ବିଜେଡି କୃଷକ ସମାବେଶରୁ ଦୂରେଇ ଗଲେ ଦୁଇ ପୂର୍ବତନ କୃଷିମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ ଓ ଅରୁଣ ସାହୁ

Spread the love

ଜେଏମଜେ ବ୍ୟୁରୋ : ବିଜେଡି କୃଷକ ସମାବେଶରୁ ଦୂରେଇ ଗଲେ ଦୁଇ ପୂର୍ବତନ କୃଷିମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ ଓ ଅରୁଣ ସାହୁ। ଖାଲି ସେତିକି ନୁହେଁ ସେଦୁହେଁ ଏକଦା ସମବାୟ ମନ୍ତ୍ରୀ ବି ଥିଲେ। ଏହା ଚର୍ଚ୍ଚାର ବିଷୟ ହୋଇଛି। ଖାଲି ସେତିକି ନୁହେଁ, ଏଥିରେ ଅନେକ ବରିଷ୍ଠ ନେତାଙ୍କୁ ବି ଦେଖିବାକୁ ମିଳିନାହିଁ।ରାଜ୍ୟରେ ସାର ସମସ୍ୟକୁ ନେଇ ଆଜି ରାଜଭବନ ସାମ୍ନାରେ ପ୍ରତିବାଦ କରିଛି ବିଜେଡି। ପ୍ରତିବାଦ ପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ବରେ ରାଜ୍ଯପାଳଙ୍କୁ ସ୍ମାରକ ପତ୍ର ଦେଇଛି ବିଜେଡି। ସମସ୍ୟାର ସମାଧାନ ନ ହେଲେ ଆଗକୁ ଜିଲାପାଳ ଅଫିସ ଓ ବ୍ଲକ ଅଫିସ ସାମ୍ନାରେ ଧାରଣା ଦେବ ଦଳ।

ସାର ପ୍ରସଙ୍ଗରେ ବିଜେଡିର ଆନ୍ଦୋଳନ ଉପରେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ଚାଷୀ ପ୍ରସଙ୍ଗରେ କହିବା ଅଧିକାର ବିଜେଡିର ନାହିଁ । ଚାଷୀଙ୍କ ସମସ୍ୟା ଜାଣିବାକୁ ଚାହିଁଲେ ଚାଷୀଙ୍କ ପାଖକୁ ଗାଁ କୁ ଯିବାକୁ ପଡିବ। ସେମାନେ ଚାଷୀଙ୍କ ପାଖକୁ ଗଲେ ଚାଷୀ ଗୋଡେଇ ପିଟିବେ। ଚାଷୀ ଜାଣିଛନ୍ତି ସେମାନଙ୍କ ଆଜିର ଅବସ୍ଥା ପାଇଁ ବିଜେଡି ଦାୟୀ। ୨୪ ବର୍ଷ ସରକାରର ଚାଷୀ ପାଇଁ କଣ କରିଛି ବିଜେଡି ତାହା ଉତ୍ତର ରଖୁ। ବିଜେଡିରେ ଗୃହଯୁଦ୍ଧ ଚାଲିଛି। କେହି କାହାକୁ ମାନୁ ନାହାନ୍ତି। ଦଳର ନେତୃତ୍ୱ କିଏ ସେମାନେ ଜାଣିନାହାନ୍ତି। ନବୀନ ପଟ୍ଟନାୟକଙ୍କ ବାପା ଖୋଲିଥିବା ଓଟିଏମ୍ କଣ ପାଇଁ ନବୀନ ପଟ୍ଟନାୟକ ବନ୍ଦ କରିଥିଲେ ତାହା କହିପାରିବେ କି? ବିଜେଡି ଭୁବନେଶ୍ୱରରେ ବସି ଚାଷୀଙ୍କ କଥା କହୁଛି।


  • jmjnewso

    Related Posts

    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲା । ଆଜି ହାଇକୋର୍ଟ ରେ ହେବ ଶୁଣାଣି । କ୍ରସ ଭୋଟିଂ କରିଥିବା ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ପକ୍ଷରୁ…

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    Leave a Reply

    Your email address will not be published. Required fields are marked *

    You Missed

    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବେ ବିରୋଧୀ

    • By jmjnewso
    • September 19, 2026
    • 28 views
    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ:  ସରକାରଙ୍କୁ ଘେରିବେ ବିରୋଧୀ

    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    • By jmjnewso
    • September 19, 2026
    • 38 views
    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    • By jmjnewso
    • September 19, 2026
    • 29 views
    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    • By jmjnewso
    • September 19, 2026
    • 58 views
    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 70 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 48 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା