ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

Spread the love

ଭୁବନେଶ୍ୱର, ୨୧।୪ : ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବିଧାନସଭା ଅଧ୍ୟକ୍ଷଙ୍କ କ୍ଷମତା ଓ ଦାୟିତ୍ୱର ସମୀକ୍ଷା ପାଇଁ ପୁରୀଠାରେ ବାଚସ୍ପତି କମିଟି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନରୱେକର ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ କହିଥିଲେ ଯେ ସମ୍ବିଧାନ ବିଶେଷଜ୍ଞ ତଥା ଆଇନର ବିଷାରଦମାନଙ୍କୁ ନେଇ କମିଟି ଗଠନ କରାଯାଇ ଏସବୁ ଆହ୍ୱାନର ମୁକାବିଲା ଦିଗରେ କାର୍ଯ୍ୟ କରିବା ଉଚିତ ।

ଆଗାମୀ ଦିନରେ ଏହାକୁ କିପରି ଗଣତାନ୍ତ୍ରିକ ପରମ୍ପରାରେ ସୁରକ୍ଷିତ ରଖାଯାଇ ପାରିବ ଏ ଦିଗରେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ବିଧାନ ବିଶେଷଜ୍ଞ ତଥା ମହାରାଷ୍ଟ୍ରର ପୂର୍ବତନ ମହାଧିବକ୍ତା ହରି ଜୀ ଆନେ ଏବଂ ଓଡ଼ିଶାର ମହାଧିବକ୍ତା ପୀତାମ୍ବର ଆଚାର୍ଯ୍ୟ ସମ୍ବିଧାନର ୧୦ମ ଅନୁସୂଚୀ ଅନୁଯାୟୀ ଦଳବଦଳ ନିୟମକୁ କିପରି କଠୋର ଭାବରେ ଲାଗୁ କରାଯାଇ ପାରିବ ଏବଂ ଏହାର ଭବିଷ୍ୟତର ରୂପରେଖ କିଭଳି ଭାବରେ ଜନସାଧାରଣଙ୍କର ଆସ୍ଥା ଓ ଜନପ୍ରତିନିଧିମାନଙ୍କର ଭୂମିକାକୁ ନିଶ୍ଚିତ କରିବ ସେ ସମ୍ପର୍କରେ ଆଇନଗତ ତର୍ଜମା କରିଥିଲେ ।

ଓଡ଼ିଶା ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ସ୍ଵାଗତ ସୂଚନା ପ୍ରଦାନ କରିଥିଲେ । ଲୋକସଭା ସଚିବାଳୟର ନିର୍ଦ୍ଦେଶକ ଅଜୟ ସୁଦ୍, ନିର୍ଦ୍ଦେଶକ(କନଫରେନ୍ସ ଓ ପ୍ରୋଟୋକଲ ଶାଖା) ୟୁମନାମ୍ ଅରୁଣ କୁମାର ଯୋଗ ଦେଇଥିଲେ।

କମିଟିର ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନରୱେକର, ଓଡ଼ିଶାର ବାଚସ୍ପତି ସୁରମା ପାଢୀ, କର୍ଣ୍ଣାଟକର ବାଚସ୍ପତି ୟୁ.ଟି. ଖାଦିର ଫରିଦ୍‌, ନାଗାଲାଣ୍ଡର ବାଚସ୍ପତି ସାରିଙ୍ଗେନ୍‌ ଲଙ୍ଗକୁମେର୍ କହିଥିଲେ ଯେ, ସମ୍ବିଧାନର ୧୦ମ ଅନୁଚ୍ଛେଦକୁ ଆହୁରି ପ୍ରଭାବଶାଳୀ କରିବାକୁ ପଡ଼ିବ । ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଏ ସମ୍ପର୍କରେ ବିଧିବଦ୍ଧ ଭାବରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଦଳ ବଦଳକୁ କିପରି ରୋକା ଯାଇ ପାରିବ ଏଥି ପାଇଁ କିଭଳି ପଦକ୍ଷେପ ଗ୍ରହଣ କରାଯିବ, ସେ ସମ୍ପର୍କରେ ସବିଶେଷ ଆଲୋଚନା ହେବ । ୧୯୮୫ ମସିହାରେ ଏହି ଦଳ ବଦଳ ନିରୋଧ ଆଇନ ଲାଗୁ କରାଯାଇଥିବା ବେଳେ ପରବର୍ତ୍ତି ସମୟରେ ଏଥିରେ ବ୍ୟାପକ ସଂଶୋଧନ କରାଯାଇଛି । ଏହା ଦ୍ଵାରା ଜନ ପ୍ରତିନିଧିମାନେ ଜନସାଧାରଣଙ୍କ ଆସ୍ଥା ଭାଜନ ହେବା ସହିତ ସଂସଦୀୟ ପରମ୍ପରା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ବଜାୟ ରହିପାରିବ । ଏହି କମିଟିର ପ୍ରଥମ ବୈଠକ ମହାରାଷ୍ଟ୍ରଠାରେ ଅନୁଷ୍ଠିତ ହୋଇଥିବା ବେଳେ ପରବର୍ତ୍ତୀ ସମ୍ମିଳନୀ କର୍ଣ୍ଣାଟକଠାରେ ଆୟୋଜିତ ହେବ ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 7 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 74 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ