୭ରେ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ: ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ରୁ ପାକତ୍ୟାଗ ସହ ଅନ୍ନ ଭୋଜନ ଓ ଦେବନୀତି ନିଷେଧ

Spread the love


ଜେଏମଜେ ବ୍ୟୁରୋ : ଚଳିତ ବର୍ଷ ସେପ୍ଟେମ୍ବର ୭ ତାରିଖ ରବିବାର ଭାଦ୍ରବ ପୂର୍ଣ୍ଣିମାରେ ଭାରତରେ ସବୁଠି ବିରଳ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଏହା ଭାରତ ତଥା ଓଡ଼ିଶା ସମେତ ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ନ୍ୟୁଜିଲ୍ୟାଣ୍ଡ, ଆଫ୍ରିକା, ପ୍ରଶାନ୍ତ ମହାସାଗର, ଆଟ୍ଲାଣ୍ଟିକ୍ ମହାସାଗର ଆଦି ଅଞ୍ଚଳରେ ଦୃଶ୍ୟମାନ ହେବ। ଏହି ବିରଳ ଚନ୍ଦ୍ରଗ୍ରହଣ ଓଡ଼ିଶାର କଟକ, ଭୁବନେଶ୍ୱର, ପୁରୀ, ଯାଜପୁର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଆଦି ସ୍ଥାନରେ ଏକ ସମୟରେ ଦୃଶ୍ୟମାନ ହେବ।
ଏହିଦିନ ରାତି ୯ଟା ୫୭ ମିନିଟ୍ରେ ଗ୍ରହଣସ୍ପର୍ଶ କରିବ। ରାତ୍ରି ୧୧ଟା ୧ ମିନିଟ୍ରେ ପୂର୍ଣ୍ଣଗ୍ରାସ ଗ୍ରହଣ ଆରମ୍ଭ ହେବ। ରାତି ୧୧ଟା ୪୨ ମିନିଟ୍ରେ ମଧ୍ୟ ଓ ରାତି ୧୨ଟା ୨୩ ମିନିଟ୍ରେ ପୂର୍ଣ୍ଣଗ୍ରାସ ଗ୍ରହଣ ଶେଷ ହେବ। ରାତି ୧ଟା ୨୭ ମିନିଟ୍ରେ ଗ୍ରହଣ ସର୍ବମୋକ୍ଷ ହେବ। ଏଣୁ ଚନ୍ଦ୍ରଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ୭ ତାରିଖ ରବିବାର ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ଠାରୁ ପାକତ୍ୟାଗ ସହ ଅନ୍ନ ଭୋଜନ ଓ ଦେବନୀତି ନିଷେଧ ବୋଲି ଅସଲି ଖଡ଼ୀରତ୍ନ ପଞ୍ଜିକାର ଗଣନାକାର
ଦେବଦର୍ଶୀ ଖଡ଼ୀରତ୍ନ କହିଛନ୍ତି।

ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ରୁ ପାକତ୍ୟାଗ ସହ ଅନ୍ନ ଭୋଜନ ଓ ଦେବନୀତି ନିଷେଧ
ରାତି ୧ଟା ୨୭ ମିନିଟ୍ରେ ଗ୍ରହଣ ସର୍ବମୋକ୍ଷ

ଶେଷଥର ୨୦୦୬ ମସିହା ସେପ୍ଟେମ୍ବର ୭ ତାରିଖରେ ଭାଦ୍ରବ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଭାରତ ତଥା ଓଡ଼ିଶାରେ ଦେଖା ଦେଇଥିଲା। ପୁଣି ୧୩୯ ବର୍ଷ ପରେ ଅର୍ଥାତ୍ ୨୧୬୪ ମସିହା ସେପ୍ଟେମ୍ବର ୩୦ ତାରିଖ ରବିବାର ଭାଦ୍ରବ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଭାରତ ତଥା ଓଡ଼ିଶାରେ ଦୃଶ୍ୟମାନ ହେବ। ଏଣୁ ଏହାକୁ ବିରଳ ସଂଯୋଗ କୁହାଯାଉଛି ବୋଲି ଶ୍ରୀ ଖଡ଼ୀରତ୍ନ କହିଛନ୍ତି। ସେ କହିଛନ୍ତି, ପାକତ୍ୟାଗ ସହ ଅନ୍ନ ଭୋଜନ ଓ ଦେବନୀତି ନିଷେଧ ନିୟମ ସମସ୍ତେ ମାନିବା ଉଚିତ। ୭ ତାରିଖ ରବିବାର ୧୨ଟା ୫୭ ମିନିଟ୍ଠାରୁ ରାତି ୧ଟା ୨୭ ମିନିଟ୍ ମଧ୍ୟରେ କୌଣସି ପ୍ରକାର ଅନ୍ନ ଭୋଜନ କରିବେନି। କିନ୍ତୁ ବାଳକ, ବୃଦ୍ଧ, ରୋଗୀଙ୍କ ପକ୍ଷେ ଏହି ନିୟମ ଲଙ୍ଘନୀୟ। ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଉକ୍ତ ରାତ୍ରିରେ ଗ୍ରହଣକୁ ନ ଦେଖି କୋଳରେ ଏକ ନଡ଼ିଆ ରଖି ଘର ଭିତରେ ରହି ଶ୍ରୀବିଷ୍ଣୁ ଜଗନ୍ନାଥଙ୍କୁ ମନେ ମନେ ସ୍ମରଣ କରିବା ଉଚିତ।

ରାତି ୧ଟା ୨୭ ମିନିଟ୍ ବେଳକୁ ରାତି ଥିବା ଯୋଗୁ ବ୍ରାହ୍ମମୁହୂର୍ତ୍ତ ରାତି ୪ଟା ପରେ ସ୍ନାନାଦି ସାରି ଦେବପୂଜା କରିବା ଆବଶ୍ୟକ। ସୂର୍ଯ୍ୟୋଦୟ ପରେ ଦେବପୂଜା ଓ ପାକକର୍ମ ସାରି ଅନ୍ନ ଆଦି ଭୋଜନ କରିବାକୁ ଶ୍ରୀ ଖଡ଼ୀରତ୍ନ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କୌଣସି ପ୍ରକାର ଶ୍ରାଦ୍ଧାଦିକର୍ମ ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ ମଧ୍ୟରେ କରାଯିବାରେ କୌଣସି ବାଧା ନାହିଁ। ଚନ୍ଦ୍ରଗ୍ରହଣ ଭାଦ୍ରବ ପୂର୍ଣ୍ଣିମା ଦିନ ସଂଘଟିତ ହେଉଥିବାରୁ ଭାଗବତ ଜନ୍ମ, ଇନ୍ଦୁ ପୂର୍ଣ୍ଣିମା, ସପ୍ତମେଘ ବିସର୍ଜନ, ଶ୍ରୀମନ୍ଦିରରେ ଇନ୍ଦ୍ରହାତୀ ଉତ୍ସବ ଆଦି ପୂଜାପାଠ ଦେବନୀତି, ଯଜ୍ଞ, ହୋମ ଆଦି ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ ସୁଦ୍ଧା କରଣୀୟ। ଶ୍ରୀକ୍ଷେତ୍ରରେ ମହୋଦଧି, ବିନ୍ଦୁସାଗର, ନାଭିଗୟା, ବୈତରଣୀ, ମହାନଦୀର ଜଳରେ ସ୍ନାନ କଲେ ଅକ୍ଷୟ ପୁଣ୍ୟ ଫଳପ୍ରାପ୍ତି ହୋଇଥାଏ ବୋଲି ଶ୍ରୀ ଖଡ଼ୀରତ୍ନ କହିଛନ୍ତି।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 69 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ