ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ : ଗିରଫ ସଂଖ୍ୟା ୧୧୯କୁ ବୃଦ୍ଧି

Spread the love

ଭୁବନେଶ୍ବର: (ଜେଏମଜେ ବ୍ୟୁରୋ): ଓଡ଼ିଶା ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍‌ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡ଼ିଶା ପୁଲିସ ସନ୍‌ଇନ୍‌ସ୍ପେକ୍ଟର (ଏସ୍‌ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚକୁ ଆଉ ଏକ ସଫଳତା ମିଳିଛି। ଘଟଣାର ଅନ୍ୟତମ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ବାଲେଶ୍ୱରର ଅରବିନ୍ଦ ଦାସକୁ ଗିରଫ କରିଛି। ଅରବିନ୍ଦ ପାଖରୁ ସନ୍ଦେହଜନକ ସାମଗ୍ରୀ ମିଳିଛି। ଏଥି ସହିତ ଗିରଫ ସଂଖ୍ୟା ୧୧୯କୁ ବୃଦ୍ଧି ପାଇଛି। 

ବିଦ୍ୟାଧରପୁରର ବାସିନ୍ଦା ବିଶ୍ୱରଞ୍ଜନ ବେହେରା (୨୯)କୁ ଗିରଫ କରିବା ସହ ବ୍ରହ୍ମପୁର କୋର୍ଟଚାଲାଣ କରାଯାଇଛି। ଏଥିସହ ଏହି ମାମଲାରେ ଗିରଫଦାରୀ  ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ମାମଲାରେ ୧୧୪ଜଣ ପରୀକ୍ଷାର୍ଥୀଙ୍କ ସହ ୩ଜଣ ଦଲାଲଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା।

ଚଳିତ ମାସ ୫ ଓ ୬ ତାରିଖ ଦିନ ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା ହେବାର ଥିଲା। ଏଥି ପାଇଁ ପରୀକ୍ଷାର୍ଥୀମାନେ ପ୍ରବେଶ ପତ୍ର ପାଇସାରିଥିଲେ। ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ କରିଥିଲେ। ତେବେ ଅନିବାର୍ଯ୍ୟ କାରଣ ପାଇଁ ଆଗାମୀ ୫ ଓ ୬ ତାରିଖରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ ଓପିଆରବି ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି।  ପୁଲିସ ଏସ୍‌ଆଇ ପରୀକ୍ଷା ମହାଦୁର୍ନୀତିର ଗୁମର ଖୋଲିବାକୁ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ତଦନ୍ତ ଦାୟିତ୍ବ ମିଳିଛି। ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ସେ ତଦନ୍ତ କରିବେ। ସୁପରଭାଇଜିଂ ଅଫିସର ଭାବେ ରହିବେ କ୍ରାଇମବ୍ରାଞ୍ଚ ଏସପି ଅନିଲ ବେଉରିଆ।

ଏହି କେଳେଙ୍କାରୀରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ ବଢ଼ିଲାଣି। କେବଳ ସେତିକି ନୁହେଁ, ଯେଉଁ ସବୁ ସଂସ୍ଥାରେ ପୂର୍ବରୁ କଳାଦାଗ ଲାଗିଛି, ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା ପାଇଁ ସେହି ସବୁ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ ଏବେ ଏସବୁ ଦିଗକୁ ନେଇ ତନାଘନା କଲାଣି। ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ରୢାକେଟ୍‌ ପଛର ମାଷ୍ଟରମାଇଣ୍ଡ ଏବେ ବି ଫେରାର ଅଛନ୍ତି।  କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସିଲିକନ୍‌ ଟେକ୍‌ ଲ୍ୟାବ୍‌ର ମାଲିକଙ୍କ ସମେତ ୫ରୁ ଅଧିକଙ୍କୁ ମାରାଥନ ଜେରା କରି ଅନେକ ତଥ୍ୟ ହାତେଇଛି। ସେହିପରି ଭୁବନେଶ୍ବର ଓ ବ୍ରହ୍ମପୁରସ୍ଥିତ ପଞ୍ଚସଫ୍‌ଟ ଏବଂ ଅନ୍ୟ ୩ଟି ଅଫିସରେ ଚଢ଼ଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଅଫିସ୍‌କୁ ସିଲ୍‌ କରିଛି।

ଗତମାସ ପୁଲିସ ଚାକିରିରେ ଜାଲିଆତି ସୁରକ୍ ମିଳିଥିଲା। ପ୍ରଶ୍ନପତ୍ର ଲିକ୍ ବଡ଼ ଯୋଜନା ପଣ୍ଡ କରିଥିଲା ବ୍ରହ୍ମପୁର ପୁଲିିସ। ​​​​​​​ସେପ୍ଟେମ୍ବର ୨୯ ତାରିଖ ରାତିରେ ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶରୁ ଉଠାଇ ଆଣିଥିଲା ପୁଲିସ। ତେବେ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପରୀକ୍ଷାର୍ଥୀଙ୍କୁ ୩ଟି ବସରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ନିଆଯାଉଥିଲା। ସେଠାରେ ରଖି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ସହ ଉତ୍ତର କୁହାଯାଇଥାନ୍ତା। ପ୍ରଶ୍ନ ଉତ୍ତର ଅଭ୍ୟାସ ପରେ ସେମାନଙ୍କୁ ଆଣି ପରୀକ୍ଷା କେନ୍ଦ୍ରରେ ଛାଡ଼ିବାକୁ ଯୋଜନା ହୋଇଥିଲା। ଏଥିପାଇଁ ମୋଟା ଅଙ୍କର ଅର୍ଥ ପରୀକ୍ଷାର୍ଥୀଙ୍କ ଠାରୁ ନିଆଯାଇଥିବା ଚର୍ଚ୍ଚା ହେଉଛି। ହେଲେ ସେମାନେ ଠିକଣା ଜାଗାରେ ପହଞ୍ଚିବା ପୂର୍ବରୁ ପୁଲିସ ତାଙ୍କୁ ଉଠାଇ ଆଣିଥିଲା। 

  • jmjnewso

    Related Posts

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    Spread the love

    Spread the love ସୋରଡ଼ା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର…

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 25 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 21 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 30 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 41 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ