ଏନଏସି ଘୋଷଣା ପରେ ବିଭିନ୍ନ ଅଞ୍ଚଳରୁ ଉଠିଲାଣି ବିଦ୍ରୋହର ସ୍ୱର.

Spread the love

ରାଜ୍ୟରେ ୧୬ ନୂଆ ଏନଏସି ଆଉ ୭ ନୂଆ ମ୍ୟୁନିସିପାଲଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହେଲେ ଏହି ଘୋଷଣା କିନ୍ତୁ ଏବେ ମୋହନ ସରକାରର ତଣ୍ଟିରେ କଣ୍ଟା ସାଜିବାକୁ ଯାଉଛି । ଯେଉଁ ଯେଉଁ ଏରିଆ ଏବେ ଏନଏସି ହେବାକୁ ସ୍ୱପ୍ନ ଦେଖୁଥିଲେ, ଆଉ ସରକାର ତାଙ୍କ ସ୍ୱପ୍ନକୁ ଭାଙ୍ଗିଛନ୍ତି । ଏବେ ସେହି ଅଞ୍ଚଳର ଲୋକ ମୋହନ ସରକାର ବିରୁଦ୍ଧରେ ବିଦ୍ରୋହ କରିବାକୁ ସଜବାଜ ହେଉଥିବା ସୂଚନା ମିଳୁଛି। ଖାସ୍ କରି ବିରୋଧୀ ବିଜେଡି ନେତା ଏହି ପ୍ରସଙ୍ଗକୁ ସାମ୍ନାକୁ ଆଣି ସରକାରକୁ ଅସୁବିଧାରେ ପକାଇବାକୁ ଅଙ୍କ କଷୁଥିବା ଚର୍ଚ୍ଚା ହେଉଛି ।

ସ୍ୱାୟତ୍ତ ଶାସନ ଦିବସରେ ରାଜ୍ୟବାସୀଙ୍କୁ ୧୬ ନୂଆ ଏନଏସି ସହିତ ୭ଟି ନୂଆ ମ୍ୟୁନିସିପାଲଟି ଭେଟି ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲେ ତା ପରେ ବି ଏମିତି ଅନେକ ଅଞ୍ଚଳ ଅଛି, ଯାହାକି ଏନଏସି ଆଉ ମ୍ୟୁନିସିପାଲଟି ଲିଷ୍ଟରୁ ବାଦ୍ ପଡିଛି । କଟକ ଜିଲ୍ଲାର ତିନିଟି ଅଞ୍ଚଳକୁ ଏନଏସି ମାନ୍ୟତା ଦିଆଯାଇଥିଲେ ବି, କେନ୍ଦ୍ରାପଡ଼ାକୁ ଗୋଟିଏ ବି ନୂଆ ଏନଏସି ନ ମିଳିବା ଏବେ ଅସନ୍ତୋଷର କାରଣ ସାଜିଛି । କେନ୍ଦ୍ରାପଡ଼ାର ମାର୍ଶାଘାଇ ଆଉ ଆଳି ଏଥର ଏନଏସି ହେବା ଅପେକ୍ଷାରେ ଥିଲେ । ହେଲେ ମୋହନ ସରକାର ଏ ଦୁଇ ଅଞ୍ଚଳକୁ ଏନଏସି ଘୋଷଣା ନ କରିବା ପରେ, ଅସନ୍ତୋଷ କୁହୁଳିବାରେ ଲାଗିଛି ।

ଏପଟେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀକୁ ମୋହନ ସରକାର ଏନଏସି ମାନ୍ୟତା ଦେଇଛନ୍ତି । ହେଲେ ବାଦ୍ ପଡ଼ିଛି ବେଗୁନିଆ ଆଉ ବୋଲଗଡ଼ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଯଦି ଆଗାମୀ ଦିନରେ ରାଜ୍ୟ ସରକାର ବେଗୁନିଆ ଆଉ ବୋଲଗଡ଼କୁ ଏନଏସି ଘୋଷଣା ନକରନ୍ତି ତେବେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ ।

ଏନଏସି, ମ୍ୟୁନିସିପାଲଟି ଘୋଷଣା ମୋହନ ସରକାରକୁ ବୁଷ୍ଟର ଡୋଜ୍ ଦେବ ବୋଲି ଅନେକ ଚର୍ଚ୍ଚା କରୁଛନ୍ତି । ହେଲେ ତା ଭିତରେ କିନ୍ତୁ ଯେଉଁ ଜାଗାକୁ ଏନଏସି ଆଉ ମ୍ୟୁନିସିପାଲଟି ମାନ୍ୟତା ମିଳିଲାନି, ସେ ଅଞ୍ଚଳବାସୀଙ୍କ ଅସନ୍ତୋଷ ମୋହନ ସରକାରକୁ ଅଡୁଆରେ ପକାଇପାରେ ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 72 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ