ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

Spread the love

ଜେଏମଜେ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ହାଇ-ଭୋଲଟେଜ୍ ଲଢ଼େଇ ପରେ ଆଜି ସମସ୍ତଙ୍କ ନଜର ଭୋଟ୍ ଗଣତି ଉପରେ ରହିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (TMC) ଏବଂ ଭାରତୀୟ ଜନତା ପାର୍ଟି (BJP) ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳୁଛି । ତେବେ ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୬୫ ଆସନରେ ଆଗୁଆ ଥିବାବେଳେ ଟିଏମସି ୧୨୩ ଆସନରେ ଆଗୁଆ ରହିଛି।ସେହିପରି ଅନ୍ୟଦଳ ୩ ଆସନରେ ଆଗୁଆ ରହିଛନ୍ତି।

ଭାରତର ନିର୍ବାଚନ ଆୟୋଗ (ECI) ଅନୁଯାୟୀ, ସ୍ୱାଧୀନତା ପରେ ପଶ୍ଚିମବଙ୍ଗରେ ଏଥର ସର୍ବାଧିକ ମତଦାନ ରେକର୍ଡ କରାଯାଇଛି । ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଏହି ଫଳାଫଳ ଉପରେ, ଯାହା ରାଜ୍ୟର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ମମତା ବାନାର୍ଜୀ ନିଜର 15 ବର୍ଷର ଶାସନକୁ ବଜାୟ ରଖିବାରେ ସଫଳ ହେବେ ନା ବିଜେପି ତାଙ୍କୁ କ୍ଷମତାରୁ ହଟାଇବାରେ ସକ୍ଷମ ହେବ?

ରାଜ୍ୟରେ ମୋଟ 294 ଟି ବିଧାନସଭା ଆସନ ଥିବାବେଳେ ଆଜି କେବଳ 293 ଟି ଆସନର ଭୋଟ୍ ଗଣତି କରାଯିବ । ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଫଲ୍‌ତା (Falta) ବିଧାନସଭା କ୍ଷେତ୍ରରେ ମେ 21 ତାରିଖରେ ସାନି ମତଦାନ କରାଯିବା ନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଏହି ଆସନର ଫଳାଫଳ ମେ 24 ରେ ପ୍ରକାଶ ପାଇବ ।

ପଶ୍ଚିମବଙ୍ଗ ସମେତ ଆଜି ଦେଶର ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଭୋଟ୍ ଗଣତି ଚାଲିଛି । ଏଥିରେ ତାମିଲନାଡୁ, କେରଳ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ସାମିଲ ରହିଛି ।

  • jmjnewso

    Related Posts

    କଂଗ୍ରେସ ର ଭୋଟ ବଞ୍ଚାଅ-ସମ୍ବିଧାନ ବଞ୍ଚାଅ-ଦେଶ ବଞ୍ଚାଅ ପଦଯାତ୍ରା

    Spread the love

    Spread the loveବରଗଡ଼ : ଜେମେଜେ ନ୍ୟୁଜ (କ୍ଷମାନିଧି ବଣ୍ଡୁକି ): ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁଭେନ୍ଦୁ କୁମାର ସାହୁଙ୍କ ସଭାପତିତ୍ୱରେ ସମସ୍ତେ ଏକାଠି ହୋଇ ! ଗୋପାଳ ଗୋଶାଳା ପ୍ରଙ୍ଗଣରୁ, ଘରୋଇ ବସଷ୍ଟାଣ୍ଡ ଦେଇ ଗାନ୍ଧୀଛକ ପଯ୍ୟନ୍ତ “ଭୋଟ୍…

    ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ତାଙ୍କ ସହ ଆସିଛନ୍ତି ନବନିଯୁକ୍ତ ସହପ୍ରଭାରୀ ଡ. ସ୍ୱଦେଶ ସିଂ। ଦାୟିତ୍ୱ ମିଳିବା ପରେ ଉଭୟଙ୍କ ଏହି ଓଡ଼ିଶା…

    Leave a Reply

    Your email address will not be published. Required fields are marked *

    You Missed

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ