ଭୂସ୍ଖଳନ ପରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ସନ୍ଦେହ

Spread the love

ଜେଏମଜେ ବ୍ୟୁରୋ : ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଲାଗି ରହିଛି । ରାତିରୁ ବର୍ଷା ଲାଗି ରହିଥିବା ବେଳେ ରାୟଗଡ଼ ବ୍ଲକ ପେକଟ ନିକଟରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ପରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ, ପେକଟ ଗାଁର ୭୦ ବର୍ଷୀୟ କାର୍ତ୍ତିକ ଶବର ଓ ପୁଅ ରାଜିକ ଶବର ଚାଷଜମିକୁ ଯାଇଥିଲେ । ଆଉ ଜମିରୁ ଘରକୁ ଫେରିବା ସମୟରେ ବର୍ଷା ହେଉଥିବା ବେଳେ ଗଛ ତଳେ ସାହାରା ନେଇଥିଲେ । ସେହି ସମୟରେ ଭୂସ୍ଖଳନ ହୋଇଥିଲା । ସେଇଠି ବାପପୁଅ ମାଟି କାଦୁଅରେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ଭୂସ୍ଖଳନ ପରେ ବାପପୁଅ ଚାପି ହୋଇ ରହିଥିବା ଖବର ପ୍ରଚାରିତ ହେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ପ୍ରୟାସ କରୁଛି । ସନ୍ଧ୍ୟା ହୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । ଭୂସ୍ଖଳନ ଯୋଗୁଁ ରାୟଗଡ଼ ଠାରୁ ନୂଆଗଡ଼ ଓ ରା.ଊଦୟଗିରି ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି ।

ନୂଆଗଡ଼ ବ୍ଲକ ସମ୍ବଲପୁର ପଞ୍ଚାୟତ ଗୁରୁଡ଼ା ଗାଁ ନିକଟ ବ୍ରିଜ୍‌କୁ ଭସାଇ ନେଇଛି ବନ୍ୟା ପାଣି । ରାୟଗଡ଼ ବ୍ଲକ ମାର୍ଲବା ପଞ୍ଚାୟତ ଡୁମ୍ବା ଗାଁର ଭୀମସେନ ଭୂୟାଁଙ୍କ ବାଇକ୍ ନଦୀରେ ଭାସି ଯାଇଛି । ରା.ଉଦୟଗିରି ଏକ ବୋଲେରୋ ଗାଡ଼ି ବଢ଼ି ପାଣି ଭସାଇ ନେଇଛି । ମହେନ୍ଦ୍ର ଗଡ଼ ନଦୀ ବ୍ରିଜ୍ ଉପରେ ୫ ଫୁଟ ଉଚ୍ଚର ପାଣି ଚାଲୁଛି । ଫଳରେ ବ୍ରହ୍ମପୁର-ପାରଳାଖେମୁଣ୍ଡି ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଛି ।

ନୂଆଗଡ଼ ଚର୍ଚ୍ଚ ନିକଟରେ ରାସ୍ତା ଧୋଇଯିବାରୁ ନୂଆଗଡ଼-ସେରଙ୍ଗ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗୁମ୍ମା ବ୍ଲକର ଅଢ଼େଇ ନିକଟରେ ପାହାଡ଼ ଧସିବା ଫଳରେ ଅଢ଼େଇ ଓ କୁଜାସିଂ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆଶ୍ରୟଗଡ଼-ବୁରୁଡିଙ୍ଗି ରାସ୍ତାର ସେତୁ ଭାସିଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

  • jmjnewso

    Related Posts

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଘରଦ୍ୱାର ସଫାସୁତରାଠାରୁ ଆରମ୍ଭ କରି ନୂଆ ବସ୍ତ୍ର, ପୂଜା ସାମଗ୍ରୀ ଓ ବିଭିନ୍ନ ଖାଦ୍ୟପଦାର୍ଥ କିଣାକିଣିରେ…

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 70 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ