ନବୀନଙ୍କ ବିରୋଧରେ ପୋଲିସ ଲଗାଇଲେ ମୋହନ

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପୂର୍ବ ସରକାରଙ୍କ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଦୁଇଟି ତଦନ୍ତ ଫାଇଲ୍ ଗାଏବ୍ ହେବା ଘଟଣା ପଦାକୁ ଆସିଲା ପରେ ଏହା ଏବେ ରାଜନୈତିକ ମୋଡ଼ ନେଇଛି। ବିଶେଷକରି ଗୃହ ବିଭାଗ ପକ୍ଷରୁ କ୍ୟାପିଟାଲ୍ ଥାନାରେ ଏନେଇ ଏତଲା ଦେବାପରେ ଚର୍ଚ୍ଚା ଜୋର୍ ଧରିଛି। କୁହାଯାଉଛି ଏହି ଘଟଣାରେ ବିଜେଡି ମୁହଁ ବନ୍ଦ କରିବା ପାଇଁ ଏବଂ ବର୍ତ୍ତମାନର ଲଗାତାର୍ ସ୍ଥିତିରୁ ନଜର ହଟାଇବା ପାଇଁ ବିଜେପିକୁ ଏକ ବଡ଼ ଅସ୍ତ୍ର ମିଳିଯାଇଛି।ଏଥିରେ ସିଧାସଳଖ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଡ଼କୁ ଅଙ୍ଗୁଳି ଉଠିଛି। ଦୁଇବର୍ଷ ପୂତ୍ତି ବିଜେପି ସରକାର ପାଳନ କରିବା ଯିବା ପୂର୍ବରୁ ବିଜେଡି ଯେଉଁ ବିଫଳତାର ଦୀର୍ଘ ଚିଠା ଆଣୁଛି ତାକୁ ମୁକାବିଲା କରିବା ସହ ଜନମତକୁ ବିଜେଡି ମୁହାଁ କରିବା ଲାଗି ଏହା ଏକ ସୁଚିନ୍ତିତ ରାଜନୈତିକ ଉଦ୍ୟମ ବୋଲି କୁହାଯାଉଛି।

ରାଜ୍ୟରେ ବିଜେପି ସରକାର କ୍ଷମତାଶୀନ ହେବାପରେ ଦିନକୁ ଦିନ ଦେଖାଦେଉଛି ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଯିଏ ଯଉଠି ଯାହାକୁ ପାରୁଛି ହାଣୁଛି, ମାରୁଛି ଓ ଦୁଷ୍କର୍ମ କରୁଛି। ସତେ ଯେପରି ଆଇନ୍‌ଶୃଙ୍ଖଳା ସମ୍ଭାଳିବାରେ ସରକାର ବିଫଳ ହୋଇଛନ୍ତି। ରାତି ପାହିଲେ ଏହି ଘଟଣାମାନ ଘଟିଚାଲିଛି। କେତେକ ଘଟଣାରେ ବିଜେପି ନେତାମାନଙ୍କର ସଂପୃକ୍ତି ଆସୁଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରି ଛବି ମଳିନ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏଥି ସହିତ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ ବିରୋଧୀ ଏକାଠି ହୋଇଛନ୍ତି। ଆନ୍ଦୋଳନର ଦାନା ବାନ୍ଧିବାରେ ଲାଗିଛି। ବିଜେପି ଏବେ ଏକ ଅଡ଼ୁଆ ପରିସ୍ଥିତିରେ ପଡ଼ିଛି। କେନ୍ଦ୍ରରେ ମୋଦୀ ସରକାରଙ୍କ ୧୨ ବର୍ଷ ପୂତ୍ତି ପାଳନ କରୁଥିବା ବେଳେ ଓଡ଼ିଶାରେ ମୋହନ ସରକାରଙ୍କ ୨ ବର୍ଷ ପୂତ୍ତି ପାଳନ କରାଯାଉଛି। ସରକାର ନିଜର ସଫଳତାକୁ ପ୍ରଚାର ପ୍ରସାର କରୁଥିବା ବେଳେ ଘଟିଥିବା ଘଟଣାମାନଙ୍କୁ ନେଇ ବିରୋଧୀଙ୍କ ଶାଣିତ ଆକ୍ରମଣ ଅଡ଼ୁଆରେ ପକାଉଛି।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 3 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 7 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 74 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ