ଦୀପାବଳି ରେ ବଢୁଛି ଚାହିଦା: ଖୋଜାପଡେ କାଉଁରିଆ କାଠି

Spread the love

ଜେଏମଜେ ବ୍ୟୁରୋ : ଦିନକ ପରେ ଆଲୋକର ପର୍ବ ଦିପାବଳି। ଏହି ଦିନ ଓଡ଼ିଆଙ୍କ ଚିରାଚରିତ ପର୍ବ ଭାବେ ଗାଁ ଗଣ୍ଡାରୁ ସହର ପର୍ଯ୍ୟନ୍ତ ପିଠା, ପଣା, ଫଳ, ମୂଳ ଦେଇ ବଡ଼ ବଡୁଆଙ୍କୁ ଘର ଆଗରେ ଡ଼ାକିଥାନ୍ତି ପରିବାର ଲୋକେ।ଏହି ଦିନ ଓଡ଼ିଆଙ୍କ ଚିରାଚରିତ ପର୍ବ ଭାବେ ଗାଁ ଗଣ୍ଡାରୁ ସହର ପର୍ଯ୍ୟନ୍ତ ପିଠା, ପଣା, ଫଳ, ମୂଳ ଦେଇ ବଡ଼ ବଡୁଆଙ୍କୁ ଘର ଆଗରେ ଡ଼ାକିଥାନ୍ତି ପରିବାର ଲୋକେ। ଏକା ସଙ୍ଗରେ କାଉଁରିଆ କାଠିକୁ ଜଳାଇ ସପରିବାର ସହ ସାହି ପଡ଼ୋଶୀ ଓ ବନ୍ଧୁ ବାନ୍ଧବଙ୍କ ସହ ମିଳିମିଶି ଡ଼ାକନ୍ତି ବଡ଼ ବଡୁଆ ହୋ ଅନ୍ଧାରରେ ଆସ, ଦୀପାବଳି ଆଲୋକ ଦେଖି ଆମକୁ ଆଲୋକିତ କର ହୋ ବୋଲି କହି କାଉଁରିଆ କାଠି ଲଗାଇ ପୂଜା କରିଥାନ୍ତି।

ଦୀପାବଳି ପୂର୍ବରୁ ଗାଁ ହାଟରେ ବଡ଼ ବଡ଼ୁଆଙ୍କୁ ଡ଼ାକିବା ପାଇଁ ଆଉ କାଉଁରିଆ କାଠ ମିଳୁନାହିଁ। କାରଣ ଆଉ ନଳିତା ଚାଷ ପୂର୍ବ ଭଳି ଗାଁରେ ଚାଷୀ କରୁନାହାନ୍ତି। ସମସ୍ତେ ଧାନ ଓ ପରିବା ଚାଷ ମୁହାଁ ହେଉଛନ୍ତି, ଯେଉଁଥି ପାଇଁ ଚଳିତ ଦୀପାବଳିରେ ଗାଁଗୁଡ଼ିକରେ  ବଡ଼ ବଡ଼ୁଆଙ୍କୁ ଡ଼ାକିବା ପାଇଁ କାଉଁରିଆ କାଠି ବା ନଳିତା କାଠି ମିଳୁନାହିଁ। ବଜାରରେ ଚାହିଦା ଅନୁସାରେ ୪ଟି କାଠି ବିଶିଷ୍ଟ ଗୋଟିଏ ବିଡ଼ାକୁ ୨୦ରୁ ୩୦ ଟଙ୍କା ଦରରେ ବିକ୍ରି କରାଯାଉଛି।  

ଦିନଥିଲା  ନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷୀମାନେ ନଳିତା ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ବର୍ତ୍ତମାନ ଚାଷୀମାନେ ଧାନ ଓ ପନିପରିବା ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ନଳିତା ଚାଷ ସମୟରେ ଚାଷୀମାନଙ୍କୁ ଉପଯୁକ୍ତ ବିହନ, ବୈଷୟିକ କୌଶଳ ଓ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉନଥିବା ବେଳେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଗଲେ ପୂର୍ବପରି ନଳିତା ଚାଷର ଆଦର ରହିବ ବୋଲି ଚାଷୀ ମାନଙ୍କ ପକ୍ଷରୁ କୁହାଯାଇଛି।

  • jmjnewso

    Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ