ଓଡ଼ିଶା ରାଜ୍ୟ ବାର ପରିଷଦର କଡ଼ା ନିର୍ଦ୍ଦେଶ: ଲାଭ ଜନକ ପଦବୀରେ ଥିବା ସଦସ୍ୟଙ୍କ ଲାଇସେନ୍ସ ରଦ୍ଦ ହେବ

Spread the love

ଜେଏମଜେ ବ୍ୟୁରୋ : ଓଡ଼ିଶା ରାଜ୍ୟ ବାର ପରିଷଦ ପକ୍ଷରୁ ଆଇନଜୀବୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ପରିଷଦ ପକ୍ଷରୁ କୁହାଯାଇଛି, ଲାଭ ଜନକ ପଦବୀରେ ଥିବା ଆଇନଜୀବୀଙ୍କ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରାଯିବ।ପରିଷଦ ନିଷ୍ପତ୍ତି ଅନୁସାରେ ପରିଷଦର ସଦସ୍ୟଥିବା ଯେଉଁ ଆଇନଜୀବୀମାନେ ଲାଭ ଜନକ ପଦବୀ ଅବା  ଅନ୍ୟାନ୍ୟ କାର୍ଯ୍ୟକଳାପ କିମ୍ବା ଅନ୍ୟାନ୍ୟ ବ୍ୟବସାୟିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ନଚେତ୍ ଏହାକୁ ସେମାନଙ୍କର ପେଶା ପ୍ରତି ବୃତ୍ତିଗତ ଅସଦାଚରଣ ଭାବରେ ବିବେଚନା କରାଯିବ। 

ପରିଷଦ ପକ୍ଷରୁ କୁହାଯାଇଛି ଆଇନ ପେଶାରେ ଯୋଗଦେବା ଲାଗି ଲାଇସେନ୍ସ ନେଇଥିବା ଅ‌ନେକ ଆଇନଜୀବୀ ବିଭିନ୍ନ କମ୍ପାନି, ବ୍ୟବସାୟ ଠିକା କାମ, ସରକାରୀ ଚାକିରୀ ଓ ଅନ୍ୟାନ୍ୟ ପେଶାରେ ଥାଇ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବାର ଅଭିଯୋଗ ପରିଷଦ ପାଖରେ ପହଞ୍ଚୁଛି।

ଏହାକୁ ରୋକିବା ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ଏନେଇ ସମସ୍ତ ବାର ଆସୋସିଏସନକୁ ନିର୍ଦ୍ଦେଶ ଜାରି କରିଛି। ଆଡଭୋକେଟ ଆଇନ ୧୯୬୧ର ନିୟମ ଅନୁଯାୟୀ ଆଇନଜୀବୀ ଲାଇସେନ୍ସ ପାଇବା ପରେ ଜଣେ ଆଇନଜୀବୀ ଅନ୍ୟ ପେଶାରେ କାର୍ଯ୍ୟ କରିବା ପେଶାଗତ ନେଅତିକତାର ବିରୁଦ୍ଧାଚରଣ କରୁଛି। 

ଏଭଳି ଆଇନଜୀବୀମାନେ ସେମାନଙ୍କର ଲାଇସେନ୍ସ ପରିଷଦ ନିକଟରେ ସରେଣ୍ଡର କରିବାର ନିୟମ ରହିଥିଲେ ଆଇନଜୀବୀମାନେ ଏହି ନିୟମକୁ ଉଲ୍ଲଂଘନ କରୁଛନ୍ତି। ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ଗତ ଏପ୍ରିଲ୍ ୧୨ ତାରିଖରେ ପରିଷଦର ସାଧାରଣ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ନିଷ୍ପତ୍ତିକୁ ଉଲ୍ଲଂଘନ କରୁଥିବା ଆଇନଜୀବୀମାନଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା କରାଯିବା ସହିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିଷଦର ସଦସ୍ୟ ସଚିବ ଯଯାତି କେଶରୀ ସାମନ୍ତସିଂହାର ସମସ୍ତ ବାର୍ ଆସୋସିଏସନକୁ ନିର୍ଦ୍ଦେଶ ଜାରି କରିଛନ୍ତି।


  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ