ଭୁବନେଶ୍ୱର:ଜେଏମଜେ ନ୍ୟୁଜ: (ପ୍ରମୋଦ କୁମାର ମହାପାତ୍ର): ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ବିଶିଷ୍ଟ ଜନନେତା ଅଶୋକ ଦାସଙ୍କର ୧୬ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇ ଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓଡ଼ିଶାର ବହୁ ଗନ୍ୟ ମାନ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ଅଶୋକ ଦାସଙ୍କ ଜୀବନୀ କାର୍ଯ୍ୟଧାରା ଉପରେ ଗୁଣ ଗାନ କରିଥିଲେ। ସଭାପତି ଦିଗାମ୍ବର ଜେନା ଙ୍କ ସଂଯୋଜନା ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ,ବରିଷ୍ଟ ଆଇନଜୀବୀ ପ୍ରଶାନ୍ତ କୁମାର ବର୍ମା, କେଦାର ମିଶ୍ର ଓ ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ,ଅଶୋକ ଦାସଙ୍କ ର ରାଜନୈତିକ ଓ ସାମାଜିକ ଜୀବନ କୁ ନେଇ ନିଜ ନିଜ ର ମନ୍ତବ୍ୟ ରଖିଥିଲେ. ଅନୁଷ୍ଠିତ ସଭା ରେ ବହୁ ବିଜ୍ଞବ୍ୟକ୍ତି, ରାଜନେତା, ସମାଜସେବୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା.








