ଉପରାଷ୍ଟ୍ରପତି ନିର୍ବାଚନ: ଭୋଟ୍ ଦେଇ ସଂସଦ ଭବନ ଛାଡ଼ିଲେ ପ୍ରଧାନମନ୍ତ୍ରୀ

Spread the love

ଜେଏମଜେ ବ୍ୟୁରୋ : ଉପରାଷ୍ଟ୍ରପତି ପଦ ପାଇଁ ଆରମ୍ଭ ହେଲା ମତଦାନ। ପ୍ରଥମେ ସଂସଦ ଭବନରେ ପହଞ୍ଚି ମତଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଉପରାଷ୍ଟ୍ରପତି ପଦ‌ରୁ ଜଗଦୀପ ଧନଖଡ଼ ଇସ୍ତଫା ଦେବାର ପ୍ରାୟ ୨ ମାସ ପରେ ଆଜି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏନ୍‌ଡିଏ ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି। ତେବେ ୧୦ଟାରେ ମତଦାନ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ  ଭୋଟ୍ ଦେଇ ସଂସଦ ଭବନରୁ ବାହାରୁଥିବା ଦେଖାଯାଇଛି। ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।
ଭୋଟ୍ ଦେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବ ଏବଂ ହିମାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ ପାଇଁ ଯିବେ। ତେବେ ଆଜି ପୂର୍ବାହ୍ଣ ୧୦ଟାରେ ଭୋଟଦାନ ଆରମ୍ଭ ହୋଇଥିବା ବେଳେ ଏହି ପ୍ରକ୍ରିୟା ସନ୍ଧ୍ୟା ୫ଟାରେ ଶେଷ ହେବ। ସନ୍ଧ୍ୟା ୬ଟାରେ ଭୋଟ ଗଣତି ହେବ। ବିଜୟୀ ପ୍ରାର୍ଥୀ ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ହେବେ। ସେ ମଧ୍ୟ ରାଜ୍ୟସଭାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସାଂସଦମାନେ ‌ଗୋପନ ବାଲଟ୍‌ ଜରିଆରେ ଭୋଟ ଦେବେ। ଇଚ୍ଛା ଅନୁଯାୟୀ ଭୋଟ ଦେବାର ସ୍ବାଧୀନତା ସାଂସଦମାନଙ୍କର ରହିଥିଲେ ମଧ୍ୟ ସେମାନେ ସାଧାରଣତଃ ଦଳୀୟ ଆଧାରରେ ‌ମତଦାନ କରିଥାନ୍ତି। ‌ଗୋପନ ବାଲଟ୍ ଜରିଆ ଭୋଟ ହେଉଥିବାରୁ କ୍ରସ ଭୋଟିଂ ଆଶଙ୍କା ବି ରହିଛି।

ତେବେ ନିର୍ବାଚନ ସମୟରେ ଏନ୍‌ଡିଏ ପକ୍ଷରୁ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଏବଂ ରାମମୋହନ ନାଇଡ଼ୁଙ୍କୁ ପୋଲିଂ ଏଜେଣ୍ଟ ରହିବେ। ସେହିଭଳି ବିରୋଧୀଙ୍କ ପକ୍ଷରୁ ନାସିର ହୁସେନ, ମାଣିକମ ‌ଟାଗୋର ଏବଂ ଶକ୍ତିସିଂହ ଗୋହିଲଙ୍କୁ ‌ପୋଲିଂ ଏଜେଣ୍ଟେ ଭାବେ କାର୍ଯ୍ୟ କରିବେ। ସବୁ ଭୋଟ ଯେଭଳି ବୈଧ ରହିବ ସେଥିପାଇଁ ଉଭୟ ପକ୍ଷରୁ ସାଂସଦମାନଙ୍କୁ ତାଲିମ ଓ ମକ୍‌ ପୋଲିଂ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବିଜେଡି ଏବଂ ତେଲେଙ୍ଗାନାର ବିଆର୍‌ଏସ୍‌ ଭୋଟଦାନରୁ ବିରତ ରହି‌ବେ ବୋଲି ଘୋଷଣା କରିସାରିଛନ୍ତି। ଆପ୍‌ ସାଂସଦ ସ୍ବାତୀ ମାଲିୱାଲଙ୍କର ସଂପର୍କ ଦଳ ସହିତ ବର୍ତ୍ତମାନ ଭଲ ନାହିଁ। ତେଣୁ ତାଙ୍କ ଭୋଟ ଉପରେ ନଜର ରହିଛି। ଲୋକସଭାରେ ୭ ଜଣ ସ୍ବାଧୀନ ସାଂସଦ ମଧ୍ୟ ରହିଛନ୍ତି। ସେମାନେ କେଉଁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବେ‌ ତାହା ସ୍ପଷ୍ଟ ହୋଇନାହିଁ।‌ ତେଣୁ ଗଣିତରେ କିଛିଟା ଏପଟସେପଟ ହୋଇପାରେ।

  • jmjnewso

    Related Posts

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    ବିଜେଡି ଓ କଂଗ୍ରେସର ସଭ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା। କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026