ଶିଶୁ ବାଟିକାରେ ପ୍ରାକ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦାବିରେ ରାଜରାସ୍ତାରେ ଆଶାୟୀ।ନଭେମ୍ବର ୭ ରେଜୋରଦାର ଆନ୍ଦୋଳନ

Spread the love


ଜେଏମଜେ ବ୍ୟୁରୋ : ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ପରେ ଏହାକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ବିନା ଆଲୋଚନାରେ ସରକାର ମନଇଚ୍ଛା ଶିକ୍ଷା ନୀତି ଲାଗୁ କଲେ । ସେପଟେ ଶିଶୁ ବାଟିକାରେ ପ୍ରାକ ପ୍ରାଥମିକ ଶିକ୍ଷକ ନିଯୁକ୍ତି ନ କରିବାକୁ ନେଇ ରାସ୍ତାକୁ ଓଲ୍ହାଇଛନ୍ତି ପ୍ରାକ ପ୍ରାଥମିକ ଆଶାୟୀ ଶିକ୍ଷକ ସଂଘ । ଜାତୀୟ ଶିକ୍ଷା ନୀତି ଲାଗୁ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ ଓ ଗଣ ସଙ୍ଗଠନକୁ ଗୋଟିଏ ବ୍ୟାନରରେ ଏକାଠି କରିବାକୁ ଶିକ୍ଷକ, ଶିକ୍ଷାବିତଙ୍କ ନିଷ୍ପତ୍ତି ।
ଜାତୀୟ ଶିକ୍ଷା ନୀତିକୁ ଆଧାର କରି ସରକାର ମନଇଚ୍ଛା ରାଜ୍ୟରେ ଶିଶୁ ବାଟିକା ଖୋଲିଲେ । ପଢ଼ାଇବା ପାଇଁ ହଜାର ହଜାର ପ୍ରଶିକ୍ଷିତ ପ୍ରାକ ପ୍ରାଥମିକ ଶିକ୍ଷକ ରହିଥିବା ବେଳେ ସେମାନଙ୍କୁ ନିଯୁକ୍ତି ଦେଲେ ନାହିଁ । ସରକାରଙ୍କ ନିକଟରେ ବାରମ୍ବାର ଦାବି କରିବା ପରେ ମଧ୍ୟ ସରକାର ନ ଶୁଣିବାରୁ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରାକ ପ୍ରାଥମିକ ଶିକ୍ଷକ ଆଶାୟୀ । ପ୍ରତିବାଦରେ ଜୋରଦାର ବିକ୍ଷୋଭ କରାଯାଇଛି । ଖୋଦ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରି ପିଏମଜିରେ ଧାରଣା ଦେଇଛି ପ୍ରାକ ପ୍ରାଥମିକ ଆଶାୟୀ ଶିକ୍ଷକ ସଂଘ । ରାଜ୍ୟରେ ହଜାର ହଜାର ସ୍ୱତନ୍ତ୍ର ଡିଇସିଇ ତାଲିମପ୍ରାପ୍ତ ଶିକ୍ଷକ ଥିବାବେଳେ ସରକାର ଶିଶୁ ବାଟିକା ପାଇଁ ଶିଶୁ ସେବିକା ନିଯୁକ୍ତି ଦେବାକୁ ବିରୋଧ କରିଛି ସଂଘ ।

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ହେବାରୁ ବଞ୍ଚାଇବାକୁ ଆହ୍ୱାନ ଦିଆଯାଇଛି । ରାଜ୍ୟରେ ଜାତୀୟ ଶିକ୍ଷା ନୀତିକୁ ମନଇଚ୍ଛା ଲାଗୁ କରିବା, ଶିଶୁ ବାଟିକରେ ଶିକ୍ଷକ ନିଯୁକ୍ତି ନ ଦେବା ଓ ଅନ୍ୟାନ୍ୟ ଶିକ୍ଷା ସମ୍ବନ୍ଧୀୟ ସମସ୍ୟାକୁ ନେଇ ଆସନ୍ତା ୫ ତାରିଖରେ ଏକାଠି ହେବେ ରାଜ୍ୟର ଶିକ୍ଷକ ସମାଜ, ବୁଦ୍ଧିଜୀବୀ, ରାଜନେତା ଓ ଗଣ ସଂଗଠନ । ନିଖିଲ ଉତ୍କଳ ଶିକ୍ଷକ ମହାସଙ୍ଘ ବ୍ୟାନରରେ ସମସ୍ତେ ଏକାଠି ହେବେ । ଆସନ୍ତା ନଭେମ୍ବର ୭ରେ ରାଜ୍ୟରେ ଜୋରଦାର ଆନ୍ଦୋଳନ କରିବା ପାଇଁ ମଧ୍ୟ ଯୋଜନା ହୋଇଛି ।

  • jmjnewso

    Related Posts

    ପ୍ରକାଶ ପାଇଲା ଯୁକ୍ତ ୩ ମେରିଟ୍ ଲିଷ୍ଟପ୍ରଥମ ପର୍ଯ୍ୟାୟରେ ଲକ୍ଷେ ୭୮ ହଜାର ୭୮୨ ଛାତ୍ରଛାତ୍ରୀ ମନୋନୀତ

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ। କଳା, ବିଜ୍ଞାନ ଓ ବାଣିଜ୍ୟରେ ପ୍ରଥମେ ରହିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ। କଳା (ରାଜନୀତି ବିଜ୍ଞାନ)ରେ ୯୪.୫୦%, ବିଜ୍ଞାନ (ପଦାର୍ଥ ବିଜ୍ଞାନ)ରେ ୯୬.୫୦%,…

    ଅର୍ଥନୀତି ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ

    Spread the love

    Spread the loveଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅର୍ଥନୀତି ବିଭାଗ ଓ ସେଣ୍ଟର ଅଫ ସୋସିଆଲ ଏସକେଲୁସନ ଏଣ୍ଡ ଇଂକ୍ଲୁସିବ ପଲିସି ଏବଂ ଓଡ଼ିଶା ସରକାରଙ୍କ ପି ଏମ -ଉଷା ମିଳିତରେ…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026