ମା ବୁଢା ବୁଢୀ ଠାକୁରାଣୀଙ୍କ ବିଗ୍ରହ ସ୍ଥାପନା ସମାରୋହ

Spread the love

ଢେଙ୍କାନାଳ : (ଜେଏମଜେ ନ୍ୟୁଜ ) : ମା ବୁଢା ବୁଢୀ ଠାକୁରାଣୀଙ୍କ ବିଗ୍ରହ ସ୍ଥାପନା l କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଦେବ ଭୂଇଁ ପଞ୍ଚାୟତ ର ପୁଛୁଳି ଘାଟି ଠାରେ ଅବହେଳିତ ହୋଇ ଖୋଲା ଆକାଶ ତଳେ ରହୁଥିବା ମା ବୁଢା ବୁଢୀ ଠାକୁରାଣୀଙ୍କୁ ମନ୍ଦିର ଭିତରେ ସ୍ଥାପନା ନିମନ୍ତେ ସେହି ଅଞ୍ଚଳର ଗରିବ ଦୁଃଖୀ,ରଙ୍କି ଙ୍କ ଆଗ୍ରହ କ୍ରମେ ମା ଙ୍କ ସେବାରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ ସେମାନଙ୍କ ସହଯୋଗରେ ସହ ଭାଗିତା ହୋଇ ମା ଙ୍କ ଆସ୍ଥାନ ନିମନ୍ତେ ସହଯୋଗ କରିଥିଲେ l ମା ବୁଢା ବୁଢୀ ଠାକୁରାଣୀଙ୍କ ସ୍ଥାପନା ପାଇଁ ୨/୧୦/୨୦୨୫ ତାରିଖ ଦିନ ବିଜୟା ଦଶମୀ ରେ ମା ଙ୍କ ବିଗ୍ରହ ମାନଙ୍କୁ ଗଙ୍ଗା ଜଳ ଓ କ୍ଷୀରରେ ଧୋଇ ପୂଜକ ଓ ସେବାୟତ ମାନଙ୍କ ଦ୍ଵାରା ରୀତି ନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇ ମନ୍ଦିର ଭିତରକୁ ଅଣାଯାଇ ସ୍ଥାପନା କରଯାଇଥିଲା l ଏହି ବିଗ୍ରହ ସ୍ଥାପନା କାର୍ଯ୍ୟକ୍ରମରେ ମନ୍ଦିର ପୂଜକ ଦ୍ଵାରା ମା ଙ୍କୁ ବସ୍ତ୍ର ପରିଧାନ କରାଇ ସୌନ୍ଦର୍ଯ୍ୟ ବେଶ ରେ ଭୂଷିତ କରାଯାଇଥିଲା l ମା ବୁଢା ବୁଢୀ ଠାକୁରାଣୀଙ୍କ ବିଗ୍ରହ ସ୍ଥାପନା କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ବେହେରାଙ୍କ ଉଦ୍ୟମ ଏବଂ ଦେବ ଭୂଇଁ ଗ୍ରାମର ଗ୍ରାମବାସୀ ଙ୍କ ସହଯୋଗ ଥିବାରୁ ସମସ୍ତେ ଆନନ୍ଦ ମନରେ ମା ଙ୍କ ସେବାରେ ନିୟୋଜିତ କରିଥିଲେ l ଏହି କାର୍ଯ୍ୟ କ୍ରମରେ କମଣ୍ଡଳଇ ସଙ୍କୀର୍ତ୍ତନ ମଣ୍ଡଳୀ ଓ ଦେଭୁଇଁ ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ମା ଙ୍କ ପାଖରେ ସଙ୍କୀର୍ତ୍ତନ କରାଯାଇଥିଲା ଓ ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l

ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ମହାପାତ୍ରଙ୍କ ରିପୋର୍ଟ

  • jmjnewso

    Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026