ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

Spread the love

ଭୁବନେଶ୍ୱର :ଜେଏମଜେ ନ୍ୟୁଜ : ଦଳି ଆଦେଶ ମିଳିବା ମାତ୍ରେ ତାହାକୁ ପାଳନ କରିବାକୁ ପଡ଼ିବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲାପାଳଙ୍କୁ କଡ଼ା ଚିଠି । ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୫ ପର୍ଯ୍ୟନ୍ତ ହେବ ବଦଳି ପ୍ରକିୟା । ସରକାରୀ କର୍ମଚାରୀଙ୍କ ବଦଳି ନିର୍ଦ୍ଦେଶନାମାରେ କେଉଁ କର୍ମଚାରୀ ବା ଅଧିକାରୀ କାହାକୁ ଦାୟିତ୍ୱ ହସ୍ତାନ୍ତର କରିବେ, ତାହା ମଧ୍ୟ ବଦଳି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିବ ।ଯଦି କୌଣସି ବିଶେଷ କାରଣରୁ ଏହା ଉଲ୍ଲେଖ ନଥିବ, ତା’ହେଲେ ସଂପୃକ୍ତ କର୍ମଚାରୀ ନିଜ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଅନ୍ୟ ଜଣେ ସମାନ ପାହ୍ୟାର ଅଧିକାରୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାୟିତ୍ୱ ହସ୍ତାନ୍ତର କରି ନୂଆ ସ୍ଥାନରେ ଯୋଗ ଦେବେ । ନୂଆ ନିୟମ କାର୍ଯ୍ୟକାରୀ ହେଲେ କୌଣସି ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ରହିପାରିବେନି । ଜନସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ହେଲେ ୩ ବର୍ଷ ପୂର୍ବରୁ ମଧ୍ୟ ବଦଳି କରାଯାଇପାରିବ । ଗ୍ରୁପ ‘ଏ’ ଓ ‘ବି’ ପାହ୍ୟାର କୌଣସି ଅଧିକାରୀ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ । ସେହିପରି ଗ୍ରୁପ୍‌ ‘ସି’ ପାହ୍ୟାର କର୍ମଚାରୀ ଏକ ନିର୍ଦ୍ଦିଷ୍ଟ ବ୍ଲକ କିମ୍ବା ତହସିଲରେ ୬ ବର୍ଷରୁ ଅଧିକ ଦିନ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । ବଦଳି ଅର୍ଡରରେ ରହିବ ରିଲିଭ ଓ ଜଏନିଙ୍ଗ୍ ସମୟ ସୀମା । ଏହି ପ୍ରକିୟାରେ ସ୍ଵଚ୍ଛତା ରଖିବାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ ।

  • jmjnewso

    Related Posts

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    Spread the love

    Spread the loveଭୁବନେଶ୍ୱର, ୨୧।୪ : ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବିଧାନସଭା ଅଧ୍ୟକ୍ଷଙ୍କ କ୍ଷମତା ଓ ଦାୟିତ୍ୱର ସମୀକ୍ଷା ପାଇଁ ପୁରୀଠାରେ ବାଚସ୍ପତି କମିଟି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନରୱେକର…

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    Spread the love

    Spread the love ଭୁବନେଶ୍ୱର: ଜେଏମଜେ ନ୍ୟୁଜ : ରାଜ୍ୟ ସରକାର ଖୁବ୍ ଶୀଘ୍ର ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସ ବା SITI ଓଡିଶା ପ୍ରତିଷ୍ଠା କରିବେ । ଏହା ରାଜ୍ୟ ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ବା ଏକ…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!