ନୂଆପଡ଼ା ଉପ ନିର୍ବାଚନ ପାଇଁ ବାଜିଲା ବିଗୁଲ, ଘୋଷଣା ହେଲା ତାରିଖ

Spread the love


ଜେଏମଜେ ବ୍ୟୁରୋ :ନୂଆପଡା ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ । ଘୋଷଣା ହେଲା ତାରିଖ, ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହେଲା ଅଙ୍କକଷା । ବିହାର ନିର୍ବାଚନ ସହ ନୂଆପଡା ଉପ-ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ନଭେମ୍ବର ୧୧ ତାରିଖରେ ନୂଆପଡା ଉପ-ନିର୍ବାଚନ ପାଇଁ ଭୋଟ ପଡିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।ଏସବୁ ଭିତରେ କୌଣସି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ନୂଆପଡା ପ୍ରଚାର ମୈଦାନକୁ ଓହ୍ଳାଇଛନ୍ତି ଆଶାୟୀ ପ୍ରାର୍ଥୀ । ସହଯୋଗୀଙ୍କୁ ଧରି ଗାଁକୁ ଗାଁ ବୁଲିଲେଣି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ନୂଆପଡା ଗସ୍ତରୁ ଫେରିବା ପରେ ବିଜେପି ଶିବିର ବେଶ ଉତ୍ସାହିତ । ପିସିସି ସଭାପତିଙ୍କ ନେତୃତ୍ବରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ସହ ବିଜୟୀ ପାଇଁ ଆଶାବାଦୀ ରହିଛି । ଅନ୍ୟପଟେ ବିଜେଡି ପକ୍ଷରୁ କୌଣସି ଶୀର୍ଷ ନେତୃତ୍ବ ପ୍ରଚାର ମୈଦାନକୁ ଓହ୍ଲାଇନଥିବା ବେଳେ ଜୟ ଢୋଲକିଆ ନିଜସ୍ବ ଢଙ୍ଗରେ ଲୋକଙ୍କ ଗହଣକୁ ଯିବା ଆରମ୍ଭ କରିଛନ୍ତି ।
ବିଜ୍ଞପ୍ତି ପ୍ରକାଶ : ୧୩ ଅକ୍ଟୋବର
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ : ୨୦ ଅକ୍ଟୋବର
ପ୍ରାର୍ଥୀପତ୍ର ଯାଞ୍ଚ : ୨୨ ଅକ୍ଟୋବର
ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ : ୨୪ ଅକ୍ଟୋବର
ଭୋଟଗ୍ରହଣ : ୧୧ ନଭେମ୍ବର
ଭୋଟଗଣତି : ୧୪ ନଭେମ୍ବର
କେମିତି ହେବ ନୂଆପଡା ଉପନିର୍ବାଚନ?
ନୂଆପଡାରେ ୨ ଲକ୍ଷ ୪୮ ହଜାର ୨୩୫ ଜଣ ଭୋଟର କରିବେ ମତଦାନ
ମୋବାଇଲ ରଖି ଭୋଟ ଦେବେ ଭୋଟର
ବୁଥ୍ ଭିତରକୁ ମୋବାଇଲ ନେଇପାରିବେନି ଏଜେଣ୍ଟ
ବୟସ୍କଙ୍କ ପାଇଁ ଘରେ ଭୋଟ ଦେବାକୁ ବ୍ୟବସ୍ଥା ରହିବ
ସମସ୍ତ ପ୍ରାର୍ଥୀ ନିଜ ନାଁରେ ଥିବା ଅପରାଧିକ ମାମଲା ବାବଦରେ ୩ଥର ସୂଚନା ଦେବେ
ମୋଟ ୩୫୮ଟି ମତଦାନ କେନ୍ଦ୍ରରେ ପଡିବ ଭୋଟ
ରିଅଲ ଟାଇମ ସିଷ୍ଟମରେ ୱେବ୍ କାଷ୍ଟିଂ କରାଯିବ
ବାଇଟ : ଆର ସନ୍ଥ ଗୋପାଳନ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ନୂଆପଡା ଉପ-ନିର୍ବାଚନକୁ ନେଇ ତାରିଖ ଘୋଷଣା ଭିତରେ ଆଶାୟୀ ପ୍ରାର୍ଥୀ ଦଳର ବିଜୟ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି.।

  • jmjnewso

    Related Posts

    MMDR ବିଲ୍ ବିରୋଧରେ ରାୟଗଡ଼ାରେ ଗର୍ଜିଲା କଂଗ୍ରେସ।

    Spread the love

    Spread the loveରାୟଗଡା :ଜେଏମଜେ ନ୍ୟୁଜ : କେନ୍ଦ୍ର ସରକାରଙ୍କ MMDR ବିଲ୍ ବିରୋଧରେ ରାୟଗଡ଼ାରେ ଗର୍ଜିଲା କଂଗ୍ରେସ। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବିଶାଳ ପଦଯାତ୍ରା ଓ ସ୍ଥାନୀୟ ତେଜସ୍ଵୀନି ହୋଟେଲ ପଡ଼ିଆ ଠାରେ ପ୍ରତିବାଦ ସଭା। ୧୧…

    ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆଜି ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    • By jmjnewso
    • September 22, 2026
    • 26 views
    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    • By jmjnewso
    • September 21, 2026
    • 33 views
    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    • By jmjnewso
    • September 21, 2026
    • 35 views
    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    • By jmjnewso
    • September 21, 2026
    • 41 views
    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    • By jmjnewso
    • September 21, 2026
    • 37 views
    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ

    • By jmjnewso
    • September 21, 2026
    • 39 views
    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ