ଚାଚା ନେହେରୁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2025 ଅନୁଷ୍ଠିତ।

Spread the love

ବ୍ରହ୍ମପୁର,:(ଜେଏମଜେ ବ୍ୟୁରୋ ): ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଚାଚା ନେହେରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ଶିକ୍ଷା ବର୍ଷର ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି।


ଚାଚା ନେହେରୁ କ୍ଲଷ୍ଟର ସମ୍ବଳ ସଂଯୋଜକ ଶ୍ରୀ ବାଙ୍କ ପ୍ରଧାନ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ୧୯ ନଂ ୱଡର କର୍ପୋରେଟର ଶ୍ରୀମତୀ କଦମ୍ବରୀ ଦାସ,ସଂମ୍ମାନୀତ ଅତିଥି ଭାବେ ରଙ୍ଗେଈଲୁଣ୍ଡା ବ୍ଲକ ଏ. ବି. ଓ & ବି. ଆର. ସି. ସି ଜଗନ୍ନାଥ ଭୂୟାଁ,ଚାଚା ନେହେରୁ ଉଚ୍ଚ ପ୍ରଥମମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜେଶ୍ୱରୀ ଦାଶ, ଶ୍ରୀମତୀ ପଦ୍ମାସେନୀ ପଣ୍ଡା, ଶ୍ରୀମତୀ ବିଷ୍ନୁପ୍ରିୟା ସାବତ ସମସ୍ତ ମଂଚାସୀନ ଥିଲେ
ସମ୍ବଳ ସଂଯୋଜକ ନିର୍ଦ୍ଦେଶ ପ୍ରକାର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ କ୍ଲଷ୍ଟରର ଶିକ୍ଷକ ଓ ଶିକ୍ଷୟିତ୍ରୀ ମନେ ବିଚାରକ ଭାବେ ପ୍ରତିଯୋଗିତା ଗୁଡିକୁ ସୁଚାରୁରୂପେ ନିରୀକ୍ଷଣ କରି ଫଳା ଫଳ ଗୁଡିକ ପ୍ରଦାନ କରିଥିଲେ l
ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରର ପ୍ରିୟ ବିଧାୟକ କେ.ଅନିଲ କୁମାର ଯୋଗ ଦେଇ ଶିଶୁ ମାନଙ୍କର ଅନ୍ତଃନିହିତ ଗୁଣର ବିକାଶରେ ଗୁଣାତ୍ମକ ଶିକ୍ଷାର ବୃଦ୍ଧି କରି ପାରିବ ବୋଲି ମନ୍ତବ୍ୟ ଦେଇଥିଲେ ସମ୍ମାନୀତ ଅତିଥି ରୂପେ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା ଅଭିବ୍ୟକ୍ତିରେ ଛାତ୍ର, ଛାତ୍ରୀ ମାନଙ୍କ ଲୁକାୟତ ସୃଜନ ଶୀଳତାର ଅଭିବୃଦ୍ଧିରେ ସୁରଭି କାର୍ଯ୍ୟକ୍ରମ ଏକ ଗୁରୁତ୍ୱ ପଦକ୍ଷେପ। ପାଠ ପଢିବା ସହ ପ୍ରତିଯୋଗିତାରେ ଭଗନେବା ଉଚିତ୍ ବୋଲି କହିଲେ, ସମ୍ମାନୀତ ଅତିଥି ଏ ବି ଓ ଶ୍ରୀମତୀ କୁସୁମ ପାଢ଼ୀ,ମୁଖ୍ୟ ବକ୍ତା ରୂପେ ମହାନଗର ଶିକ୍ଷକ ସଙ୍ଗର ସଭାପତି ରାଜେଶ କୁମାର ତାରିଣୀ, ସମସ୍ତ ସମ୍ମାନୀତ ଅତିଥି ତଥା ଅବନୀ କୁମାର ପାଢ଼ୀ ସମ୍ପାଦକ ପ୍ରାଥମିକ ଶିକ୍ଷକ ସଙ୍ଘ, ସି ଆର ସି ସି ରଙ୍ଗିପୁର କ୍ଲଷ୍ଟର ଶ୍ରୀ ଗୋପାଳ ପଣ୍ଡା, ପ୍ରଧାନ ଶିକ୍ଷୟିତ୍ରୀ ରାଜେଶ୍ୱରୀ ଦାଶ, ଶ୍ରୀ ଜୟସେନ ପ୍ରଧାନ, ଶ୍ରୀ ସିମାଞ୍ଚଳ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ଉପ ସଭାପତି ଉପସ୍ଥିତ ରହିଥିଲେ। ଅଥିତି ମାନଙ୍କ ଦ୍ୱାରା କୃତି ଛାତ୍ର, ଛତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା, ଏହି ସୁରଭି କାର୍ଯ୍ୟକ୍ରମରେ କ୍ଲଷ୍ଟରର ୧୧ ଟି ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ ପ୍ରାୟ ୨୨୦ ଜଣ ଛାତ୍ର, ଛାତ୍ରୀ ଭାଗ ନେଇ ଥିଲେ।କ୍ଲଷ୍ଟର ଓ ସ୍ଥାନୀୟ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିବା ସହ ଶେଷରେ ଶ୍ରୀ ସଚ୍ଚିଦାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ରହ୍ମପୁର ରୁ ତପେନ୍ଦ୍ର ଡାକୁଆ ଙ୍କ ରିପୋର୍ଟ

  • jmjnewso

    Related Posts

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ…

    ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା

    Spread the love

    Spread the loveଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 25 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 21 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 30 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 41 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ