ରାଉରକେଲାରେ ବଡ଼ ଧରଣର ବିମାନ ଦୁର୍ଘଟଣା: 6 ଆହତ

Spread the love

ରାଉରକେଲାରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଅବତରଣ କଲା ବେଳେ କ୍ରାସ କଲା ବିମାନ । ଭୁବନେଶ୍ବରରୁ ରାଉରକେଲା ଆସୁଥିଲା ଯାତ୍ରୀବାହୀ ବିମାନ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ହୋଇଥିବା ସୂଚନା । ବିମାନରେ ଥିବା ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ୪ ଯାତ୍ରୀ ଓ ୨ କ୍ରିଉ ମେମ୍ବର ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାସ୍ଥଳକୁ ଯାଉଛନ୍ତି ଉଦ୍ଧାରକାରୀ ଦଳ ଓ ଅଗ୍ନିଶମବାହିନୀ।

ଯାହା ସୂଚନା ରହିଛି, ରାଉରକେଲାକୁ ଆସୁଥିବା ବେଳେ ଜଲଦା କାଏଁସର ଗ୍ରାମର ପଡ଼ିଆ ନିକଟରେ ଟେକ୍ନିକାଲ ତ୍ରୁଟି ଯୋଗୁଁ ଏକ ୯ ସିଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡିଯାଇଛି| ଏହାଫଳରେ ୨ ପାଇଲଟଙ୍କ ସମେତ ୬ ଆହତ ହୋଇଥିବା ଜଣାଯାଇଛି। ଘଟଣା ସ୍ଥଳରେ ଗାଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଜଲଦା, ରଘୁନାଥ ପାଲି ପୁଲିସ, ଲାଠିକଟା ପୁଲିସ ପହଞ୍ଚି ଘଟଣା ସ୍ଥଳରୁ ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇ ଥିଲେ | ପାଇଲଟ୍ ନବୀନ ଖଙ୍ଗାରା ଗୁରୁତର ଥିବା ସୂଚନା ରହିଛି। ଅନ୍ୟ ଆହତମାନେ ସହ ପାଇଲଟ୍ ତରୁଣ ଶ୍ରୀବାସ୍ତବ, ଯାତ୍ରୀ ଅନିତା ସାହୁ, ସବିତା ଅଗ୍ରୱାଲ୍ ଓସୁନିଲ ଅଗ୍ରୱାଲ୍। ଅନ୍ୟ ଜଣେ ଯାତ୍ରୀଙ୍କର ପରିଚୟ ମିଳିନାହିଁ।

ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ହେତୁ ଏଭଳି ଅଘଟଣ ଘଟିଥିବା ଜଣାଯାଇଛି। ଭଗବାନଙ୍କ ଆଶୀର୍ବାଦରୁ କାହାରି କିଛି କ୍ଷତି ହୋଇନାହିଁ। ଯାତ୍ରୀମାନଙ୍କ ଅବସ୍ଥା ଭଲ ଅଛି। ମୁଁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛି। ଘଟଣାସ୍ଥଳରେ ରାଉରକେଲା ଏସପି ପହଞ୍ଚିଛନ୍ତି।

  • jmjnewso

    Related Posts

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଘରଦ୍ୱାର ସଫାସୁତରାଠାରୁ ଆରମ୍ଭ କରି ନୂଆ ବସ୍ତ୍ର, ପୂଜା ସାମଗ୍ରୀ ଓ ବିଭିନ୍ନ ଖାଦ୍ୟପଦାର୍ଥ କିଣାକିଣିରେ…

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 70 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ