ଜାଭିୟର୍ସ ହାଇ ସ୍କୁଲ ରେ ଆୟୋଜିତ ଶିକ୍ଷା କର୍ମଶାଳା ମୁନ -୨୦୨୫

Spread the love

ବ୍ରହ୍ମପୁର: (ଜେଏମଜେ ନ୍ୟୁଜ ): ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ରେ ଛାତ୍ରଛାତ୍ରୀ ଙ୍କ ଶିକ୍ଷା ସହ ସବୁ କ୍ଷେତ୍ରରେ କିପରି ସଫଳତା ଓ ବିକାଶ ହୋଇପାରିବ ସେଥିନେଇ ଚାରି ଦିନ ଧରି ଆୟୋଜିତ ମୁନ୍ -୨୦୦୫ (ଶ୍ରୀ କୌଶିକ ମଡେଲ ୟୁନାଇଟେଡ ନେସନ୍ସ୍ ) ନାମରେ ମିଳିତ ଜାତିସଂଘର ଶିକ୍ଷାର ବିକାଶ ସମ୍ପର୍କିତ କର୍ମଶାଳା ଉଦ୍ ଯାପିତ ହୋଇଯାଇଛି ।

ଏପରି କର୍ମଶାଳାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ବହୁତ ଉପକୃତ ହେବା ସହ ସଭିଙ୍କ ମନରେ ପ୍ରବଳ ଉତ୍ସାହ ଦେଖା ଯାଇଥିଲା। ଅନ୍ତିମ ଦିବସରେ ମୁଖ୍ୟ ଅତିଥି ରୂପେ ରଙ୍ଗେଇଲୁଣ୍ଡା ଗୋଷ୍ଟୀ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା ଯୋଗ ଦେଇ ଏପରି ଶିକ୍ଷା ସଂପର୍କିତ କର୍ମଶାଳା ଦ୍ବାରା ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନର ବିକାଶ ହୋଇଥିବ ବୋଲି କହିବା ସହ ସମସ୍ତେ ନିଜେ ନିଜକୁ ଜଣେ ପ୍ରତିଭାବାନ ଭାବେ ଗଢ଼ିବାକୁ ପରାମର୍ଶ ଦେଇଥିଲେ ।ଆଗକୁ ମଧ୍ୟ ଏପରି ଛାତ୍ରଛାତ୍ରୀ ଙ୍କ ଲାଗି କର୍ମଶାଳାର ଆବଶ୍ୟକତା ନିହାତି ଜରୁରୀ ବୋଲି କହିଥିଲେ । ଅନ୍ୟଦିନ ମାନଙ୍କରେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର୍, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ୍ ସାମନ୍ତରାୟ ,ମହାନଗର ନିଗମ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ପ୍ରମୁଖ ଅତିଥି ଭାବେ ଯୋଗ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣେଇ ଥିଲେ ।ସ୍କୁଲ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ତ୍ରିପାଠୀ, ସ୍କୁଲ ଚେୟାରମ୍ୟାନ ଗୋରୀ ଶଙ୍କର ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା, ଜୋନାଲ ଏକାଡେମୀକ ଅଫିସର ଡ.ବିନାୟକ ସାହୁ , ଆମ୍ବପୂଆ ସ୍କୁଲ ଅଧ୍ୟକ୍ଷ ତଥା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାହୁଁ ଚରଣ ପଣ୍ଡା, ଉପାଧ୍ୟକ୍ଷ ପ୍ରକାଶ ପଲେଇ ଙ୍କ ସମେତ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ । ଏହି କର୍ମଶାଳାରେ ବିଭିନ୍ନ ବିଦ୍ୟାଳୟ ର ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏଠାରେ ପୁରସ୍କୃତ କରାଯାଇଥିଲା । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ବ୍ରହ୍ମପୁର ରୁ ତପେନ୍ଦ୍ର ଡାକୁଆ ଙ୍କ ରିପୋର୍ଟ..

  • jmjnewso

    Related Posts

    ଅର୍ଥନୀତି ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ

    Spread the love

    Spread the loveଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅର୍ଥନୀତି ବିଭାଗ ଓ ସେଣ୍ଟର ଅଫ ସୋସିଆଲ ଏସକେଲୁସନ ଏଣ୍ଡ ଇଂକ୍ଲୁସିବ ପଲିସି ଏବଂ ଓଡ଼ିଶା ସରକାରଙ୍କ ପି ଏମ -ଉଷା ମିଳିତରେ…

    “କଲ୍ଲୋଳ–୨୦୨୫” ଅନୁଷ୍ଠିତ

    Spread the love

    Spread the loveକରଞ୍ଜିଆ: ଜେଏମଜେ ନ୍ୟୁଜ: ( ଜିତେନ୍ଦ୍ରରାଜ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଷଷ୍ଠ ବାର୍ଷିକ ଉତ୍ସବ “କଲ୍ଲୋଳ–୨୦୨୫” ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଦେବଦତ୍ତ ଙ୍କ ସଭାପତିତ୍ୱ ରେ…

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର