ଜେଏମଜେ ବ୍ୟୁରୋ : ସରକାରୀ ବସରେ ପଶି ୭ ଯାତ୍ରୀଙ୍କୁ ହାଣିଲା ଯୁବକ । ପୁରୀ ଜିଲ୍ଲା କଣାସ ଅଂଚଳ ରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ସରକାରୀ ବସରେ ପଶି ଯାତ୍ରୀଙ୍କୁ ହାଣିଲେ ଦୁର୍ବୁତ୍ତ । ଧାରୁଆ ଅସ୍ତ୍ରରେ ୭ ଜଣଙ୍କୁ ହାଣିଲେ।ଗୁରୁତର ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ବସରେ ମୋଟ ୩୦ ଜଣ ଯାତ୍ରୀୂ ଥିଲେ । ଅଚାନକ ଏକ ଯୁବକ ବସକୁ ପଶି ଆସି ଧାରୁଆ ଅସ୍ତ୍ରରେ ସମସ୍ତ ଯାତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲା । ଏଥିରେ ୭ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅଭିଯୁ୍କ୍ତକୁ କାବୁ କରି ମାଡ ମାରିଲେ ଯାତ୍ରୀ । କଣାସ ଥାନା ଅଧିକାରୀଙ୍କ କବଳରେ ଅଭିଯୁକ୍ତ ଯୁବକ । କେଉଁଥି ପାଇଁ ଏଭଳି କାଣ୍ଡ କଲା ଦୁର୍ବୁତ୍ତ କାରଣ ଅସ୍ପଷ୍ଟ ରହିଛି।








