ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଙ୍କୁଚିତ କରୁଛନ୍ତି ବିଜେପି ସରକାର।

Spread the love

ଜେଏମଜେ ବ୍ୟୁରୋ : ଗଣତନ୍ତ୍ରକୁ ଯେତେବେଳେ କୁଠାରଘାତ କରାଯାଏ ସେତେବେଳେ ନେପାଳ ଭଳି ସ୍ଥିତି ଉପୁଜେ ବୋଲି ବିଜେଡି ନେତା କହିଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଜେଡ଼ି ସମୟରେ ସର୍ବାଧିକ ପ୍ରଚେଷ୍ଟା ହୋଇଥିଲା। କିନ୍ତୁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଙ୍କୁଚିତ କରୁଛନ୍ତି ବିଜେପି ସରକାର। ଗତକାଲି ଏହାକୁ କ୍ୟାବିନେଟ ଅନୁମୋଦନ ଦେଇଛି। ବିଜେପି ସରକାର ନିଜକୁ ସରକାରୀ ଅଧିକାରୀଙ୍କ ପାଖେ ସମର୍ପି ଦେଇଛନ୍ତି। ଅଥରିଟି ଏବଂ ଅଫିସରଙ୍କ ଭିତରେ ପାର୍ଥକ୍ୟ ଜାଣିପାରୁ ନାହାନ୍ତି। ବ୍ଲକ୍ ସ୍ତରର ଅନେକ ଛୋଟ ନିଷ୍ପତ୍ତି ବିଡିଓଙ୍କୁ ଦେଇ ଦେଇଥିଲେ। ଯେହେତୁ ବ୍ଲକ୍ ଅଧ୍ୟକ୍ଷ ଅଧିକାଂଶ ସ୍ଥାନରେ ବିଜେଡିର ଅଛନ୍ତି ସେଥିପାଇଁ ବିଜେଡି ସରକାର ଭୟଭୀତ। ବିଡିଓଙ୍କୁ କ୍ଷମତା ବୃଦ୍ଧି କରି ୨ ଲକ୍ଷ ରୁ ୧୦ ଲକ୍ଷ ଟଙ୍କା ଯାଏ କାମକୁ ଅନୁମୋଦନ କରୁଛନ୍ତି।
ସରକାରରେ ଅଫିସରରାଜ ଆରମ୍ଭ ହୋଇଗଲାଣି। ନିଜ ରାଜନୈତିକ ଇଚ୍ଛାଶକ୍ତିକୁ ପୂରଣ ପାଇଁ ସରକାର ବିଡିଓଙ୍କୁ ଅଧିକ କ୍ଷମତା ଦେଇଛନ୍ତି। ଏହା ତ୍ରିସ୍ତରୀୟ ପଞ୍ଚାୟତରାଜର ବିରୋଧୀ।
ସରକାରୀ ବାବୁମାନଙ୍କୁ ରାଜନୈତିକ ଅସ୍ତ୍ର କରିବାକୁ ବିଜେପି ସରକାରର ଏ ନିଷ୍ପତ୍ତି। ସରକାର ଏ ଆଦେଶକୁ ଯଦି ପ୍ରତ୍ୟାହାର ନକରନ୍ତି ତାହାଲେ ବିଜେଡ଼ି ଏହାକୁ ବିରୋଧ କରିବ। ୩୦ ଜିଲ୍ଲାର ସବୁ ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ବିଜେଡି ବିଧାୟକ ଅରୁଣ ସାହୁ ଏବଂ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି।

  • jmjnewso

    Related Posts

    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲା । ଆଜି ହାଇକୋର୍ଟ ରେ ହେବ ଶୁଣାଣି । କ୍ରସ ଭୋଟିଂ କରିଥିବା ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ପକ୍ଷରୁ…

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    Leave a Reply

    Your email address will not be published. Required fields are marked *

    You Missed

    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବେ ବିରୋଧୀ

    • By jmjnewso
    • September 19, 2026
    • 27 views
    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ:  ସରକାରଙ୍କୁ ଘେରିବେ ବିରୋଧୀ

    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    • By jmjnewso
    • September 19, 2026
    • 37 views
    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    • By jmjnewso
    • September 19, 2026
    • 28 views
    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    • By jmjnewso
    • September 19, 2026
    • 57 views
    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 70 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 48 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା