ପୁରୁଷୋତ୍ତମପୁର ସହରରେ ସୌନ୍ଦର୍ଯ୍ୟ ହରାଉଛି ଗୋପାଳବନ୍ଧ।

Spread the love

ପୁରୁଷୋତ୍ତମପୁର : (ଜେଏମଜେ ନ୍ୟୁଜ ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର ମଧ୍ୟଭାଗରେ ଥିବା ବହୁ ପୁରାତନ ଜଗନ୍ନାଥ ମହାପ୍ରଭୁ ଙ୍କ ମନ୍ଦିର ନିକଟରେ ଥିବା ଗୋପାଳବନ୍ଧରେ ଭୋର ରୁ ଦୈନିକ ହଜାର ହଜାର ଲୋକ ସ୍ନାନ କରି ମହାପ୍ରଭୁ ଜଗନ୍ନାଥଙ୍କୁ ନିତ୍ୟ ଦର୍ଶନ କଲା ପରେ ନିଜ ନିଜ କର୍ମ କ୍ଷେତ୍ରରେ ନିୟୋଜିତ ହୁଅନ୍ତି | କିନ୍ତୁ ଦୁଃଖର ବିଷୟ ଏହି ପୋଖରୀର ପୁନଃରୁଦ୍ଧାର ଏବଂ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ପୂର୍ବତନ ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ନିଜର ଟ୍ରାନ୍ସଫର ଖବର ଶୁଣି ତରବରିଆ ଭାବେ ପୋଖରୀ କାର୍ଯ୍ୟ କରି ମୋଟା ଅଙ୍କର ପିସି ପାଇବା ଆଶାରେ ତୁରନ୍ତ ନିଷ୍ପତି ନେଇ କଣ୍ଟ୍ରାକ୍ଟର ଦ୍ଵାରା କାର୍ଯ୍ୟ ଆରମ୍ଭ କରାଇଥିଲେ | ଫଳରେ ଆଗରୁ ବିନା ଫଳକ ଏବଂ ବିନା ଟେଣ୍ଡର ରେ ସହରରେ କିଛି କଣ୍ଟ୍ରାକ୍ଟର ଦ୍ଵାରା କାର୍ଯ୍ୟକରାଇ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଲୋକ ଲୋଚନକୁ ଆସିଥିଲା ଫଳରେ ସହରବାସୀ ଅଶାନ୍ତ ଥିଲେ | ସେହି ସମୟରେ ପୁଣି ଗୋପାଳବନ୍ଧ କାର୍ଯ୍ୟ ଆରମ୍ଭ ହେଲା ପରେ ପୋଖରୀ ହୁଡାରେ ଥିବା କିଛି ପୁରାତନ ଗଛକୁ କାଟି ପୋଖରୀ ଭିତରେ ପକାଯାଇଥିଲା ଫଳରେ ପୋଖରୀ ଅପରିଷ୍କାର ରହି ନଷ୍ଟ ହୋଇଯାଇଥିଲା |

ପରବର୍ତ୍ତୀ ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ମିଶ୍ର ବାବୁଙ୍କ ଟ୍ରାନ୍ସଫର ହୋଇଯାଇଥିଲା ଫଳରେ ମାସ ମାସ ଧରି ଅଧପାନ୍ତରିଆ ହୋଇ ପୋଖରୀ ଅପରିଷ୍କାର ହୋଇ ରହିଥିଲା ଏବଂ କଣ୍ଟ୍ରାକ୍ଟର ଏହା ଉପରେ ଗୁରୁତ୍ୱ ଦେଇନଥିଲେ| ଫଳରେ ପୋଖରୀ କାମ ଆଉ ଆଗକୁ ବଢିନଥିଲା କିଛି ମାସ ପରେ ଦଣ୍ଡଯାତ୍ରା ସମୟରେ ଦଣ୍ଡୁଆ ମାନେ ଅପରିଷ୍କାର ପାଣି ଏବଂ ପଙ୍କ ରେ ପାଣିଦଣ୍ଡ କରି ମେରୁଯାତ୍ରା ସେହି ସ୍ଥାନ ରେ କରିଥିଲେ ଏବଂ ସେହି ୱାର୍ଡ ର କାଉନସିଲର ସହ ଜନ ସାଧାରଣ ସେହି ପୋଖରୀର ଅପରିଷ୍କାର ପାଣି ବାହାର କରି ପରିଷ୍କାର ପାଣି ଛାଡିବାକୁ ଏନଏସି କୁ ଅନୁରୋଧ କରିଥିଲେ ମଧ୍ୟ ଜନ ସାଧାରଣ ଙ୍କ କଥାକୁ ଏନ୍.ଏ.ସି କର୍ତ୍ତୁପକ୍ଷ କର୍ଣ୍ଣପାତ କରିନଥିଲେ | ଫଳରେ ବିଭିନ୍ନ ଗଣମାଧ୍ୟମରେ ଗୋପାଳବନ୍ଧ ବିଷୟ ପ୍ରଚାରିତ ହେବା ପରେ ମଧ୍ୟ ଏନ୍.ଏ.ସି ଏହା ଉପରେ ଗୁରତ୍ୱ ଦେଇନଥିଲା କିନ୍ତୁ ପରବର୍ତ୍ତୀ ସମୟରେ ପୁରୁଷୋତ୍ତମପୁର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା କାର୍ଯ୍ୟରେ ନିୟୋଜିତ ହେବା ପରେ ସେ ଜାଣିବାକୁ ପାଇଲେ ଏହି ଏନ୍.ଏ.ସି ରେ ବହୁ ଦୁର୍ନୀତି ହୋଇଛି ତେଣୁ ସେ ସତର୍କ ହୋଇ ତାଙ୍କ କାମ ସୂଚାରୁରୂପେ କରିଚାଲିଲେ | କିଛି ଦିନ ପରେ ବ୍ରହ୍ମପୁର ଭିଜିଲାନ୍ସ(ଦୁର୍ନୀତି ନିବାରଣ) ଟିମ ପୁରୁଷୋତ୍ତମପୁର ଏନ.ଏ.ସି ର ଦୁର୍ନୀତି ଖବର ପାଇଲା ପରେ ବ୍ରହ୍ମପୁର ଭିଜିଲାନ୍ସ(ଦୁର୍ନୀତି ନିବାରଣ)ଟିମ ଆସି ଏନ.ଏ.ସି ରୁ ଦେଢ଼ ବର୍ଷ ପୂର୍ବେ ଆନୁମାନିକ ୧୧୨ ଗୋଟି ଫାଇଲ ଉଠାଇନେଇଥଲେ ମଧ୍ୟ କାହିଁକି ଏହି ଦୁର୍ନୀତି ଉପରେ ଗୁରୁତ୍ୱ ଦିଆଯାଉନି ବୋଲି ଲୋକଙ୍କ ମଧ୍ୟରେ ବିଭିନ୍ନ ଚାହା ଖଟିରେ ଚର୍ଚ୍ଚା ଯୋର ଧରିଥିବା ବେଳେ ଗତ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ବିଭାଗ(ଡୁଡ଼ା) ଦ୍ଵାରା ୩ ଜଣିଆ ବୈଷୟିକ ଟିମ ତଥା ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ(ଡିଭିଜନ-2) ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ମିଶ୍ର,ହୁମା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସଦାଶିବ ପାତ୍ର ଏବଂ କବିସୂର୍ଯ୍ୟନଗର ବ୍ଲକ କନିଷ୍ଠ ଯନ୍ତ୍ରୀ ସାଗର ବେହେରା ପ୍ରଭୁତି ପୁରୁଷୋତ୍ତମପୁର ଗୋପାଳବନ୍ଧ ସମେତ ଗାର୍ଡୱାଲ ଗୁଡିକର ଲମ୍ବ ଏବଂ ଓସାର ମାପଚୁପ କରିଥିବା ବେଳେ ପୋଖରୀରେ ପାଣିଥିବା ଯୋଗୁଁ ଗାର୍ଡୱାଲ ଗୁଡିକର ଗଭୀର ମାପ ଚୁପ ନ କରି ଫେରିଛନ୍ତି | ଏହି ପୋଖରୀର ନିମ୍ନ ମାନର କାର୍ଯ୍ୟ ହୋଇଥିବା ଯୋଗୁଁ ସହରବାସୀ ଗଞ୍ଜାମ ଜିଲ୍ଲାପାଳ,ଡୁଡ଼ା ଏବଂ ଏନ.ଏ.ସି କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହା ଉପରେ ତଦନ୍ତ ବାଟମଣା ହେଉଛି | ଜନ ସାଧାରଣ ଙ୍କ ଦାବୀ ଏହି ପୋଖରୀରେ ହୋଇଥିବା ଦୁର୍ନୀତି କୁ ଯଥା ଶୀଘ୍ର ଲୋକଲୋଚନ କୁ ଅଣାଯାଉ ଏବଂ ଯେଉଁ ମାନେ ଏହି ଦୁର୍ନୀତିରେ ସମ୍ପୃକ୍ତ ତାଙ୍କୁ ଉଚିତ ଦଣ୍ଡ ଦିଆଯାଉ ଏବଂ ଦୁର୍ନୀତି କରିଥିବା କଣ୍ଟ୍ରାକ୍ଟର ର ଲାଇସେନ୍ସ ରଦ୍ଧ କରାଯିବା ସହିତ ତୁରନ୍ତ ପୋଖରୀକୁ ସୌନ୍ଦର୍ଯ୍ୟ ଏବଂ ପୁନଃରୁଦ୍ଧାର କରିବାକୁ ସରକାରଙ୍କୁ ଜନସାଧାରଣ ଙ୍କ ଦାବି ଏହା ନ ହେଲେ ଜନ ସାଧାରଣ ରାଜରାସ୍ତାକୁ ଓଲ୍ହାଇବେ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି |

ସୁଶାନ୍ତ କୁମାର ପାଢ଼ୀଙ୍କ ରିପୋର୍ଟ…

  • jmjnewso

    Related Posts

    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    Spread the love

    Spread the loveଛତ୍ରପୁର : ଜେଏମଜେ ନ୍ୟୁଜ : ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ମୁକାବିଲା କରିବାକୁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଆସନ୍ତାକାଲିଠାରୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାର…

    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    Spread the love

    Spread the loveଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ଶିକ୍ଷକ ପଦୋନ୍ନତିରେ ଅନିୟମିତତା ଆସିଲା ନେଇ ଅଭିଯୋଗ.. ଜିଲ୍ଲା ଶିକ୍ଷା ଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ବିଭିନ୍ନ ବିଦ୍ୟାଳୟ ରେ ଅଶାନ୍ତି ଆଶଙ୍କା ଦେଖାଦେଲାଣି..ଗଞ୍ଜାମ ଜିଲ୍ଲାର ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତି…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତରୁ ପୁରୀ: ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’

    • By jmjnewso
    • September 20, 2026
    • 28 views
    ପଞ୍ଚାୟତରୁ ପୁରୀ:   ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’

    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    • By jmjnewso
    • September 20, 2026
    • 29 views
    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    • By jmjnewso
    • September 20, 2026
    • 19 views
    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    • By jmjnewso
    • September 20, 2026
    • 24 views
    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    • By jmjnewso
    • September 20, 2026
    • 21 views
    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    • By jmjnewso
    • September 20, 2026
    • 54 views
    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।