ରହସ୍ୟ ଘେରରେ ନବୀନଙ୍କ ଲମ୍ବା ଦିଲ୍ଲୀ ଗସ୍ତ

Spread the love

ଜେଏମଜେ ବ୍ୟୁରୋ : ସେପ୍ଟେମ୍ବର ୭ରେ ଦିଲ୍ଲୀ ଯାଇଥିଲେ ବିଜେଡ଼ି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ । ୩୨ ଦିନ ରହିବା ପରେ ସେ ଆଜି ସଂଧ୍ୟାରେ ନବୀନ ନିବାସ ଫେରି ଆସିଛନ୍ତି । ରାଜନୀତିରେ ପ୍ରବେଶ ପରେ ପ୍ରଥମ ଥର ପାଇଁ ଏତେ ଲମ୍ବା ସମୟ ଧରି ଓଡିଶା ବାହାରେ ଥିଲେ । ସମ୍ପୂର୍ଣ୍ଣ ବିଶ୍ରାମ ପାଇଁ ସେ ଦିଲ୍ଲୀ ଯାଇଥିଲେ ବୋଲି କୁହାଯାଉଛି ।

ମଝିରେ ମଝିରେ ନବୀନଙ୍କୁ ଭର୍ଚୁଆଲ ମୋଡ଼ରେ ଦେଖିବାକୁ ମିଳୁଥିଲା । ଦଳୀୟ ନିଷ୍ପତ୍ତି ବି ଦିଲ୍ଲୀରୁ ନେଉଥିଲେ । ଇତିମଧ୍ୟରେ ନୂଆପଡ଼ା ପାଇଁ ସେ ଟିମ୍‌ ବି ଗଠନ କରିସାରିଛନ୍ତି ।ଆଜିଠୁ ନୂଆପଡ଼ା ଅଙ୍କକଷା ଆରମ୍ଭ ହୋଇଯିବ ।

ନବୀନଙ୍କ ଲମ୍ବା ଦିଲ୍ଲୀଗସ୍ତର ରହସ୍ୟ ଏଯାବତ୍‌ ସ୍ପଷ୍ଟ ହୋଇପାରିନାହିଁ । ବିଜେଡ଼ିର ଭବିଷ୍ୟତ ପାଇଁ ସେ କିଛି ଯୋଜନା କରିଥିବା କୁହାଯାଉଛି । ରାଜନୀତିକ ମହଲରେ ଏନେଇ ଜୋରଦାର ଚର୍ଚ୍ଚା ହେଉଥିବାବେଳେ ନୂଆପଡ଼ା ଉପନିର୍ବାଚନ ପରେ ଦଳ ନୂଆ ଢଙ୍ଗରେ ଚାଲିବ ବୋଲି ଅନୁମାନ କରାଯାଉଛି । ନୂଆପଡ଼ା ସହ ବିହାର ନିର୍ବାଚନ ଫଳ ବି ପ୍ରକାଶ ପାଇବ । ବିହାର ନିର୍ବାଚନରେ ଯଦି ଏନଡ଼ିଏ ପରାସ୍ତ ହୁଏ ତେବେ ଓଡ଼ିଶାରେ ଭିନ୍ନ ସମୀକରଣ ଦେଖିବାକୁ ମିଳିବ । ସେହିପରି ଏନଡ଼ିଏ ଜିତିଲେ ବିଜେପିର ନୂଆ ରୂପ ବି ଦେଖିବାକୁ ମିଳିପାରେ । ଯାହା ଉପରେ ଏବେ ନବୀନ ବାବୁ ନଜର ରଖିଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟଯେ, ପ୍ରଥମ ଥର ପାଇଁ ନବୀନ ବାବୁ ୩୨ ଦିନ ଧରି ଓଡ଼ିଶା ବାହାରେ ଥିଲେ । ପୂର୍ବରୁ ସର୍ଭିକାଲ୍‌ ଆଥ୍ରାଇଟିସ୍‌ ଚିକିତ୍ସା ପାଇଁ ସେ ଜୁନ୍‌ ୨୦ରେ ମୁମ୍ବାଇ ଯାଇଥିଲେ । ୨୨ ତାରିଖରେ ତାଙ୍କର ଅପରେସନ୍‌ ହୋଇଥିଲା । ଜୁଲାଇ ୭ ରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଜୁଲାଇ ୧୨ରେ ଓଡିଶା ଫେରିଥିଲେ । ନବୀନ ନିବାସରେ ସେ ବିଶ୍ରାମ ନେଉଥିଲା ବେଳେ ଡିହାଇଡ୍ରେସେନ କାରଣରୁ ଅଗଷ୍ଟ ୧୭ରେ ଭୁବନେଶ୍ୱରର ସମ୍‌ ଅଲଟିମେଟ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନବୀନ ନିବାସରେ ସେ ବିଶ୍ରାମ ନେଉଥିଲା ବେଳେ ସେପ୍ଟେମ୍ବର ୭ରେ ସେ ଦିଲ୍ଲୀ ଚାଲିଗଲେ । କ’ଣ ପାଇଁ ଗଲେ କେହିବି ଜାଣିପାରିଲେନି । ପ୍ରଥମେ ପ୍ରଥମେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଯାଇଥିବା କୁହାଯାଉଥିଲା । ଦିଲ୍ଲୀର ଡକ୍ଟର ଏପିଜେ ଅବଦୁଲ କାଲାମ (ଔରଙ୍ଗଜେବ) ରୋଡ୍‌ ସ୍ଥିତ ନିଜର ପୈତୃକ ଘରେ ସେ ଅବସ୍ଥାନ କରୁଥିଲେ । ସେପ୍ଟେମ୍ବର ୭ ଓ ଆଜିର ଦିନକୁ ମିଶାଇ ଦିଲ୍ଲୀର ୩୪ ଦିନର ରହଣି କାଳରେ ତାଙ୍କୁ କେତୋଟି ସାମାଜିକ/ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଖାନ୍‌ ମାର୍କେଟ୍‌ ଯାଇ ବହି କିଣାକିଣି କରିଥିଲେ । କିଛି ପୁରୁଣା ବନ୍ଧୁଙ୍କୁ ଭେଟିଥିଲେ । ତେବେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିନଥିଲା ।

ନବୀନଙ୍କ ଦିଲ୍ଲୀ ଗସ୍ତ ପରେ ରାଜ୍ୟ ରାଜନୀତିରେ ଅନେକ ଅଲୋଡ଼ା ଇତିହାସ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ୨୫ ବର୍ଷ ପରେ ନବୀନ ପଟ୍ଟନାୟକ ବିଧାନସଭା ଅଧିବେଶନରେ ବିଧାନସଭା ମାଟି ମାଡ଼ିନାହାନ୍ତି । ତାଙ୍କ ଅନୁପସ୍ଥିତିରେ ସରିଗଲା ବିଧାନସଭାର ମୌସୁମୀ ଅଧିବେସନ । ରାଜ୍ୟରେ ବିଗିଡି ଯାଇଥିବା ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନବୀନ ପଦୁଟିଏ ବି ପାଟିଖୋଲି କହିନାହାନ୍ତି । ଯାହାକିଛି ଏକ୍ସ ଓ ଫେସବୁକ ପୋଷ୍ଟରେ ସୀମିତ ରହିଯାଇଛି । କଟକରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ହେଉକି ଓ ଏସଆଇ ପରୀକ୍ଷା କେଳେଙ୍କାରୀ ଅବା ହେଉ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା । ନବୀନଙ୍କ ପ୍ରତିବାଦ କେବଳ ସୋସିଆଲ ମିଡ଼ିଆରେ ହିଁ ରହିଯାଇଥିଲା ।

  • jmjnewso

    Related Posts

    MMDR ବିଲ୍ ବିରୋଧରେ ରାୟଗଡ଼ାରେ ଗର୍ଜିଲା କଂଗ୍ରେସ।

    Spread the love

    Spread the loveରାୟଗଡା :ଜେଏମଜେ ନ୍ୟୁଜ : କେନ୍ଦ୍ର ସରକାରଙ୍କ MMDR ବିଲ୍ ବିରୋଧରେ ରାୟଗଡ଼ାରେ ଗର୍ଜିଲା କଂଗ୍ରେସ। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବିଶାଳ ପଦଯାତ୍ରା ଓ ସ୍ଥାନୀୟ ତେଜସ୍ଵୀନି ହୋଟେଲ ପଡ଼ିଆ ଠାରେ ପ୍ରତିବାଦ ସଭା। ୧୧…

    ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆଜି ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    • By jmjnewso
    • September 22, 2026
    • 34 views
    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    • By jmjnewso
    • September 21, 2026
    • 34 views
    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    • By jmjnewso
    • September 21, 2026
    • 35 views
    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    • By jmjnewso
    • September 21, 2026
    • 44 views
    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    • By jmjnewso
    • September 21, 2026
    • 37 views
    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ

    • By jmjnewso
    • September 21, 2026
    • 47 views
    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ