ଦଳ ଭାଙ୍ଗିବାକୁ ପାଣ୍ଡିଆନ ଙ୍କ ଷଡଯନ୍ତ୍ର କି? ପୁଣି ବିଜେଡ଼ିର ନେତୃତ୍ୱ ନେବେ ଭିକେ ପାଣ୍ଡିଆନ୍‌!

Spread the love

ଜେଏମଜେ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନକୁ ଭିକେ ପାଣ୍ଡିଆନ୍‌ ପରିଚାଳିତ କରୁଥିଲେ । ତାହା ପୂର୍ବରୁ ପାଣ୍ଡିଆନ୍‌ କେବେ ସାମ୍ନାକୁ ଆସୁନଥିଲେ । କିନ୍ତୁ ୨୦୧୯ରେ ବିଜେଡ଼ି ସରକାର ଗଢ଼ିବା ପରେ ପାଣ୍ଡିଆନ୍‌ ସାମ୍ନାକୁ ଆସିଲେ । ସେହି ସମୟରେ ନବୀନ ନିବାସରେ ଯେଉଁ ହୋମଯଜ୍ଞ ହୋଇଥିଲା ସେଥିରେ ପାଣ୍ଡିଆନ୍‌ ଓ ତାଙ୍କର ପତ୍ନୀ ସୁଜାତା କାର୍ତ୍ତିକେୟନ ହିଁ କର୍ତ୍ତା ସାଜିଥିଲେ ।

୨୦୧୯ ପରେ ସୁପର ସିଏମ ଭୂମିକାରେ ପାଣ୍ଡିଆନ୍‌ ମଇଦାନକୁ ଓହ୍ଲାଇଥିଲେ । ପ୍ରଥମେ ୫ଟି ସଚିବ ଭାବେ ସେ ମୁଖ୍ୟମନ୍ତ୍ରୀଙ୍କ ଦୂତ ହୋଇ ସାରା ରାଜ୍ୟ ବୁଲିଲେ । ପରେ ଆଇଏଏସ ଚାକିରୀ ଛାଡ଼ି ପାଣ୍ଡିଆନ୍‌ ସିଧାସଳଖ ବିଜେଡ଼ିରେ ଯୋଗଦେବା ସହ ଦଳୀୟ ପୋଷ୍ଟର ବ୍ୟାନରରେ ନିଜର ଛବି ଛାଡ଼ିଦେଲେ । ଯାହାକୁ ବିଜେପି ଏକ ପ୍ରସଙ୍ଗ କରି ଗଢ଼ି ତୋଳିବା ସହ ଓଡ଼ିଆ ଅସ୍ମିତାର କଥା ଉଠାଇଥିଲା । ଏହି ଓଡ଼ିଶା ଅସ୍ମିତା ହିଁ ବିଜେଡ଼ିକୁ ପରାଜୟ ସମୁଦ୍ରରେ ଡୁବାଇ ଦେଇଥିଲା । ବିଜେଡ଼ିର ଅନେକ ଛାତ୍ର ଓ ଯୁବ ନେତାମାନେ ପାଣ୍ଡିଆନ୍‌ ଦଳ ପରିଚାଳନା କଲେ ଦଳ ଦୁର୍ବଳ ହେବବୋଲି ମତ ଦେଉଛନ୍ତି । ତଥାପିବି ନବୀନ ବାବୁ ଏବେ ମଧ୍ୟ ପାଣ୍ଡିଆନଙ୍କୁ ହିଁ ସର୍ବେସର୍ବା କରି ରଖିଛନ୍ତି । ସେ ସମ୍ମୁଖକୁ ଆସୁନଥିଲେବି ପଛ ପଟେ ଗୋଟି ଚାଳନା କରିବାର ଖବର ସମସ୍ତଙ୍କ ପାଖରେ ଅଛି । ସେହି ପାଣ୍ଡିଆନଙ୍କୁ ଧରି ଯଦି ବିଜେଡ଼ି ଆଗକୁ ବଢ଼ିବାରେ ସ୍ୱପ୍ନ ଦେଖୁଥିବ ତାହା ଦଳ ପାଇଁ ନିଶ୍ଚିତ ବୁମେରାଂ ହେବ ।ଏକଦା ରାଜ୍ୟର ଏକ ନମ୍ବର ଦଳ ବିଜେଡ଼ି ଏବେ ବ୍ୟାକ୍‌ଫୁଟରେ ରହିଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ କାନ୍ଧେଇ ବିଜେପି ରାଜ୍ୟରେ କାୟା ବିସ୍ତାର କରୁଛି । ଅପରପକ୍ଷରେ କଂଗ୍ରେସ ଯଥା ପୂର୍ବଂ ତଥା ପରଂ ଭଳି ଅସହାୟ ଅବସ୍ଥାରେ ଭବିଷ୍ୟତ ଖୋଜିବାରେ ଲାଗିଛି । ଆଜିକା ଦିନରେ ମୋଟାମୋଟି ଭାବେ ରାଜ୍ୟ ରାଜନୀତିର ଚିତ୍ର ଏଇଆ ।

  • Related Posts

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ ରାଜ୍ୟ ସଚିବାଳୟ, ନବାନ୍ନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତାଙ୍କ ବାସଭବନ ନିକଟରେ କିଛି ଲୋକ ‘ଜୟ ଶ୍ରୀ…

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ହାଇ-ଭୋଲଟେଜ୍ ଲଢ଼େଇ ପରେ ଆଜି ସମସ୍ତଙ୍କ ନଜର ଭୋଟ୍ ଗଣତି ଉପରେ ରହିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (TMC) ଏବଂ ଭାରତୀୟ ଜନତା…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!