ଆଗକୁ ଚାଲିବ ୧ହଜାର ଇ-ବସ୍‌: ପ୍ରଦୂଷଣମୁକ୍ତ ପରିବହନକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ

Spread the love

ଜେଏମଜେ ବ୍ୟୁରୋ : ପ୍ରଦୂଷଣମୁକ୍ତ ପରିବହନକୁ ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଆଗକୁ ଇ-ବସ୍ ଜରିଆରେ ଓଡ଼ିଶାରେ ଯାତ୍ରୀ ପରିବହନ ସେବାକୁ ନିୟନ୍ତ୍ରିତ କରିବାକୁ ଯୋଜନା କରାଯାଉଛି। ବର୍ତ୍ତମାନ ଓଡ଼ିଶାରେ ୪୫୦ଟି ଇ-ବସ୍ ଚାଲୁଥିବା ବେଳେ ଆଗକୁ ଇ-ବସ୍ ସଂଖ୍ୟାକୁ ୧ହଜାରକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଇ-ବସ୍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲ୍ଖୁଣ୍ଟ ହାସଲ କରିଛି।
ସମଗ୍ର ଦେଶରେ ବର୍ତ୍ତମାନ ୧୪୩୨୯ଟି ଇ-ବସ୍ ଚଳାଚଳ କରୁଛି। ଏଥିରୁ ଦିଲ୍ଲୀରେ ୩୫୬୪ଟି, ମହାରାଷ୍ଟ୍ରରେ ୩୨୯୬ଟି, କର୍ଣ୍ଣାଟକରେ ୨୨୩୬ଟି ଓ ଉତ୍ତର ପ୍ରଦେଶରେ ୮୫୦ଟି ଇ-ବସ୍ ଚାଲୁଛି। ଓଡ଼ିଶା ପଞ୍ଚମ ସ୍ଥାନରେ ଥିବାବେଳେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଏହା ପଛକୁ ରହିଛି। ଏଠାରେ ୩୯୧ଟି ଇ-ବସ୍ ଚାଲୁଛି। ସେହିଭଳି ଆନ୍ଧ୍ର ପ୍ରଦେଶରେ ୨୩୮ଟି, ଛତିଶଗଡ଼ରେ ୨୧୫ଟି ଓ ଝାଡ଼ଖଣ୍ଡରେ ୪୬ଟି ଇ-ବସ୍ ଚାଲୁଛି। କେନ୍ଦ୍ର ସରକାର ଏଥିପାଇଁ ପିଏମ୍ ଇ-ବସ୍ ସେବା ଓ ପିଏମ୍ ଇ-ଡ୍ରାଇଭ୍ ଭଳି ଯୋଜନା ଅଧୀନରେ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଓଡ଼ିଶାର ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ(କ୍ରୁଟ୍) ଏହି ସହାୟତାର ଲାଭ ଉଠାଇବା ସହ ଆଗକୁ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ ଭଳି ସହରରେ ‘ଆମ ବସ’ ସେବାର ସମ୍ପ୍ରସାରଣ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଇ-ପରିବହନରେ ଓଡ଼ିଶାର ଦ୍ରୁତ ଅଗ୍ରଗତି, ଉଭୟ ପରିବେଶ ଓ ଲୋକଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଇ-ବସ୍ ସେବାର ସମ୍ପ୍ରସାରଣ କେବଳ ଜ୍ଞାନକୌଶଳର ବିଷୟରେ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନଜନକ, ସୁଲଭ ଓ ପରିବେଶ ଅନୁକୂଳ ଯାତ୍ରା ପ୍ରଦାନ କରିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆଗାମୀ ପିଢ଼ି ପାଇଁ ସ୍ୱଚ୍ଛ, ସବୁଜ ସହର ନିର୍ମାଣ ଆମର ପ୍ରମୁଖ ଲକ୍ଷ୍ୟ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀ ସମନ୍ୱିତ ଯୋଜନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀମତୀ ପାଢ଼ୀ କହିଛନ୍ତି, ଇ-ବସ୍ ସେବା ଓଡ଼ିଶାରେ ଆଧୁନିକ ସହରାଞ୍ଚଳ ପରିବହନର ମେରୁଦଣ୍ଡ ପାଲଟିଛି।

ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ ଟିକେଟିଂ ଓ ସବୁଜ ଭିତ୍ତିଭୂମିର ମିଶ୍ରଣ ଦ୍ୱାରା ଆମେ ଗତିଶୀଳତାକୁ ଉଭୟ ସୁବିଧାଜନକ ଓ ସ୍ଥାୟୀ କରୁଛୁ। ବର୍ତ୍ତମାନ ଓଡ଼ିଶାରେ ଇ-ବସ୍ ମୁଖ୍ୟତଃ ଭୁବନେଶ୍ୱର, କଟକ ଓ ପୁରୀର ଯାତ୍ରୀଙ୍କୁ ସେବା ପ୍ରଦାନ କରୁଛି। ଏହା ବର୍ଦ୍ଧିତ ସହରାଞ୍ଚଳ ଜନସଂଖ୍ୟାର ପରିବହନ ଆବଶ୍ୟକତାକୁ ପୂରଣ କରିବ। ‘ଆମ ବସ୍’ର ନିରବଚ୍ଛିନ୍ନ ସେବା ଓ ପରିଚାଳନା ସୁନିଶ୍ଚିତ କରିବା ପାଇଁ କ୍ରୁଟ୍ ଡିପୋ ଓ ଟର୍ମିନାଲ୍ରେ ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରାଯାଉଛି। କ୍ୟୁଆର୍ କୋଡ୍-ଆଧାରିତ ପେମେଣ୍ଟ, ଏନ୍ସିଏମ୍ସି କାର୍ଡ, ଆପ୍ ସକ୍ଷମ ବୁକିଂ ସମେତ ସ୍ମାର୍ଟ ଟିକେଟ୍ ବ୍ୟବସ୍ଥା ଆପଣାଇଛି। ସୁରକ୍ଷିତ, ବିଶ୍ୱସନୀୟ ଓ ଯାତ୍ରୀ କୈନ୍ଦ୍ରିକ ସେବା ପାଇଁ କର୍ମଚାରୀଙ୍କୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଦିଆଯାଉଛି।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ