ନୂଆପଡ଼ା ଉପନିର୍ବାଚନ ନେଇ ଆସନ୍ତାକାଲି ବସିବ ବିଜେପି କୋର କମିଟି ବୈଠକ

Spread the love

ଭୁବନେଶ୍ବର:(ଜେଏମଜେ ନ୍ୟୁଜ): ଆସନ୍ତାକାଲି ବସିବ ବିଜେପି କୋର କମିଟି ବୈଠକ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବୈଠକ। ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଦୁଇ ପ୍ରଭାରୀଙ୍କ ସହ କୋର କମିଟିର ସଦସ୍ୟମାନେ ଏଥିରେ ଉପସ୍ଥିତ ରହିବେ। ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି ସତୀଶ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର।

ସେ କହିଛନ୍ତି, କୋର କମିଟି ବୈଠକରେ ନୂଆପଡ଼ା ଉପନିର୍ବାଚନ ନେଇ ହେବ ଆଲୋଚନା। କିଏ ହେବ ପ୍ରାର୍ଥୀ ସାମ୍ଭାବ୍ୟ ତାଲିକାକୁ ନେଇ ହେବ ମାନସ ମନ୍ଥନ। ଏହା ସହ ରାଜ୍ୟ କମିଟି ମଧ୍ୟ ହୋଇପାରେ ଚୂଡ଼ାନ୍ତ। ଅନ୍ୟପଟେ ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଜନଜାତି ବିଧାୟକ ଏବଂ ସାଂସଦଙ୍କୁ ପ୍ରଶିକ୍ଷଣ ଶିବିର। ଯେଉଁଥିରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଜନଜାତି ବିଧାୟକ ଏବଂ ସାଂସଦ। ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି ସତୀଶ ଯୋଗ ଦେଇ ଦେବେ ପ୍ରଶିକ୍ଷଣ।
ଜନଜାତି ବିଧାୟକ, ସାଂସଦ ନିଜ ନିଜ ନିର୍ବାଚନ ମଣ୍ଡଳୀର କିଛି କିଛି ଗାଁ ଆଡପ୍ଟ କରିବେ ଅର୍ଥାତ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ। ଜନଜାତି ବିଧାୟକ ଏବଂ ସାଂସଦ ୨୦ ରୁ ୨୫ ଗ୍ରାମକୁ ପୋସ୍ୟ ଭାବେ ଗ୍ରହଣ କରିବେ। ଏନେଇ ପ୍ରଶିକ୍ଷଣ ଶିବିରରେ ବିଧାୟକ ଏବଂ ସାଂସଦ ମାନଙ୍କୁ ତାଲିମ ଦିଆଯିବ। ଏହା ପରେ ବିଜେପି ରାଜ୍ୟ କାର୍ଯ୍ୟଳୟରେ ବସିବ କୋର କମିଟି ବୈଠକ।

ଏଣେ ନୂଆପଡ଼ା ପାଇଁ ଖୁଵଶୀଘ୍ର ପ୍ରାର୍ଥୀ ଘୋଷଣା କରିବା ବିଜେପି। ଏନେଇ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। କୋର କମିଟି ବୈଠକରେ ସେ ନେଇ ହେବ ଆଲୋଚନା। ତେବେ ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ଥିବା ପ୍ରଶ୍ନରେ ପ୍ରଭାରୀ କହିଛନ୍ତି ମୋ ପାଖେ ସେମିତି କିଛି ସୂଚନା ନାହିଁ। କିନ୍ତୁ ବହୁତ ଆଶାୟୀଙ୍କ ନାମ ରହିଛି। ବୈଠକରେ ଆଲୋଚନା ହେବ।

  • jmjnewso

    Related Posts

    ଗାନ୍ଧି ମାର୍ଗରେ ବିଜେଡିର ରଣହୁଙ୍କାର, ପୁଲିସ ସହ ଧସ୍ତାଧସ୍ତି

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଧାନସଭା ଘେରିବାକୁ ବିଜେଡିର ରଣହୁଙ୍କାର । ଗାନ୍ଧିମାର୍ଗରେ ଗର୍ଜୁଛି ବିଜେଡି ଛାତ୍ର ଓ ଯୁବ ଜନତା ଦଳ । ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଗଣ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ…

    ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ।

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ ପାଳନ ସହ ୭ ଦିନିଆ…

    Leave a Reply

    Your email address will not be published. Required fields are marked *

    You Missed

    ତାଳସରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ।

    • By jmjnewso
    • September 23, 2026
    • 16 views
    ତାଳସରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ।

    କନ୍ୟାରୀବାଡିରେ ପାନୀୟ ଜଳ ଯୋଗାଣ ଠପ୍

    • By jmjnewso
    • September 23, 2026
    • 17 views
    କନ୍ୟାରୀବାଡିରେ ପାନୀୟ ଜଳ ଯୋଗାଣ ଠପ୍

    ଗାନ୍ଧି ମାର୍ଗରେ ବିଜେଡିର ରଣହୁଙ୍କାର, ପୁଲିସ ସହ ଧସ୍ତାଧସ୍ତି

    • By jmjnewso
    • September 23, 2026
    • 17 views
    ଗାନ୍ଧି ମାର୍ଗରେ ବିଜେଡିର ରଣହୁଙ୍କାର, ପୁଲିସ ସହ ଧସ୍ତାଧସ୍ତି

    ରାଜ୍ୟରେ ଦରଦାମ ବୃଦ୍ଧି, ସ୍ବୀକାର କଲେ ସରକାର

    • By jmjnewso
    • September 23, 2026
    • 22 views
    ରାଜ୍ୟରେ ଦରଦାମ ବୃଦ୍ଧି, ସ୍ବୀକାର କଲେ ସରକାର

    ରାଜ୍ୟରେ ୨ ଲକ୍ଷ ୩୦ ହଜାର ଷଣ୍ଢ, ବିଧାନସଭାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା

    • By jmjnewso
    • September 23, 2026
    • 8 views
    ରାଜ୍ୟରେ ୨ ଲକ୍ଷ ୩୦ ହଜାର ଷଣ୍ଢ, ବିଧାନସଭାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା

    ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବେ ଉପଜିଲ୍ଲାପାଳ । କାର୍ଯ୍ୟ ସନ୍ତୋଷଜନକ ନ ଥିଲେ ପଦ ଯିବ!

    • By jmjnewso
    • September 23, 2026
    • 48 views
    ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବେ ଉପଜିଲ୍ଲାପାଳ । କାର୍ଯ୍ୟ ସନ୍ତୋଷଜନକ ନ ଥିଲେ ପଦ ଯିବ!