ରାୟଗଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ବିପକ୍ଷରେ ଭୋଟ ଦେବାକୁ ଦଳୀୟ କାଉନସିଲରଙ୍କୁ ନିର୍ଦ୍ଦେଶ

Spread the love

ରାୟଗଡ଼ା: ରାୟଗଡ଼ା ପୌରପାଳିକା ଉପାଧ୍ୟକ୍ଷ ପଦ ବଜାୟ ପାଇଁ ବିଜେଡିର କସରତ। ହସ୍ତକ୍ଷେପ କରି ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ନେଇ କଡ଼ା ନିର୍ଦ୍ଦେଶ। ଆସନ୍ତାକାଲି ଅନାସ୍ଥା ବିପକ୍ଷରେ ଭୋଟ ଦେବାକୁ ଦଳୀୟ କାଉନସିଲରଙ୍କୁ ନିର୍ଦ୍ଦେଶ।

ଯଦି ଦଳୀୟ କାଉନସିଲର ହ୍ବିପ୍‌ ଅମାନ୍ୟ କରନ୍ତି କାର୍ଯ୍ୟାନୁଷ୍ଠାନ ଚେତାବନୀ। ନିର୍ଦ୍ଦେଶ ସମ୍ପର୍କିତ ନୋଟିସ୍‌ କାଉନସିଲରଙ୍କୁ ଦେବାକୁ ଜଗନ୍ନାଥ ସାରକାଙ୍କୁ ନିର୍ଦ୍ଦେଶ। ସେପଟେ ବିଜେଡିର ନିର୍ବାଚିତ ୧୯ କାଉନସିଲର ଅଜ୍ଞାତବାସରେ ସୂଚନା। ଅଜ୍ଞାତବାସରେ ଥିବା କାଉନସିଲର ଭାସ୍କର ରାଓଙ୍କ ସମର୍ଥିତ ସୂଚନା। ଆସନ୍ତାକାଲି ରାୟଗଡ଼ା ପୌରପରିଷଦର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଦେବାକୁ ପ୍ରଶାସନ ତାରିଖ ଧାର୍ଯ୍ୟ କରିଥିବା ବେଳେ ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଓଡ଼ିଶା ପୌର (ସଂଶୋଧନ) ନିୟମ ୨୦୧୮ର ନିୟମ ୪୬ଖ ଦ୍ୱାରା ଦିଆଯାଇଥିବା କ୍ଷମତା ବ୍ୟବହାର କରି ଦଳୀୟ କାଉନସିଲରଙ୍କୁ ଦଳୀୟ ପତ୍ର ମାଧ୍ୟମରେ ହ୍ବିପ ଜାରି କରିଛନ୍ତି।

ନବୀନ ପଟ୍ଟନାୟ ପଟ୍ଟନାୟକ ହ୍ବିପ ଜାରି କରି କହିଛନ୍ତି, ରାୟଗଡ଼ା ପୌରପାଳିକାର ସମସ୍ତ ନିର୍ବାଚିତ ବିଜେଡି କାଉନସିଲରମାନେ, ରାୟଗଡ଼ା ପୌରପାଳିକାର ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଆସନ୍ତା ୯ ତାରିଖ ଦିନ ରାୟଗଡ଼ା ପୌରପାଳିକା କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଉପସ୍ଥିତ ରହିବେ ଏବଂ ରାୟଗଡ଼ା ପୌରପାଳିକାର ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ବିରୁଦ୍ଧରେ ଭୋଟ ଦେବେ। ଯେକୌଣସି ନିର୍ବାଚିତ ବିଜେଡି କାଉନସିଲରଙ୍କ ଦ୍ୱାରା ଉପରୋକ୍ତ ହ୍ୱିପ୍ ରେ ଲାଗୁ ହୋଇଥିବା ନିର୍ଦ୍ଦେଶାବଳୀ ଉଲ୍ଲଂଘନ କଲେ, ସେମାନଙ୍କ ପକ୍ଷରୁ ଦଳୀୟ ହ୍ୱିପ୍ ର ଇଚ୍ଛାକୃତ ଉଲ୍ଲଂଘନ ଭାବରେ ଧରାଯିବ ଏବଂ ଓଡ଼ିଶା ପୌରପାଳିକାର ନିୟମ ୪୬ଖ ଅନୁଯାୟୀ ନିର୍ବାଚିତ ସଦସ୍ୟଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

  • jmjnewso

    Related Posts

    MMDR ବିଲ୍ ବିରୋଧରେ ରାୟଗଡ଼ାରେ ଗର୍ଜିଲା କଂଗ୍ରେସ।

    Spread the love

    Spread the loveରାୟଗଡା :ଜେଏମଜେ ନ୍ୟୁଜ : କେନ୍ଦ୍ର ସରକାରଙ୍କ MMDR ବିଲ୍ ବିରୋଧରେ ରାୟଗଡ଼ାରେ ଗର୍ଜିଲା କଂଗ୍ରେସ। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବିଶାଳ ପଦଯାତ୍ରା ଓ ସ୍ଥାନୀୟ ତେଜସ୍ଵୀନି ହୋଟେଲ ପଡ଼ିଆ ଠାରେ ପ୍ରତିବାଦ ସଭା। ୧୧…

    ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆଜି ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    • By jmjnewso
    • September 22, 2026
    • 27 views
    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    • By jmjnewso
    • September 21, 2026
    • 33 views
    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    • By jmjnewso
    • September 21, 2026
    • 35 views
    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    • By jmjnewso
    • September 21, 2026
    • 41 views
    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    • By jmjnewso
    • September 21, 2026
    • 37 views
    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ

    • By jmjnewso
    • September 21, 2026
    • 41 views
    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ