ରାଜ୍ୟରେ ଅଧିକ କ୍ରିୟାଶୀଳ ହେବ ସମବାୟ ଅନୁଷ୍ଠାନ

Spread the love

ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ରାଜ୍ୟରେ ଅଧିକ କ୍ରିୟାଶୀଳ ହେବ ସମବାୟ ଅନୁଷ୍ଠାନ। ଆସିବ ନୂଆ ସମବାୟ ନୀତି। ଏଥିପାଇଁ ଜନସାଧାରଣଙ୍କଠାରୁ ମତାମତ ଲୋଡିଲା ବିଭାଗ। ରାଜ୍ୟରେ ସମବାୟ ଅନୁଷ୍ଠାନଗୁଡ଼ିକୁ ଅଧିକ ଶକ୍ତିଶାଳୀ କରାଯିବ। କେନ୍ଦ୍ର ଭଳି ରାଜ୍ୟ ମଧ୍ୟ ସମବାୟ ପରିଚାଳନାରେ ନୂଆ ନୀତି ଆଣିବ। ତେବେ ବିଭିନ୍ନ ରାଜ୍ୟରେ ଓ କେନ୍ଦ୍ରରେ ଥିବା ଭଲ ସମବାୟ ନୀତିକୁ ଓଡ଼ିଶା ଆପଣେଇବ। ବିଶେଷ କରି ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକ(ପାକ୍ସ) ୱାନ୍‌ ଷ୍ଟପ୍‌ ସେଣ୍ଟର ପାଲଟିବ।

ପାକ୍ସଗୁଡ଼ିକ ପେଟ୍ରୋଲ୍‌ ପମ୍ପ, ମିନି ବ୍ୟାଙ୍କ, ଆଧାର ପଞ୍ଜୀକରଣ କେନ୍ଦ୍ର, ଚାଷୀ ପଞ୍ଜୀକରଣ କେନ୍ଦ୍ର ସମେତ ବିଭିନ୍ନ ପ୍ରକାରର ସମାଧାନର କେନ୍ଦ୍ର ହେବ । ରାଜ୍ୟରେ ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ, କ୍ରିୟାଶୀଳ ଓ ବହୁମୁଖୀ କରିବାକୁ ରାଜ୍ୟ ସରକାର “ଓଡ଼ିଶା ରାଜ୍ୟ ସମବାୟ ନୀତି-୨୦୨୫ ଆଣିବାକୁ ଯାଉଛନ୍ତି। ଏହା ପୂର୍ବରୁ ରାଜ୍ୟରେ ଏକ ଚିଠା ସମବାୟ ନୀତି ପ୍ରସ୍ତୁତ କରାଯାଇଛି। ଚୂଡ଼ାନ୍ତ ନୀତି ପ୍ରସ୍ତୁତ ପୂର୍ବରୁ ଜନସାଧାରଣଙ୍କଠାରୁ ସୁଚିନ୍ତିତ ମତାମତ ଓ ପ୍ରସ୍ତାବ ମାଗିଛି ସମବାୟ ବିଭାଗ।

ଚିଠା ନୀତି ସମବାୟ ବିଭାଗର ୱେବସାଇଟ୍‌ coop.odisha.gov.inରେ ରହିଛି । ଜନସାଧାରଣ,ସମବାୟବିତ୍‌ ଓ ବୁଦ୍ଧିଜୀବୀ ସେମାନଙ୍କ ମତ coopsec.or@od.gov.in/cooperationodisha@gmail.comରେ ପଠାଇ ପାରିବେ । ସୂଚନାଯୋଗ୍ୟ, କେନ୍ଦ୍ର ସମବାୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଚିଠା ସମବାୟ ନୀତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସମବାୟ ବିଭାଗ ଚିଠା ନୀତି ପ୍ରସ୍ତୁତ କରିଛି।

  • jmjnewso

    Related Posts

    ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ ନେଇଛି। ଫଳରେ ବାତ୍ୟା ଆଶଙ୍କ…

    ପଞ୍ଚାୟତରୁ ପୁରୀ: ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’

    Spread the love

    Spread the loveଭୁବନେଶ୍ୱରଜେଏମଜେ : ରାଜ୍ୟର ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କୁ ମାଗଣାରେ ଶ୍ରୀକ୍ଷେତ୍ର ଦର୍ଶନ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ରବିବାର ଦିନ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    • By jmjnewso
    • September 22, 2026
    • 26 views
    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    • By jmjnewso
    • September 21, 2026
    • 33 views
    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    • By jmjnewso
    • September 21, 2026
    • 33 views
    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    • By jmjnewso
    • September 21, 2026
    • 41 views
    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    • By jmjnewso
    • September 21, 2026
    • 37 views
    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ

    • By jmjnewso
    • September 21, 2026
    • 39 views
    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ