ରଥଯାତ୍ରା ପାଇଁ ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲା ପ୍ରଥମ ରଥକାଠ

Spread the love

ନୟାଗଡ : ଜେଏମଜେ ନ୍ୟୁଜ : ଚଳିତ ବର୍ଷ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ମହାବୀର କ୍ଷେତ୍ର ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ତିନୋଟି ଟ୍ରକ୍ ରେ ବାହାରିଲା ରଥ କାଠ। ଗତ ଡ଼ିସେମ୍ବର ୩୦ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଜଣିଆ ଟିମ୍ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଧରି  ମା ବଡ଼ରାଉଳଙ୍କ ପୀଠରେ ପୂଜାର୍ଚ୍ଚନା କରି ଫେରିଥିଲେ। ଏହାପରେ ରଥକାଠ ଚିହ୍ନଟ କରି ୧୨ ଓ ୨୦ ଫୁଟିଆ ଅସନ ଓ ଧଉଡା କାଠକୁ ପୁରୀ ପଠା ଯାଇଛି।


ଚଳିତବର୍ଷ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପାଖେ ଗତ ବର୍ଷର ୪୭ ଖଣ୍ଡ କାଠ ବଳକା ରହିଛି। ଚଳିତ ବର୍ଷ ଅବଶିଷ୍ଟ ୮୧୮ ଖଣ୍ଡ କାଠର ଆବଶ୍ୟକତା ରହିଛି। ତେଣୁ ଦଶପଲ୍ଲା ବନାଞ୍ଚଳରର  ଟାକେରା ଏବଂ ପୋଖରୀଗୋଛା ସେକ୍ସନରୁ ଧଉରା କାଠ ୧୨ଫୁଟିଆ ଏବଂ ୨୦ଫୁଟିଆ ୪୩ଖଣ୍ଡ ଓ ଅସନ କାଠ ୧୨ଫୁଟିଆ ଏବଂ ୨୦ଫୁଟିଆ ୪୦ଖଣ୍ଡ  କାଠ ସଂଗ୍ରହ କରି ଭବ୍ୟ ଏବଂ ଦିବ୍ୟ ପରିବେଶ ମଧ୍ୟରେ  ପ୍ରଥମ ପର୍ଯ୍ୟାୟରେ ଦଶପଲ୍ଲାର ଆରାଧ୍ୟ ମହାବୀରଙ୍କ ମନ୍ଦିର ଠାରେ ଭବ୍ୟ  ପୂଜାର୍ଚ୍ଚନା ପରେ ପୁରୀ ପଠା ଯାଇଛି।

ଦଶପଲ୍ଲା ବନାଞ୍ଚଳ ଅଧିକାରୀ ଶ୍ରୀନିବାସ ଦାସଙ୍କ ତତ୍ୱାବଧାନରେ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଏସିଏଫ ଏବଂ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ। ୩ଟି ଟ୍ରକ ରଥକାଠ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ପଠା ଯାଇଛି। ସେପଟେ ଆଗାମୀ ଶ୍ରୀପଞ୍ଚମୀ ଦିନ ରଥଖଳାରେ  ୩ଟି ୧୨ଫୁଟିଆ ଧଉରା କାଠ ପୂଜା ହେବାର ବିଧି ରହିଛି ଏବଂ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଆଉ ବଳକା କାଠ ପର୍ଯ୍ୟାୟ କ୍ରମେ ପଠାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ଦାସ କହିଛନ୍ତି।

  • jmjnewso

    Related Posts

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଘରଦ୍ୱାର ସଫାସୁତରାଠାରୁ ଆରମ୍ଭ କରି ନୂଆ ବସ୍ତ୍ର, ପୂଜା ସାମଗ୍ରୀ ଓ ବିଭିନ୍ନ ଖାଦ୍ୟପଦାର୍ଥ କିଣାକିଣିରେ…

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 69 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ