୍ୱତନ୍ତ୍ର ଟାକ୍ସଫୋର୍ସ) ସାର୍ଥକ ଷଡ଼ଙ୍ଗୀ, ଅବକାରୀ କମିସନର ପି. ଅନ୍ୱେଷା ରେଡ୍ଡୀ, ଏନ୍‌ସିବିର ଆଞ୍ଚଳିକ ନିର୍ଦ୍ଦେଶକ କୁଳଦୀପ ଶର୍ମା, ଏସିପି ନରସିଂହ ଭୋଳଙ୍କ ସମେତ ପୁଲିସ୍ ପ୍ରଶାସନ, ଅବକାରୀ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଏବଂ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 1 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ