ଆଗାମୀ ୩ ବର୍ଷରେ ନିଯୁକ୍ତି ହେବେ ୪୫ ହଜାର ରେଗୁଲାର ଶିକ୍ଷକ

Spread the love

ଜେଏମଜେ ବ୍ୟୁରୋ : ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦବୋଧନ । ସେ କହିଛନ୍ତି, ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଦୁଇଟି ବଡ ଆହ୍ବାନ ରହିଛି । ପ୍ରଥମଟି ହେଲା ଡ୍ରପ ଆଉଟ୍ । ଦ୍ୱିତୀୟ ହେଉଛି ଗୁଣାତ୍ମକ ଶିକ୍ଷା। ଉଭୟ ଚିନ୍ତାଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଡ୍ରପ୍ ଆଉଟ୍ ହାରକୁ ଦୂର କରିବାକୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ପଡ଼ିବ। ଅନୁସୂଚିତ ଜାତିରୁ ବେସି ଡ୍ରପ ଆଉଟ୍ ଦେଖିବାକୁ ମିଳୁଛି । ଡ୍ରପ୍‌ ଆଉଟ୍ ହାର ରହିଛି ୨୪% ରହିଛି’। ଯାହାକି ଚିନ୍ତାର ବିଷୟ ବୋଲି କହିଛନ୍ତି ମୋହନ ।

ସେପଟେ ନିପୂଣ ଓଡ଼ିଶା ମିଶନକୁ ପୂରିଲା ବର୍ଷେ । ଛାତ୍ରଛାତ୍ରୀମାନେ ଗପ, ଗୀତ ଓ ଖେଳରେ ଭଲ କରିବା ପାଇଁ ଏହି ମିଶନ ଆରମ୍ଭ ହୋଇଥିଲା । ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ଭାଷା, ଭାବନା ସୁଦୃଢ ହେବ । ତେବେ ଏହି ମିଶନରେ ନୂଆ ଭାବେ ଆଜିଠୁ ପଢ଼ିବା ଗଢ଼ିବା ଓଡ଼ିଶା ଭଳି ଆଉ ଏକ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହେଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ଶିକ୍ଷା କ୍ଷେତ୍ରରେ NEP-୨୦୨୦ ଲାଗୁ ହୋଇଛି । ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଶିକ୍ଷାର ଯଥେଷ୍ଟ ଉନ୍ନତି ହୋଇଛି । ନୂତନ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷାପ୍ରଦାନ ଉପରେ ଜୋର ଦିଆଯାଇଛି । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାର କାର୍ଯ୍ୟରତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ଶିକ୍ଷା ନୀତି ଆଧାରରେ ପ୍ରତି ପଂଚାୟତରେ ଗୋଟିଏ ମଡେଲ ସ୍କୁଲ ହେବ। ପ୍ରଥମ ପର୍ଯ୍ୟାୟରେ ୮ ଶହ ୩୫ ମଡେଲ ସ୍କୁଲ ତିଆରି ହେବ । ପ୍ରତି ବିଦ୍ୟାଳୟରେ ୫ ରୁ ୭ କୋଟି ଟଙ୍କା ଖର୍ଚ୍ଚ ହେବ ।

ସେହିପରି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ବାନ୍ଧି ରଖିବା ପାଇଁ ମିଡ୍‌ ଡେ’ ମିଲ ବ୍ୟବସ୍ଥା ହୋଇଛି । ଏହି ମିଡ୍‌ ଡେ’ ମିଲ୍‌ ବ୍ୟବସ୍ଥା ଯୋଗୁଁ ପିଲାଟିକୁ ସ୍କୁଲରେ ପୋଷଣ ଯୁକ୍ତ ଆହାର ମିଳୁଛି । ଏହି ମିଡ୍‌ ଡେ’ ମିଲ୍‌ ବ୍ୟବସ୍ଥାକୁ ଅଷ୍ଟମରୁ ଦଶମ ଶ୍ରେଣୀକୁ ବୃଦ୍ଧି କରାଯାଇଛି। ଯାହା ସ୍କୁଲ ପ୍ରତି ପିଲାମାନଙ୍କୁ ଆକର୍ଷିତ କରିବ ।

ଶିକ୍ଷକ ହେଉଛନ୍ତି ଶ୍ରେଷ୍ଠ। ଖାଲି ଥିବା ପଦବୀ ପୂରଣ ହେବ । ଆଗାମୀ ୩ ବର୍ଷରେ ୪୫ ହଜାର ରେଗୁଲାର ଶିକ୍ଷକ ନିଯୁକ୍ତି ହେବେ। ଆଉ ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

ସେପଟେ ଲୋୟର ପିଏମଜିରେ ଓଡ଼ିଶା ସ୍କୁଲ କଲେଜ ଶୀକ୍ଷକ କର୍ମଚାରୀ ସମନ୍ଵୟ ସମିତିର ଆନ୍ଦୋଳନ । ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ସରକାରୀ କରଣ ଏବଂ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି । ସମାନ କାମକୁ ସମାନ ଦରମା ଦାବି, ପେନସନ୍ ଯୋଜନା କାର୍ଯ୍ୟକାରୀ, ଚାକିରି ବୟସ ସୀମା ୬୨ ବର୍ଷକୁ ବୃଦ୍ଧି, ଏଭଳି ବିଭିନ୍ନ ଦାବି ଆନ୍ଦୋଳନ ନେଇ କରୁଛି ସଂଘ ।

ସେପଟେ ଗୁରୁଦିବସରେ ଆଜି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ଘୋଷଣା ହୋଇଛି । ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ପାଇଲେ ଝାରସୁଗୁଡା, ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲା । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ପୁରସ୍କାର ପାଇଛନ୍ତି ସୋନପୁରରୁ ଲକ୍ଷ୍ମଣ ଭୋଇ, ସୁନ୍ଦରଗଡ଼ରୁ ଅମୂଲ୍ୟ ପ୍ରଧାନ ଏବଂ ବଲାଙ୍ଗିରରୁ ଧ୍ରୁବ ଚରଣ ବେହେରା ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 4 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ