ଆର୍ଥିକ ବର୍ଷ ଅଧା ହେବାକୁ ବସିଲାଣି ଖର୍ଚ୍ଚ ହେଇପାରୁନି ବଜେଟ ଟଙ୍କା!

Spread the love

ଜେଏମଜେ ବ୍ୟୁରୋ : ବଜେଟ ଟଙ୍କା ଖର୍ଚ୍ଚ କରିପାରୁ ନାହାନ୍ତି ପ୍ରମୁଖ ବିଭାଗ। ସଚିବ ସ୍ତରୀୟ ବୈଠକରେ ତାଗିଦ ପରେ ବି ଅନେକ ବିଭାଗ ପଛରେ ପଡିଛନ୍ତି । ବଡ ବଡ ବିଭାଗ ହେଲେ ଖର୍ଚ୍ଚରେ ଦୁର୍ବଳ । ଦେଖନ୍ତୁ କେଉଁ ବିଭାଗ କେତେ ଖର୍ଚ୍ଚ କରିଛନ୍ତି । ସବୁଠୁ ପଛରେ କିଏ । ..ବଜେଟରେ ନବୀନଙ୍କୁ ଟପିଥିଲେ ମୋହନ। ୨୦୨୫-୨୦୨୬ ଆର୍ଥିକ ବର୍ଷ ପାଇଁ ବ୍ୟୟବରାଦ ଥିଲା ୨ ଲକ୍ଷ ୬୬ ହଜାର କୋଟି ଟଙ୍କା।

ଆର୍ଥିକ ବର୍ଷ ଅଧା ହେବାକୁ ବସିଲାଣି, ହେଲେ ହାତଖୋଲି ଖର୍ଚ୍ଚ କରିପାରୁନାହାନ୍ତି ବଡ ବଡ ବିଭାଗ । ଯୋଜନା ଓ ସଂଯୋଜନା ବିଭାଗର ଏକ ଚିଠି ଜାରି କରିଛି । ଏହି ଚିଠିରେ ଅନେକ ବିଭାଗ ଆଖିଦୃଶିଆ ଖର୍ଚ୍ଚ କରିନଥିବା ଦର୍ଶାଯାଇଛି । କ୍ରୀଡା ଓ ଯୁବବ୍ୟାପାର ବିଭାଗ, ଶକ୍ତି ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ନୌରାଶ୍ୟଜନକ ରହିଛି । ମହିଳା ଓ ଶିଶୁବିକାଶର ଖର୍ଚ୍ଚ ସନ୍ତୋଷଜକ ଅଛି ।

କେଉଁ ବିଭାଗ କେତେ ଖର୍ଚ୍ଚ କରିଛନ୍ତି?
– ମହିଳା ଓ ଶିଶୁ ବିକାଶ- ୪୯% (ଅଗଷ୍ଟ ୧୦ ସୁଦ୍ଧା)
-ନଗର ଉନ୍ନୟନ ଓ ଗୃହନିର୍ମାଣ-୧୯.୩୯% (ଜୁଲାଇ ୩୧ସୁଦ୍ଧା)
-ବାଣିଜ୍ୟ ଓ ପରିବହନ-୨୩.୬୬% (୭ ଅଗଷ୍ଟ ସୁଦ୍ଧା)
-ଶକ୍ତି ବିଭାଗ-୬.୯୩% (ଅଗଷ୍ଟ ୮ ସୁଦ୍ଧା)
-ଅନୁସୂଚିତ ଜାତି ଓ ଜନଜାତି-୧୩.୦୧% (ଅଗଷ୍ଟ ୧୧ ସୁଦ୍ଧା)
-ଉଚ୍ଚଶିକ୍ଷା ବିଭାଗ – ୧୬.୧୧% (୧୨ ଅଗଷ୍ଟ ସୁଦ୍ଧା)
-କ୍ରୀଡା ଓ ଯୁବବ୍ୟାପାର-୧.୭୬% ଜୁଲାଇ ୩୧ ସୁଦ୍ଧା
-ଗ୍ରାମ୍ୟ ଉନ୍ନୟନ-୨୨.୨୩% (୧୩ ଅଗଷ୍ଟ ସୁଦ୍ଧା)
-ପୂର୍ତ୍ତ-୩୨.୫୩% (୧୨ ଅଗଷ୍ଟ ସୁଦ୍ଧା)

ବଜେଟକୁ ୬ ମାସ ବିତିଲାଣି । କିଛି ବିଭାଗ ଭଲ ପ୍ରଦର୍ଶନ କରିଥିବାବେଳେ ଆଉ କିଛି ବିଭାଗ ସେମିତି ଆଖିଦୃଶିଆ ଖର୍ଚ୍ଚ କରିନାହାନ୍ତି । ବିଶେଷକରି ପ୍ରମୁଖ ବିଭାଗର ଖର୍ଚ୍ଚ ନିରୁତ୍ସାହଜନକ ରହିଛି । ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀ ସବୁବିଭାଗକୁ ଖର୍ଚ୍ଚ ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାସତ୍ବେ କିଛି ପ୍ରମୁଖ ବିଭାଗ ବଜେଟ ଟଙ୍କା ଏ ଯାଏଁ ଖର୍ଚ୍ଚ କରିପାରିନାହାନ୍ତି ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 70 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ