ବିଜେପି ନା ବିଜେଡି, କେଉଁଠି ହେବ ବିସ୍ଫୋରଣ?

Spread the love

ଜେଏମଜେ ବ୍ୟୁରୋ : ରାଜ୍ୟ ରାଜନୀତିରେ ବଡ ହଲଚଲ । ବିଜେଡି ବିଧାୟକ ବିଜେପିକୁ ଯିବେ ନା ବିଜେପି ସାଂସଦ ବିଜେଡିକୁ ଆସିବେ? ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କିଛି ଦିନ ମଧ୍ୟରେ ରାଜ୍ୟ ରାଜନୀତିରେ ବଡ ଧରଣର ଅଦଳବଦଳ ହେବାକୁ ଯାଉଛି । ଖୋଦ୍ ବିଜେପି ସାଂସଦଙ୍କ ବିସ୍ଫୋରକ ବୟାନ ପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ନିର୍ବାଚନକୁ ମାତ୍ର ୩ ମାସ ବିତିଥିବା ବେଳେ ଦଳବଦଳ ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଦେଇଛି ।
ବିଜେପି ସାଂସଦ ତଥା କନ୍ଧମାଳର ଟାଣୁଆ ନେତା ସୁକାନ୍ତ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନକୁ ନେଇ ଏବେ ରାଜ୍ୟରେ ଜୋରଦାର ଚର୍ଚ୍ଚା । ସାଂସଦ କହିଛନ୍ତି, ‘ବହୁ ବିଜେଡି ବିଧାୟକ, ପୂର୍ବତନ ବିଧାୟକ ଏବଂ ଟାଣୁଆ ନେତା ଦଳ ଛାଡି ବିଜେପିକୁ ଆସିବେ । ୩ ମାସ ଭିତରେ ଅନେକ ବିଜେଡି ନେତା ପଦ୍ମ ଧରିବାକୁ ଯାଉଛନ୍ତି । ଅନେକ ଯୋଗାଯୋଗରେ ଅଛନ୍ତି । ବିକାଶ ଧାରାରେ ସାମିଲ ହେବାକୁ ସମସ୍ତେ ଆସିବେ। ରାଜ୍ୟସଭା ଛାଡ଼ି ବିଜେଡ଼ି ସାଂସଦ ଆମ ଦଳକୁ ଆସିଲେ । କେବଳ ସେମାନେ ନୁହେଁ ଅନ୍ୟ ନେତା ବି ସମ୍ପର୍କରେ ଅଛନ୍ତି । ୩ ମାସ ଭିତରେ ସମସ୍ତେ ଆସି ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ । କଳା ଦାଗ ନଥିବା ନେତାଙ୍କୁ ଦଳରେ ସାମିଲ କରାଯିବ।’
କନ୍ଧମାଳ ସାଂସଦଙ୍କ ଏଭଳି ବୟାନ ପରେ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି ହୋଇଛି । ବିଜୁ ଜନତା ଦଳରେ ଏକପ୍ରକାର ଛନକା ପଶିଥିବା ଭଳି ଲାଗୁଛି । କାରଣ ପୂର୍ବରୁ ମଧ୍ୟ ୨ ଜଣ ରାଜ୍ୟସଭା ସାଂସଦ ପଦବୀ ଆଉ ଦଳ ଛାଡି ଆସି ପଦ୍ମ କ୍ୟାମ୍ପରେ ମିଶିସାରିଛନ୍ତି । ଆଉ ତାହାକୁ ବେଶି ଦିନ ବି ହୋଇନି । ତେଣୁ ଦଳ ଏବେ ଚିନ୍ତାରେ ପଡିଯାଇଛି । ସେପଟେ କିନ୍ତୁ ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦେବୀ ମିଶ୍ର ଓଲଟା ପ୍ରତିକ୍ରିୟା ରଖିଛନ୍ତି ।
ଦେବୀ ମିଶ୍ରଙ୍କ କହିବା କଥା, ବିଜେପି ସାଂସଦ ବିଜେଡି ଯୋଗାଯୋଗରେ ଅଛନ୍ତି । ଆଉ ସେମାନେ ଆସି ବିଜୁ ଜନତା ଦଳରେ ମିଶିବେ । ଦେବୀ ମିଶ୍ର କହିଛନ୍ତି, ବିଜେଡି ନବୀନ ବାବୁଙ୍କ ନେତୃତ୍ୱରେ ଆଗକୁ ବଢୁଛି। ବିଜେଡି ସବୁଠୁ ବଡ ଦଳ। ନିର୍ବାଚନ ପରେ ଲୋକ ମାନେ ଏବେ ଅନୁଭବ କରୁଛନ୍ତି । ଭବିଷ୍ୟତରେ କଣ ହେବ ତାହା କହିବା ମୁସ୍କିଲ? ରାଜନୀତିରେ ସବୁ ସମ୍ଭବ। ଆଞ୍ଚଳିକ ଦଳ ଓ ଜାତୀୟ ଦଳ ସେମାନଙ୍କ ସ୍ଥିତିକୁ ଦେଖି କହୁଛନ୍ତି। ଜାତୀୟ ସ୍ତରରେ ବିଜେପି ଓ କଂଗ୍ରେସ ଶାସନ ଗାଦି ଦଖଲ ପାଇଁ ଅକ୍ଷମ। ଗଠବନ୍ଧନ ଉପରେ ନିର୍ଭର କରୁଛନ୍ତି। କଂଗ୍ରେସ ବି ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି। ଆଗକୁ ବଡ ହଲଚଲ ହେବ। ବିଜେଡ଼ିର ଫୋକସ ବିକାଶ। ବିକାଶକୁ ପାଥେୟ କରି ହଲ ଚଲ ହେବ।’

  • Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 68 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ