ବିକଶିତ ଓଡିଶା ସମ୍ମିଳନୀ : ଏମଓୟୁ କରି ପୂର୍ବ ସରକାର ଚୁପ୍ ବସିଥିଲେ: ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ବର: ଆଇସିସି ଓ ଲଘୁ ଉଦ୍ୟୋଗ ଭାରତୀ  ପକ୍ଷରୁ” ବିକଶିତ ଓଡିଶା ସମ୍ମିଳନୀ। ଓଡିଶାର ଅଭିବୃଦ୍ଧି ଇଞ୍ଜିନକୁ ସଶକ୍ତ କରିବା’ ଉପରେ  ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଲେ, ୨୦୩୬ ସୁଦ୍ଧା ଆମେ ଏକ ସମୃଦ୍ଧ ଓଡିଶା ଓ ବିକଶିତ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି।

ଆମେରିକା ପକ୍ଷରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ  ଟାରିଫ୍ ଧମକ ଭୂମିକମ୍ପ ଭଳି।   ଏହାର ତୀବ୍ରତା କେତେ ତାହା ସମୟ କହିବା। ଟ୍ରମ୍ପ୍ ଟାରିଫ ସର୍ଟ ଟର୍ମ। ଟ୍ରମ୍ପ ଟାରିଫ୍ ପ୍ରଭାବ ସ୍ୱଳ୍ପ ଅନୁଭବ  ହୋଇପାରେ। ଖାଦ୍ୟ, ବୟାନ ଶିଳ୍ପ ଉପରେ ପ୍ରଭାବ ପଡିପାରେ। କିନ୍ତୁ ଦୀର୍ଘ ମିଆଦି ପ୍ରଭାବ ପଡ଼ିବ ନାହିଁ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜିଏସଟି ସ୍ଲାବ କମିବ ଯାହା ଫଳରେ  ଦେଶରେ ଅଧିକ ବ୍ୟବହାର  ବଢିବା। ଯାହା ଫଳରେ ଟ୍ରୁମ୍ପ ଟାରିଫ ପ୍ରଭାବ ରହିବନି।।

୫୦୦ ନିୟୁତ ଅର୍ଥନୀତି ଲକ୍ଷ୍ୟ ରଖାଯାଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷା ରଖିଛନ୍ତି ମୋଦୀ। ସର୍ବଶ୍ରେଷ୍ଠ ୫ ବିକଶିତ ରାଜ୍ୟ ଭିତରେ ଓଡ଼ିଶା ରହିବା ନେଇ ଲକ୍ଷ୍ୟ ରଖା ଯାଇଛି। ୧୧୦ ନିୟୁତ ଅର୍ଥନୀତି ଭାବେ ଆମେ ଉଭା ହୋଇଛୁ। ୫୦୦ ନିୟୁତ ଡଲାର ଅର୍ଥନୀତି ପାଇ ଲକ୍ଷ୍ୟ ରଖା ଯାଇଛି। ୫ ଗୁଣା  ବିକାଶ ଲକ୍ଷ୍ୟ  ରଖାଯାଇଛି। ନୂଆ ଓଡ଼ିଶା ସମୃଦ୍ଧ  ଓ ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ରହିଛି।

ବିକଶିତ ରାଜ୍ୟ ଭାବେ ଓଡ଼ିଶା  ଆଗକୁ ଅଗ୍ରସର ହେଉଛି। ଶିଳ୍ପ ଅନୁକୂଳ ପରିବେଶ ଯୋଗାଇ ଦିଆଯାଉଛି। ଭିତ୍ତିଭୂମି ସହ ଖଣିଜ ଭିତ୍ତିଭୂମି ବନ୍ଦର, ଶିଳ୍ପ, ଜଳ ସମ୍ପଦ, ଜମି,ମାନବ ସମ୍ବଳ ସହ ରାଜ୍ୟରେ  ଡବଲ ଇଞ୍ଜିନ ସରକାର ଥିବାରୁ  ଶିଳ୍ପ  ପାଇ ସହାୟକ  ହେଉଛି। ରାଜ୍ୟରେ ୬୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ। ଭାଇ ଭାଗ ଯୋଗୁ ଚାଷ ଜମି ସଙ୍କୁଚିତ ହେଉଛି। କୃଷିରୁ ମିଶ୍ରିତ କୃଷିକୁ  ଆମକୁ ଯିବାକୁ ପଡ଼ିବ। 

ବୟନ ଶିଳ୍ପ କ୍ଷେତ୍ରରେ ରାଜ୍ୟରେ ୭୮୦୦ କୋଟି ନିବେଶ ହେବ ଯେଉଁଥିରେ ୫୩,୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ୬୭୦୦୦  କୋଟି ନିବେଶ କରାଯିବ। ଟାଟା  କମ୍ପାନି ମଧ୍ୟ ବଡ଼ ନିବେଶ କରିବା।ଟାଟା କମ୍ପାନିର ବରିଷ୍ଠ ଅଧିକାରି ଆଜି ମୋ ସହ  ସାକ୍ଷାତ କରିଛନ୍ତି। ଫାର୍ମ ହବ୍ ହେବ ଓଡ଼ିଶା। 

ଓଡ଼ିଶାରେ ଶିଳ୍ପର ଗତି ବଢିବ। ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସରେ ଶିଳ୍ପ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ବଡ଼ ଶିଳ୍ପ ସହ ଲଘୁ ଉଦ୍ୟୋଗକୁ ମଧ୍ୟ ସମାନ ଭାବରେ ସରକାର ଧ୍ୟାନ  ଦେଉଛନ୍ତି। ଏକ ଉତ୍ପାଦ ଉପରେ ଆମ  ସରକାର ଧ୍ୟାନ ଦେଉଛନ୍ତି।  ଉତ୍କର୍ଷ ଓଡ଼ିଶା ମାଧ୍ୟମରେ ଆମ ସରକାର ୧୩ ଲକ୍ଷ୍ୟ  କୋଟି ପୁଞ୍ଜି ନିବେଶ ପାଇଁ ଏମଓୟୁ କରିଛନ୍ତି। ଯେଉଁଥିରେ  ୨ ଲକ୍ଷ କୋଟି ମୂଲ୍ୟ ପ୍ରକଳ୍ପର ଗ୍ରାଉଣ୍ଡ ବ୍ବ୍ରେକିଂ ହୋଇସାରିଛି। ୧ ଲକ୍ଷ୍ ୧୦ ହଜାର ନିଯୁକ୍ତି ସୃଷ୍ଟି ହେବ। ଆମ ସରକାର ଗରିବ,କୃଷକ, ମହିଳା, ଯୁବକଙ୍କ ଉପରେ ଫୋକସ୍ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ