ମୌସୁମୀ ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ, ଲୋଡିବ ବିଜେଡିର ସମର୍ଥନ.

Spread the love

ଜେଏମଜେ ବ୍ୟୁରୋ : ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନରେ ଅନାସ୍ଥା ଆଣିବ କଂଗ୍ରେସ । ଏ ନେଇ ସୂଚନା ଦେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ।

ରାମଚନ୍ଦ୍ର କାଡାମ୍ କହିଛନ୍ତି, ମୌସୁମୀ ଅଧିବେଶନ ପୂର୍ବରୁ ୧୭ ତାରିଖରେ କଂଗ୍ରେସର ବିଧାୟକ ଦଳ ବୈଠକ ବସିବ । ଏଥର ମୌସୁମୀ ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଆଣାଯିବା ନେଇ ସ୍ପଷ୍ଟ କଲେ କଂଗ୍ରେସ ବିଧାୟକ ଦଳ ନେତା । ଆମେ ଅନାସ୍ଥାରେ ବିଜେଡିର ସମର୍ଥନ ଲୋଡିବୁ । ମୁଁ ବ୍ୟକ୍ତିଗତ ଭାବରେ ଯାଇ ବିରୋଧୀ ଦଳ ନେତାଙ୍କୁ ଭେଟି ଅନାସ୍ଥା ସମ୍ପର୍କରେ ଆଲୋଚନା କରିବି । ଯଦି ସେମାନେ ଆଣିବେ ଆମେ ତାଙ୍କୁ ସମର୍ଥନ ଦେବୁ । ନ ହେଲେ ତାଙ୍କର ସମର୍ଥନ ଲୋଡିବୁ । ଏହାସହ ଏଥର ବିଧାନସଭାରେ ଚାଷୀ ସମସ୍ୟା, ନାରୀ ସୁରକ୍ଷା ଭଳି ପ୍ରସଙ୍ଗକୁ ଉଠାଇବୁ ବୋଲି କାଡାମ୍ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଅଧିବେଶନ ୨୫ ତାରିଖ ଯାଏଁ ଚାଲିବ । ଅଧିବେଶନରେ ୭ଟି କାର୍ଯ୍ୟ ଦିବସ ରହିଛି । ଏହି ଅଧିବେଶନ ପାଇଁ ଆସନ୍ତା ୧୬ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି । ​​​​​​​

  • jmjnewso

    Related Posts

    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲା । ଆଜି ହାଇକୋର୍ଟ ରେ ହେବ ଶୁଣାଣି । କ୍ରସ ଭୋଟିଂ କରିଥିବା ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ପକ୍ଷରୁ…

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    Leave a Reply

    Your email address will not be published. Required fields are marked *

    You Missed

    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବେ ବିରୋଧୀ

    • By jmjnewso
    • September 19, 2026
    • 27 views
    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ:  ସରକାରଙ୍କୁ ଘେରିବେ ବିରୋଧୀ

    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    • By jmjnewso
    • September 19, 2026
    • 37 views
    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    • By jmjnewso
    • September 19, 2026
    • 28 views
    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    • By jmjnewso
    • September 19, 2026
    • 57 views
    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 70 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 48 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା