ବାଘ ରେଳ ଷ୍ଟେସନ ଦାବି, ଭୁବନେଶ୍ବରରେ ଜିଏମଙ୍କୁ ଭେଟି ଦାବିପତ୍ର ପ୍ରଦାନ

Spread the love

ବୌଦ୍ଧ : (ପୂର୍ଣ୍ଣ ଚରଣ ସାହୁ )ବାଉଁଶୁଣି ନିର୍ମାଣଧିନ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ଅର୍ନ୍ତଗତ ବୌଦ୍ଧ ବ୍ଲକ ମନୁପାଲି ପଞ୍ଚାୟତ କନ୍ଧରିଆପଡା ନିକଟରେ “ବାଘ” ଷ୍ଟେସନ ପାଇଁ ଡିପିଆର ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ରେଳବାଇ ପକ୍ଷରୁ ସେଠାରେ ପ୍ରାୟ ୭୨.୦୦ ଏକର ଜମି ଅଧିଗ୍ରହଣ କରାଯାଇଛି। ଏବଂ ଗୋଟିଏ ଗାଁର ଲୋକେ ବିସ୍ଥାପିତ ମଧ୍ୟ ହୋଇଛନ୍ତି। ଏସବୁ ସତ୍ତ୍ୱେ ଏଠାରେ ଷ୍ଟେସନ ସ୍ଥାପନ ହୋଇନଥିବାରୁ ମନୁପାଲି, ବାଉଁଶୁଣୀ, ଅଁଳାପାଲି, ଗୋଛାପଡା, ଗୁନ୍ଦୁଳିଆ, ଶଗଡା, ଖଲିଆପାଲି, ରକ୍ସା ଏବଂ ବରଗୋଛା ଆଦି ପଞ୍ଚାୟତ ସହିତ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ଲୋକମାନେ ଏକାଠି ହୋଇ ବାଘ ରେଳ ଷ୍ଟେସନ ସଂଗ୍ରାମ ସମିତି ନାମରେ ଏକ କମିଟି ଗଠନ କରି ଦୁଇ ଦୁଇ ଥର ବୈଠକ କରିବା ସହିତ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରାମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, କନ୍ଧମାଳ ସାଂସଦ ସୁକାନ୍ତ ପାଣଗ୍ରାହୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସମିତିର ଏକ ପ୍ରତିନିଧି ମଣ୍ଡଳୀ ଇଷ୍ଟ କୋଷ୍ଟ ରେଲୱେ ସମ୍ବଲପୁରର ମୁଖ୍ୟ ଏଡିଏମ ଆନନ୍ଦ ସିଂହଙ୍କୁ ପୂର୍ବରୁ ଭେଟି ଦାବି ଉପସ୍ଥାପନ କରିବା ସହିତ ଆଜି (ଗୁରୁବାର) ଭୁବନେଶ୍ୱରସ୍ଥିତ ରେଳ ସଦନ ଠାରେ ଇଷ୍ଟ କୋଷ୍ଟ ରେଲୱେର ମହାପ୍ରବନ୍ଧକ ପରମେଶ୍ବର ଫୁଙ୍କ୍ୱାଲଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସମିତିର ସଭାପତି କରୁଣାକର ଘଣ୍ଟୁଆଳଙ୍କ ନେତୃତ୍ବରେ ସମ୍ପାଦକ ଇନ୍ଦୁଭୂଷଣ ମହାକୁଳ,  ବିଜେପି ଯୁବନେତା ଓମପ୍ରକାଶ ମିଶ୍ର, ସମିତିର ବରିଷ୍ଠ ସଦସ୍ୟ ନକୁଳ ପ୍ରଧାନ, ଦେବରାଜ ଭୋଇ, ଆହାଲ୍ଲାଦ ଖମାରୀ, ରଞ୍ଜନ ମହାକୁଳ, ରଞ୍ଜିତ କର୍ଣ୍ଣ, ଲୋକନାଥ ସାହୁ ପ୍ରମୁଖ ସାମିଲ ହୋଇ ଏହି ଦାବିପତ୍ର ଦିଆଯାଇଛି ବୋଲି ସମିତି ପକ୍ଷରୁ ଏକ ପ୍ରେସ ବାର୍ତ୍ତାରେ କୁହାଯାଇଛି।

  • jmjnewso

    Related Posts

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଘରଦ୍ୱାର ସଫାସୁତରାଠାରୁ ଆରମ୍ଭ କରି ନୂଆ ବସ୍ତ୍ର, ପୂଜା ସାମଗ୍ରୀ ଓ ବିଭିନ୍ନ ଖାଦ୍ୟପଦାର୍ଥ କିଣାକିଣିରେ…

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 65 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ