ବିଜେପି ସରକାର ଆସିଲା ଗ୍ରାମାଞ୍ଚଳରେ ବିକାଶ କାମ ଠପ। ପଡିନି ମାଟି ମୁଠାଏ, ବଢିଛି ଅସନ୍ତୋଷ…

Spread the love

ଜେଏମଜେ ବ୍ୟୁରୋ : ଗ୍ରାମାଞ୍ଚଳରେ ବିକାଶ କାମ ଠପ ହୋଇପଡିଛି । ରାସ୍ତାଘାଟରୁ ଆରମ୍ଭ କରି ବ୍ରିଜ, ସବୁ କାମ ଅଧପନ୍ତରିଆ ଭାବେ ପଡିରହିଛି । ଗାଁରେ ଉନ୍ନୟନ କାମ ଠିକ ଭାବେ ହେଉ ନଥିବାରୁ ବିଧାନସଭା କମିଟିରେ ଉଦବେଗ ପ୍ରକାଶ ପାଇଛି । ପୂଜା ପୂର୍ବରୁ ରାସ୍ତାଘାଟ ମରାମତି କାମ ସାରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳିରେ ବର୍ଷକୁ ୩୦ କିମି ରାସ୍ତା ନିର୍ମାଣ କରିବାକୁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି । ମୁଖ୍ୟ ବିରୋଧୀ ବିଜେଡି କହିଛି, ବିଜେପି ସରକାର ଆସିବା ଦିନଠୁ ଗାଁରେ ମୁଠାଏ ମାଟି ପଡିନାହିଁ । ସରକାର ବଜେଟ ଅର୍ଥ ବି ଖର୍ଚ୍ଚ କରିପାରୁ ନଥିବା ଦଳ ଅଭିଯୋଗ କରିଛି । ବିଜେଡି ଅଭିଯୋଗରେ ସ୍ବର ମିଳାଇଛି କଂଗ୍ରେସ । ଦେଢ ବର୍ଷର ବିଜେପି ଶାସନରେ ଗାଁ ବିକାଶ ସଂପୂର୍ଣ୍ଣ ଠପ ହୋଇଯାଇଛି । ଗ୍ରାମାଞ୍ଚଳ ବିକାଶକୁ ତ୍ବାରନ୍ବିତ କରିବାକୁ ବିଧାନସଭା କମିଟି ବୈଠକରେ ବିଧାୟକମାନେ ଉଦବେଗ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଜରିଆରେ ୨୦୨୫-୨୬ ଆର୍ଥିକ ବଜେଟରେ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଏଯାଏଁ ମାତ୍ର ୩୫.୭୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୩୬୩.୩୬ କିଲୋମିଟର ରାସ୍ତା କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୪୮.୭୪ କିଲୋମିଟର ରାସ୍ତା କାମ ସରିଛି । ଗ୍ରାମାଞ୍ଚଳ ବିକାଶ କାମ ଧିମେଇ ଯାଇଥିବାର ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକମାନେ ଉଦବେଗ ପ୍ରକାଶ କରିଛନ୍ତି । ବିଜେଡି ବିଧାୟକ ଧୃବ ସାହୁ କହିଛନ୍ତି ବିଜେପି ସରକାର ସମୟରେ ଗାଁରେ ଏଯାଏଁ ମୁଠାଏ ମାଟି ପଡିନାହିଁ । ରାସ୍ତାଘାଟ ଅବସ୍ଥା ନକହିଲେ ଭଲ । ସରକାରଙ୍କ ଅପାରଗତା ଯୋଗଁ ବଜେଟ ଅର୍ଥ ବି ଠିକ ସେ ଖର୍ଚ୍ଚ ହୋଇପାରୁନାହିଁ । ବିଜେଡି ଅଭିଯୋଗରେ ସ୍ବର ମିଳାଇଛି କଂଗ୍ରେସ । କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ଅଭିଯୋଗ କରି କହିଛନ୍ତି ବିକାଶ କାମ ଠପ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବର୍ଷା ଯୋଗୁଁ ରାସ୍ତାଘାଟ ଧୋଇ ହୋଇ ଯାଇଛି । ଯଦି ପୂଜା ପୂର୍ବରୁ ରାସ୍ତାଘାଟ କାମ କରା ନଯିବ ଏ ପ୍ରସଙ୍ଗକୁ କଂଗ୍ରେସ ଗୃହରେ ଉଠାଇବ ବୋଲି ଚେତାବନୀ ଦେଇଛି। ବିଧାନସଭା କମିଟିର ଉଦବେଗକୁ ସ୍ବୀକାର କରିଛନ୍ତି କମିଟିର ଅଧ୍ୟକ୍ଷ ଜୟ ନାରାୟଣ ମିଶ୍ର । ପୂଜା ପୂର୍ବରୁ କାମ ସାରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ସେପଟେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସରକାର ବଜେଟ ପରେ ବଜେଟ ଆଣୁଛନ୍ତି । ହେଲେ ବଜେଟ ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ । ଗାଁରୁ ସହର ଯାଏଁ ବିକାଶକାମ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ସରକାର ଠିକ ସେ ଚାଲୁ ନଥିବାରୁ ବଜେଟ ଅର୍ଥ ସଠିକ ଭାବେ ଖର୍ଚ୍ଚ ହୋଇପାରୁନାହିଁ । ସେପଟେ ବରିଷ୍ଠ ବିଜେପି ବିଧାୟକ ପ୍ରକାଶ ସୋରେନ ବର୍ଷାକୁ ଦାୟୀ କରିଛନ୍ତି ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ