ଅର୍ଥନୀତି ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ

Spread the love


ଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅର୍ଥନୀତି ବିଭାଗ ଓ ସେଣ୍ଟର ଅଫ ସୋସିଆଲ ଏସକେଲୁସନ ଏଣ୍ଡ ଇଂକ୍ଲୁସିବ ପଲିସି ଏବଂ ଓଡ଼ିଶା ସରକାରଙ୍କ ପି ଏମ -ଉଷା ମିଳିତରେ ଦୁଇ ଦିନ ଧରି ଚାଲିଥିବା ଜାତୀୟ ସମ୍ମିଳନୀ ଉଦଯାପିତ ହୋଇଛି l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ ଯୋଗ ଦେଇ ଭାରତକୁ “ବିକଶିତ ଭାରତ” ର ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଅଞ୍ଚଳୀୟ ସମତା, ନବୀନତା ଓ ପରିବେଶ ସହଯୋଗୀ ବିକାଶ ନୀତି ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ଏମଏସସିଵି ବିଶ୍ୱବିଦ୍ୟାଳୟ, ବାରିପଦାର ପ୍ରଫେସର ଲକ୍ଷ୍ମୀ ନାରାୟଣ ଦାଶ ଯୋଗ ଦେଇ ଅଞ୍ଚଳୀୟ ଅର୍ଥନୀତିର ସମାବେଶୀ ଉନ୍ନୟନ ପାଇଁ ନୂତନ ନୀତିଗତ ପଦକ୍ଷେପର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର ମୃତ୍ୟୁଞ୍ଜୟ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ମିଳନୀର ସମ୍ପାଦିକା ଡ଼.ଦୀପ୍ତିମୟୀ ମିଶ୍ର ସମ୍ମିଳନୀର ବିବରଣୀ ପାଠ କରିଥିଲେ l ଶେଷରେ ଅର୍ଥନୀତି ବିଭାଗର ସହଯୋଗୀ ଅଧ୍ୟାପକ ବିଷ୍ଣୁ ଚରଣ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ପ୍ରବନ୍ଧ ପାଠ ପାଇଁ ଚାରିଜଣ କୃତୀ ଗବେଷକଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l

  • jmjnewso

    Related Posts

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ବାଲେଶ୍ୱରରେ ଗସ୍ତରେ ଅଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର। ପୂର୍ବାଞ୍ଚଳ ରେଞ୍ଜରେ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଏବଂ ଆଗାମୀ ପାର୍ବଣକୁ ନେଇ ପୂର୍ବାଞ୍ଚଳ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 42 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    • By jmjnewso
    • September 12, 2026
    • 34 views
    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    • By jmjnewso
    • September 12, 2026
    • 31 views
    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    • By jmjnewso
    • September 12, 2026
    • 54 views
    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    • By jmjnewso
    • September 12, 2026
    • 38 views
    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    • By jmjnewso
    • September 12, 2026
    • 26 views
    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି