ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପୁଣି ବିଜେଡିର ଆଭିମୁଖ୍ୟ ନେଇ ବଢିଲା ଚର୍ଚ୍ଚାସଂସଦରେ ବିଜେଡିର ଆଭିମୁଖ୍ୟ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ଯେଉଁ ବିଜେଡି ଦିନେ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା କରିବା କଥା କହୁଥିଲା, ଏବେ ସେହି ବିଜେଡିକୁ ଇଣ୍ଡି ମେଣ୍ଟର ବୈଠକରେ ଦେଖିବାକୁ ମିଳିଛି । ଇଣ୍ଡି ମେଣ୍ଟର ରଣନୀତି ବୈଠକରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜଙ୍କ ଉପସ୍ଥିତି ଏବେ ନୂଆ ସମୀକରଣର ସଙ୍କେତ ଦେଉଛି । ଉଭୟ ଦଳ ଏହାକୁ ପ୍ରସଙ୍ଗ ଭିତ୍ତିକ ଲଢ଼େଇ ବୋଲି କହୁଥିବା ବେଳେ ବିଜେପି କିନ୍ତୁ ଏହାକୁ ‘ଚୋରା ପୀରତି’ କହି ତୀବ୍ର କଟାକ୍ଷ କରିଛି ।

ରାଜ୍ୟସଭା ନିର୍ବାଚନ ପରେ ଏବେ ସଂସଦରେ ବିଜେଡିର ଭୂମିକାକୁ ନେଇ ଚର୍ଚ୍ଚା । ସଂସଦରେ ବିଲ୍‌ ଆଲୋଚନା ଭିତରେ ଇଣ୍ଡି ମେଣ୍ଟ ବୈଠକରେ ଯୋଗ ଦେଇଛନ୍ତି ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ । ଆଉ ଏହାର ଫୋଟୋ ସାମ୍ନାକୁ ଆସିବା ପରେ ରାଜ୍ୟଠୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଯେଉଁ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକର୍ଜୁନ ଖଡ଼ଗେ, ଜୟରାମ ରମେଶଙ୍କ ସହ ଅନ୍ୟ ନେତାମାନେ ଉପସ୍ଥିତ ଅଛନ୍ତି । ବଡ଼ କଥା ହେଉଛି ଉଭୟ ବିଜେଡି ଓ କଂଗ୍ରେସ ମେଣ୍ଟକୁ ଖୋଲା ଖୋଲି ଅସ୍ବୀକାର କରୁନଥିଲେ ମଧ୍ୟ କହିଛନ୍ତି ପ୍ରସଙ୍ଗ ଭିତ୍ତିକ ଲଢେଇ ରେ ଆମେ ଏକାଠି ଅଛୁ ।

୨୦୨୪ ନିର୍ବାଚନ ପରଠୁ ବଦଳି ଯାଇଛି ବିଜେଡିର ସମଦୂରତା ଆଭିମୁଖ୍ୟ । ରାଜ୍ୟସଭା ନିର୍ବାଚନ ବେଳେ ଉଭୟ ଦଳ ଏକଠି ପ୍ରାର୍ଥୀ ଦେଇଥିବା ବେଳେ ବିଧାନସଭା ଭିତରେ ଓ ବାହାରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ତେବେ ବିଜେପି କହିଛି ଉଭୟ ଦଳର ଚୋରା ପୀରତି ଧରାପଡ଼ିଥିବା ବେଳେ ବିଜେଡିର ଅଣ କଂଗ୍ରେସ ଚରିତ୍ର ଏବେ ଲୋକଙ୍କ ସାମ୍ନାରେ ।

ଅଣ କଂଗ୍ରେସ ରାଜନୀତିରୁ ସୃଷ୍ଟି ହୋଇଥିଲା ବିଜେଡି । ବିଭିନ୍ନ ସମୟରେ ସଂସଦରେ ବିଜେଡି ଆପଣାଉଥିଲା ସମଦୂରତା ଆଭିମୁଖ୍ୟ । ଏବେ ଇଣ୍ଡି ମେଣ୍ଟରେ ବିଜେଡି ସାଂସଦଙ୍କ ଉପସ୍ଥିତି ରାଜନୀତିରେ ନୂଆ ସମୀକରଣ ଆଡ଼କୁ ଇଙ୍ଗିତ କରୁଛି ।

  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ