ଭାଙ୍ଗୁଛି BJD ଗଡ଼! ଜଣଙ୍କ ପରେ ଜଣେ ନେତା ଛାଡ଼ୁଛନ୍ତି ନବୀନଙ୍କ ହାତ, ପାଣ୍ଡିଆନଙ୍କୁ ନେଇ ବିଷ ଗାଳିଲେ ହରିଶଙ୍କର

Spread the love


ଜେଏମଜେ ବ୍ୟୁରୋ : ୨୦୨୪ ନିର୍ବାଚନରେ ହାରିବା ପରେ ବିଜେଡିର ସ୍ଥିତି ଶୋଚନୀୟ ହୋଇପଡ଼ିଛି । ଦଳରେ ଅନ୍ତଃକନ୍ଦଳ ବଢ଼ିଥିବାବେଳେ ଜଣ ଜଣ କରି ନେତା ନବୀନଙ୍କ ହାତ ଛାଡ଼ିବାରେ ଲାଗିଛନ୍ତି ।
ନବୀନ ଦଳର ସୁପ୍ରିମୋ ହୋଇ ମଧ୍ୟ ସଙ୍ଗଠନ ମଜବୁତ ହେବା ବଦଳରେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଫଳସ୍ୱରୂପ ଦଳରୁ ବଡ଼ ନେତାଙ୍କଠାରୁ ଆରମ୍ଭ କରି ଯୁବନେତା ବିଜେଡିରୁ ମୁହଁ ମୋଡ଼ୁଛନ୍ତି ।ଏ ସୂଚୀରେ ଏବେ ସାମିଲ ହୋଇଛନ୍ତି ବିଜେଡିର ଯୁବନେତା ହରିଶଙ୍କର ରାଉତ । ଛାତ୍ର ବିଜେଡି ପୂର୍ବଚନ ମହାସଚିବ ପଦରେ ଥିଲେ ହରିଶଙ୍କର ।

ଦଳର ନିଷ୍ପତ୍ତି ବୋଧେ ଆଉ କିଏ ନେଉଛି । ନବୀନ ବାବୁଙ୍କୁ ଦେଖାକରିବା ପାଇଁ ମଧ୍ୟ ସୁଯୋଗ ନାହିଁ, ଏତେ ବର୍ଷ ଦଳରେ ରହି କାମ କରି ମଧ୍ୟ ଦଳର ସଭାପତିଙ୍କୁ ଦେଖା କରିପାରୁନି ଅତି ଦୁଃଖର କଥା। ଛାତ୍ର ବିଜେଡ଼ି ପୂର୍ବତନ ମହାସଚିବ ହରିଶଙ୍କର ରାଉତଙ୍କ ବିସ୍ପୋରକ ବୟାନ ।କିଛିଦିନ ପୂର୍ବରୁ ବିଜେଡିର ବରିଷ୍ଠ ନେତା ଭାସ୍କର ରାଓ ଦଳ ଛାଡ଼ିଥିବାବେଳେ ବିଜୁ ସ୍ୱାଭିମାନ ମଞ୍ଚ ଘୋଷଣା କରିଥିଲେ ।

ତାଙ୍କ ସହ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଏବଂ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ମଧ୍ୟ ବିଜେଡି ଛାଡ଼ିଛନ୍ତି। ଇସ୍ତଫା ପୂର୍ବରୁ ହଜାର ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଭାସ୍କର ରାଓଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇଥିଲେ।

  • jmjnewso

    Related Posts

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    ବିଜେଡି ଓ କଂଗ୍ରେସର ସଭ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା। କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026