କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025 ଅନୁଷ୍ଠିତ।

Spread the love


ବ୍ରହ୍ମପୁର :(ଜେଏମଜେ ନ୍ୟୁଜ): ସ୍ଥାନୀୟ ସିମାଦ୍ରୀ ପଣ୍ଡା ସରକାରୀ ପୌର ଉଚ୍ଚବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇ ଅଛି। କରଣ ସାହି କ୍ଲଷ୍ଟରର ସିଆରସିସି ଶ୍ରୀଯୁକ୍ତ ଅନୁଜ କୁମାର ପ୍ରଧାନଙ୍କ ତତ୍ତ୍ୱIବଧାନରେ ଉକ୍ତକାର୍ଯ୍ୟଟି ସୂଚାରୁ ରୂପେ ପରିଚାଳିତ ହୋଇଅଛି l ଉକ୍ତ ଉତ୍ସବରେ ରଙ୍ଗେଈଲୁଣ୍ଡା ବିଆରସିସି ଜଗନ୍ନାଥ ଭୂୟାଁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବାସନ୍ତୀ ଭୋଇ ସଭାପତିତ୍ୱ କରିଥିଲେ। ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ କିରଣ କୁମାର ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରାଜେଶ ତାରିଣୀ, ସମ୍ପାଦକ ଅବନୀ ପାଢ଼ୀ, ସ୍ଥାନୀୟ କର୍ପୋରେଟର ବବିତା ନାୟକ, ଦଣ୍ଡ ନାୟକ ଏବଂ ଚିତ୍ରସେନ ମହାପାତ୍ର, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶୁଭଲକ୍ଷ୍ମୀ ବଡ଼ତ୍ୟା ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ୧୦ଟି ବିଦ୍ୟାଳୟ ଏବଂ ଗୋଟିଏ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ସେହିପରି ଉଦଯାପନୀ ଉତ୍ସବରେ ରଙ୍ଗେଈଲୁଣ୍ଡା ବିଇଓ ଦେବେନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିବାବେଳେ ମୁଖ୍ୟବକ୍ତା ରୂପେ ରବିନାରାୟଣ ପଟ୍ଟନାୟକ, ରଙ୍ଗିପୁର ସିଆରସିସି ଗୋପାଳ କୃଷ୍ଣ ପଣ୍ଡା ଯୋଗଦେଇ ଅଂଶଗ୍ରହଣ କରିଥିବା ବିଭିନ୍ନ ଶିଶୁମାନଙ୍କ ପ୍ରତିଯୋଗୀ ମନୋଭାବକୁ ଭୂରି ଭୂରି ପ୍ରଶଂସା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଥିବା ବିଚାରକଙ୍କ ନିରପେକ୍ଷତା ପ୍ରଶଂଶନୀୟ ଥିଲା I

ଏହିପରି କାର୍ଯ୍ୟକ୍ରମ ଦ୍ୱାରା ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭା ଓ ସୃଜନଶୀଳତାର ବିକାଶ ହୋଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚସଜ୍ଜାର ଦାୟିତ୍ଵ ଗିରିଜା ଶଙ୍କର ପଣ୍ଡା ସମ୍ପାଦନ କରିଥିବା ବେଳେ ଅତିଥି ସତ୍କାର ର ଦାୟିତ୍ଵ ଅଭିଷେକ ମିଶ୍ରଙ୍କ ଦ୍ଵାର ସମାପନ ହୋଇଥିଲା l ପ୍ରଶାନ୍ତ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଅୟୋଜିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ରେ ଉକ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ ହୋଇପାରିଲା ବୋଲି ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ମତବ୍ୟକ୍ତ କରିଥିଲେ I
ଶେଷରେ ଶିକ୍ଷକ ଶ୍ରୀଯୁକ୍ତ ପରମେଶ୍ୱର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ I ଏହାପରେ ସଭାପତି ମହୋଦୟା ସଭାସାଙ୍ଗ କରିଥିଲେ I

ବ୍ରହ୍ମପୁର ରୁ ବିଭୁତି ଶତାପଥୀଙ୍କ ଙ୍କ ରିପୋର୍ଟ୍

  • jmjnewso

    Related Posts

    ପ୍ରକାଶ ପାଇଲା ଯୁକ୍ତ ୩ ମେରିଟ୍ ଲିଷ୍ଟପ୍ରଥମ ପର୍ଯ୍ୟାୟରେ ଲକ୍ଷେ ୭୮ ହଜାର ୭୮୨ ଛାତ୍ରଛାତ୍ରୀ ମନୋନୀତ

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ। କଳା, ବିଜ୍ଞାନ ଓ ବାଣିଜ୍ୟରେ ପ୍ରଥମେ ରହିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ। କଳା (ରାଜନୀତି ବିଜ୍ଞାନ)ରେ ୯୪.୫୦%, ବିଜ୍ଞାନ (ପଦାର୍ଥ ବିଜ୍ଞାନ)ରେ ୯୬.୫୦%,…

    ଅର୍ଥନୀତି ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ

    Spread the love

    Spread the loveଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅର୍ଥନୀତି ବିଭାଗ ଓ ସେଣ୍ଟର ଅଫ ସୋସିଆଲ ଏସକେଲୁସନ ଏଣ୍ଡ ଇଂକ୍ଲୁସିବ ପଲିସି ଏବଂ ଓଡ଼ିଶା ସରକାରଙ୍କ ପି ଏମ -ଉଷା ମିଳିତରେ…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…