ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା: ଆଜି ଆଇନଜୀବୀଙ୍କ କଲମ ଛାଡ଼, କୋଟିଏ ଟଙ୍କା କ୍ଷତିପୂରଣ, ବିଚାରବିଭାଗୀୟ ତଦନ୍ତ ଦାବି

Spread the love

ଜେଏମଜେ ବ୍ୟୁରୋ : ଆଇନଜୀବୀ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ଦୁର୍ବୃତ୍ତମା‌ନେ ହତ୍ୟା କରିବା ଘଟଣାର ପ୍ରତିବାଦରେ ଅକ୍ଟୋବର ୮ ବୁଧବାର ଦିନ ସାରା ରାଜ୍ୟର ଆଇନଜୀବୀମାନେ ସଂପୂର୍ଣ୍ଣ କଲମ ଛାଡ଼ କରିବେ। ସୋମବାର ରାତିର ଘଟଣା ପରେ ଆଜି ରାଜ୍ୟ ଆଇନଜୀବୀ ପରିଷଦର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଜାରି ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଉଛି। ବୁଧବାର ରାଜ୍ୟର ସମସ୍ତ ଆଇନଜୀବୀ ସଂପୂର୍ଣ୍ଣ କଲମ ଛାଡ଼ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିଭଳି  ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ, ମୃତ ଆଇନଜୀବୀଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ, ତଦନ୍ତ ପାଇଁ ଉଚ୍ଚସ୍ତରୀୟ ବିଚାରବିଭାଗୀୟ କମିସନ ଗଠନ ପାଇଁ ପରିଷଦ ତରଫରୁ ଦାବି କରାଯାଇଛି। କେଉଁ ପରିସ୍ଥିତିରେ ଆଇନଜୀବୀଙ୍କୁ ହତ୍ୟା କରାଯାଇଥିଲା, ଏହା ପଛର କାରଣ ଓ ଷଡ୍‌ଯନ୍ତ୍ର ପ୍ରସଙ୍ଗରେ ବିଚାରବିଭାଗୀୟ କମିସନ ଦ୍ବାରା  ତଦନ୍ତ କରି ତିନି ମାସ ଭିତରେ ରିପୋର୍ଟ ଦାଖଲ କରାଯାଉ ବୋଲି ପରିଷଦ ତରଫରୁ କୁହାଯାଇଛି। ଅନ୍ୟପଟରେ ଜଣେ ଆଇନଜୀବୀଙ୍କୁ ତାଙ୍କ ଘର ସମ୍ମୁଖରେ ଯେପରି ହତ୍ୟା କରାଗଲା ତାହା ଦୁର୍ଭାଗ୍ୟଜନକ। ଏହା ବାର୍‌ର ସ୍ବାଧୀନତା ଉପରେ ସିଧାସଳଖ ଆକ୍ରମଣ। ଆଇନଜୀବୀ ସୁରକ୍ଷା ଆଇନ ଅନୁସାରେ ଆଇନଜୀବୀଙ୍କ ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ବିଚାରପତି, ଆଇନ ମନ୍ତ୍ରୀ, ବାର୍‌ କାଉନସିଲ୍‌ ଅଫ ଇଣ୍ଡିଆ ଅଧ୍ୟକ୍ଷ, ଆଡଭୋକେଟ୍‌ ଜେନେରାଲ୍‌ଙ୍କୁ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଗୃହୀତ ପ୍ରସ୍ତାବ ସଂକ୍ରାନ୍ତରେ ଅବଗତ କରାଯାଇଛି। 

ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ସ୍ବର୍ଗତ ପଣ୍ଡାଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ମଧ୍ୟ ଜ୍ଞାପନ କରିଛନ୍ତି।  ଏହି ହତ୍ୟା ଘଟଣାକୁ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ(ବିସିଆଇ) ମଧ୍ୟ ନିନ୍ଦା କରିଛି। ଏ ନେଇ ବିସିଆଇ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। ଆଜିର ବୈଠକରେ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁମୋହନ ଦ୍ବିବେଦୀ, ଉପାଧ୍ୟକ୍ଷ ରାଜୀବ କୁମାର ମହାନ୍ତି, ବିସିଆଇରେ ପରିଷଦର ପ୍ରତିନିଧି ଭକ୍ତଭୂଷଣ ବାରିକ, ସଦସ୍ୟ ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ଧଳ, ବିଭୁପ୍ରସାଦ ଦାସ, ଅକ୍ଷୟ କୁମାର ପତି, ଆତ୍ମାପ୍ରକାଶ ମହାନ୍ତି, ସୌରଚନ୍ଦ୍ର ମହାପାତ୍ର, ଅରୁପାନନ୍ଦ ଦାସ, ଦେବଦତ୍ତ ମିଶ୍ର, ଦୀନେଶଚନ୍ଦ୍ର ରାୟ, ପ୍ରସନ୍ନକୁମାର ପାଢ଼ୀ, ସଂଜିତ କୁମାର ପାଣିଗ୍ରାହୀ, ଗିରିଜାଶଙ୍କର ମିଶ୍ର, ମାନସ କୁମାର ଚାନ୍ଦ, ଗିରିଧାରୀ ମହାପାତ୍ର, ନୃସିଂହଚରଣ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ପଟେଲ, ବିଭୁପ୍ରସାଦ ତ୍ରିପାଠୀ, ଜ୍ଞାନରଂଜନ ମହାନ୍ତି, ପି.ରମେଶ ପାତ୍ର, ଅକ୍ଷୟ କୁମାର ସାମନ୍ତରାୟ, ଧନଞ୍ଜୟ ମୁଣ୍ଡ, ତପନ କୁମାର ବିଶ୍ବାଳ ଉପସ୍ଥିତ ଥିଲେ।

  • jmjnewso

    Related Posts

    ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ ନେଇଛି। ଫଳରେ ବାତ୍ୟା ଆଶଙ୍କ…

    ପଞ୍ଚାୟତରୁ ପୁରୀ: ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’

    Spread the love

    Spread the loveଭୁବନେଶ୍ୱରଜେଏମଜେ : ରାଜ୍ୟର ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କୁ ମାଗଣାରେ ଶ୍ରୀକ୍ଷେତ୍ର ଦର୍ଶନ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ରବିବାର ଦିନ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    • By jmjnewso
    • September 22, 2026
    • 26 views
    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    • By jmjnewso
    • September 21, 2026
    • 33 views
    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    • By jmjnewso
    • September 21, 2026
    • 35 views
    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    • By jmjnewso
    • September 21, 2026
    • 41 views
    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    • By jmjnewso
    • September 21, 2026
    • 37 views
    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ

    • By jmjnewso
    • September 21, 2026
    • 39 views
    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ