ଆଗ ଇସ୍ତଫା ନା ନିଲମ୍ବନ?ଇସ୍ତଫା ଦେଲାପରେ ନିଲମ୍ବନ କହିଲେ ପ୍ରଫୁଲ୍ଲ.

Spread the love

ଜେଏମଜେ ବ୍ୟୁରୋ : ଆଗ ଇସ୍ତଫା ନା ନିଲମ୍ବନ । ବିଜେଡି ନିଲମ୍ବିତ କରିବା ପରେ ପ୍ରଶ୍ନ ଉଠାଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ । କହିଛନ୍ତି, ନିଲମ୍ବନ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା କଥା । କାଲିଠୁ ନିଲମ୍ବନ କରିଥିବା ତାରିଖ ଲେଖିଛନ୍ତି, କିନ୍ତୁ ମୋତେ ପଠାଇ ନାହାନ୍ତି । ମୁଁ ଇସ୍ତଫା ପତ୍ର ପଠାଇବା ପରେ ନିଲମ୍ବନ କରିଛନ୍ତି ।ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ଶୁକ୍ରବାର ସକାଳେ ଦଳରୁ ଇସ୍ତଫା ଦେବା ପରେ ଦେବୀ ମିଶ୍ର, ପ୍ରଦୀପ ଅମାତ୍‌ଙ୍କୁ ଜଣାଇଥିଲି । ମୋ ଇସ୍ତଫା ଦେବା ପରେ ଏଭଳି ନିଲମ୍ବନ ନାଟକ କରିଛନ୍ତି । ସେମାନଙ୍କର ସତ୍‌ସାହସ ନାହିଁ, ସତ କଥା କହିବା ଲାଗି । 


ପ୍ରଫୁଲ୍ଲ କହିଛନ୍ତି, ନବୀନ ବାବୁ ମୋତେ ୧୦ ବର୍ଷ ଧରି ଖଣି ମନ୍ତ୍ରୀ କରିଥିଲେ । ମୁଁ ଯଦି ସୁବିଧାବାଦୀ, ତାହେଲେ କାହିଁକି ଖଣି ମନ୍ତ୍ରୀ କରିଥିଲେ ? ନବୀନ ବାବୁ ମୋତେ ସମ୍ମାନ ଦେଉଥିଲେ । ଯେଉଁମାନେ କହୁଛନ୍ତି, ସେମାନେ ନିଜ କଥା ଦେଖନ୍ତୁ । ମୁ ଏକକାଳୀନ ୧୦ ବର୍ଷ ମନ୍ତ୍ରୀ ଥିଲି । ଯେଉଁମାନେ ପ୍ରଶ୍ନ କରୁଛନ୍ତି ସେମାନେ କୁହନ୍ତୁ, ସେମାନଙ୍କୁ କାହିଁକି ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଥିଲା ? ବିଦା ହେବାର କିଛି ବର୍ଷ ପରେ ପୁଣି ମନ୍ତ୍ରୀ ହେଉଥିଲେ ।


ଦଳ ଛାଡ଼ିବା ନେଇ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ବିଜେଡି ଯେଉଁ ଆଦର୍ଶରେ ଚାଲିବା କଥା ଚାଲୁ ନାହିଁ । ଏନେଇ ବିଜେଡି ସଭାପତିଙ୍କୁ ରିପୋର୍ଟ ଦେଇଥିଲୁ । ବାରମ୍ବାର କହିଛି, ଦଳଠୁ ଦୂରେଇ ମୁଁ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସକ୍ରିୟ ରଖିଥିଲି । ଏବେ ନିଲମ୍ବିତ କରିଥିବା ପ୍ରତାପ ଜେନା, ମୋ ଆଗରେ ଛୋଟ ପିଲା । ମୁଁ କାଲି ବାରମ୍ବାର ଫୋନ୍ କରିଥିଲି, ଫୋନ୍ ଉଠାଇ ନଥିଲେ । ସେ କ’ଣ କହିବେ ? ମୁଁ ଗରିବ ଲୋକଙ୍କ ପାଇଁ କାମ କରୁଥିଲି, ଏବେ ବି କରୁଛି ।

  • jmjnewso

    Related Posts

    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲା । ଆଜି ହାଇକୋର୍ଟ ରେ ହେବ ଶୁଣାଣି । କ୍ରସ ଭୋଟିଂ କରିଥିବା ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ପକ୍ଷରୁ…

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    Leave a Reply

    Your email address will not be published. Required fields are marked *

    You Missed

    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବେ ବିରୋଧୀ

    • By jmjnewso
    • September 19, 2026
    • 27 views
    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ:  ସରକାରଙ୍କୁ ଘେରିବେ ବିରୋଧୀ

    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    • By jmjnewso
    • September 19, 2026
    • 37 views
    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    • By jmjnewso
    • September 19, 2026
    • 28 views
    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    • By jmjnewso
    • September 19, 2026
    • 57 views
    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 70 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 48 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା