ସୋମବାର କଟକ ବନ୍ଦ ଡାକରା ଦେଲା ବିଶ୍ଵ ହିନ୍ଦୁ ପରିଷଦ

Spread the love

ଜେଏମଜେ ବ୍ୟୁରୋ : କଟକ ଦରଘା ବଜାରରେ ଭସାଣିବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆସନ୍ତା ସୋମବାର କଟକ ବନ୍ଦ ଡାକରା ଦେଲା ବିଶ୍ଵ ହିନ୍ଦୁ ପରିଷଦ । ପୋଲିସ ଓ ଜିଲ୍ଲା ପ୍ରଶାସନର ବିଫଳତାକୁ ଦାୟୀ କରାଯାଇଛି । ଏହାସହ କଟକ ଜିଲ୍ଲାପାଳ ଓ ଡିସିପିଙ୍କ ବଦଳି ଦାବି କରାଯାଇଛି।

ସୂଚନାଯୋଗ୍ୟ ଯେ, କଟକ ଦରଘା ବଜାରରେ ଭସାଣିବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗୋଷ୍ଠୀ ସଂଘର୍ଷରେ ଡିସିପିଙ୍କ ସମେତ ୬ ଆହତ ହୋଇଥିଲେ । ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠି ମାଡ଼ କରିବାକୁ ପଡ଼ିଥିଲା । ବେଶ କିଛି ସମୟ ଧରି ଚାଲିଥିଲା ଧାଁ ଦୌଡ଼, ସଂଘର୍ଷ, ଉତ୍ତେଜନା ସହ ଧାରଣା ।

ଫଳରେ ଆଗକୁ ଯାଇ ନ ପାରି ଅଟକି ରହିଥିଲା ଦେବୀଙ୍କ ମେଢ଼ । ରାତି ପ୍ରାୟ ୨ଟା ସମୟରେ ଝାଞ୍ଜିରିମଙ୍ଗଳା ମେଢ଼ ଦରଘାବଜାର ହାତୀପୋଖରୀ ନିକଟରେ ପହଞ୍ଚିବା ମାତ୍ରେ ଛାତ ଉପରୁ ଅଚାନକ ଢ଼େଲା ସହ ବୋତଲ ମାଡ଼ ହୋଇଥିଲା । ଡିସିପିଙ୍କ ମୁହଁରେ ଆଘାତ ଲାଗିଛି । ଡିସିପିଙ୍କ ସମେତ ୬ଜଣ ଆହତ ହୋଇଥିଲେ । ପ୍ରତିବାଦରେ ଧାରଣାରେ ବସିଥିଲେ ପୂଜା କମିଟି କର୍ମକର୍ତ୍ତା । ବାଇକ୍ ଭଙ୍ଗାରୁଜା ସହ ବିଭିନ୍ନ ଦୋକାନ ଆଗରେ ‌ଷ୍ଟଲ୍ ଭଙ୍ଗାରୁଜା ହୋଇଥିଲା । ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସୁଧୁରିଥିଲା । ପୁଣି ଚାଲିଥିଲା ଭସାଣି ।

  • jmjnewso

    Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026