ଦୀପାବଳିରେ ଆଖି ବୁଜିଲେ ପ୍ରସିଦ୍ଧ ଅଭିନେତା ଗୋବର୍ଦ୍ଧନ ଅସରାନି।

Spread the love

ହିନ୍ଦୀ ସିନେମାର ବରିଷ୍ଠ, ଭର୍ସାଟାଇଲ୍ ଅଭିନେତା ଗୋବର୍ଦ୍ଧନ ଅସରାନିଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ଦିନରୁ ଅସୁସ୍ଥ ଥିବା ଅସରାନି ସୋମବାର ଦୀପାବଳି ଦିନ ୪ଟାରେ ଆଖି ବୁଜିଛନ୍ତି ।

ଜେଏମଜେ ବ୍ୟୁରୋ : ସମସ୍ତଙ୍କୁ ହସାଉଥିଲେ । ତାଙ୍କ ହସ ହସ ମୁହଁ ସମସ୍ତଙ୍କୁ ମତୁଆଲା କରୁଥିଲା । ବଲିଉଡ୍‌ର ବିଶିଷ୍ଟ କମେଡିଆନ୍ ଏବଂ ସହ କଳାକାର ଭାବେ ପ୍ରସିଦ୍ଧି ପାଇଥିଲେ । ଅନେକ ହିନ୍ଦୀ ଫିଲ୍ମର ସେ ଥିଲେ ମେରୁଦଣ୍ଡ । ଆଉ ଦୀପାବଳିରେ ସେ ଆଖି ବୁଜିଛନ୍ତି । ୮୪ ବର୍ଷ ବୟସରେ ଅଭିନେତା ଗୋବର୍ଦ୍ଧନ ଅସରାନିଙ୍କ ପରଲୋକ ଘଟିଛି ।

ହିନ୍ଦୀ ସିନେମାର ବରିଷ୍ଠ, ଭର୍ସାଟାଇଲ୍ ଅଭିନେତା ଗୋବର୍ଦ୍ଧନ ଅସରାନିଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ଦିନରୁ ଅସୁସ୍ଥ ଥିବା ଅସରାନି ସୋମବାର ଦୀପାବଳି ଦିନ ୪ଟାରେ ଆଖି ବୁଜିଛନ୍ତି । ରାଜସ୍ଥାନ ଜୟପୁରରେ ଜନ୍ମିତ ଅସରାନି ୫ ଦଶନ୍ଧି ଧରି ବଲିଉଡ୍‌ରେ ରାଜ୍ କରିଥିଲେ ।ପ୍ରାୟ ୩୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ଅସରାନିଙ୍କ ଅଭିନୟର ଯାଦୁ । ୧୯୭୦ ଦଶନ୍ଧି ଥିଲା ଅସରାନଙ୍କ ଯୁଗ । ସେତେବେଳେ ସେ ଥିଲେ ଲୋକପ୍ରିୟ କଲାକାର । ‘ମେରେ ଅପନେ’, ‘କୋଶିସ୍’, ‘ପରିଚୟ’, ‘ଅଭିମାନ’, ‘ଚୁପ୍‌କେ ଚୁପ୍‌କେ’, ‘ଛୋଟି ସି ବାତ’, ‘ରଘୁ ଚକ୍କର’ ଆଦି ଫିଲ୍ମରେ ତାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଥିଲା । ଅଭିନୟ ସହ ସେ କିଛି ଫିଲ୍ମର ନିର୍ଦ୍ଦେଶନା ଦେବା ସହ କାହାଣୀ ମଧ୍ୟ ଲେଖିଥିଲେ ।

  • jmjnewso

    Related Posts

    ରାସନ କାର୍ଡରୁ ବାଦ୍‌ ପଡିଲେ ୯ ଲକ୍ଷ ଅଧିକ ଅଯୋଗ୍ୟ ହିତାଧିକାରୀ

    Spread the love

    Spread the loveଭୁବନେଶ୍ୱର:ଜେଏମଜେ ନ୍ୟୁଜ : ରାଜ୍ୟରେ ନୂତନ ରାସନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ୯ ଲକ୍ଷ ୮୧ ହଜାର ୬୬୧ ଜଣ ଅଯୋଗ୍ୟ ହିତାଧିକାରୀ…

    ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା: ୧୧୫ ପୌରସଂସ୍ଥାକୁ ନୋଟିସ୍: ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ.

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ରାଜ୍ୟରେ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ନିୟମକୁ ଅଧିକ କଡ଼ାକଡ଼ି କରିବାକୁ ପଦକ୍ଷେପ ନେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ସହ ଜଡ଼ିତ ନିୟମର ଅନୁପାଳନ ଓ କମନ୍ ଏକ୍ସଟେଣ୍ଡେଡ୍…

    Leave a Reply

    Your email address will not be published. Required fields are marked *

    You Missed

    ରାସନ କାର୍ଡରୁ ବାଦ୍‌ ପଡିଲେ ୯ ଲକ୍ଷ ଅଧିକ ଅଯୋଗ୍ୟ ହିତାଧିକାରୀ

    • By jmjnewso
    • September 23, 2026
    • 33 views
    ରାସନ କାର୍ଡରୁ ବାଦ୍‌ ପଡିଲେ ୯ ଲକ୍ଷ ଅଧିକ ଅଯୋଗ୍ୟ ହିତାଧିକାରୀ

    ଡ୍ରେଇନ ପାଣି ରେ ଉବୁଟୁବୁ ସୂର୍ଯ୍ୟନଗର ବାସୀ :ସମସ୍ୟା ସୁଧାର ପାଇଁ ଆଗେଇ ଆସିଲେ ତହସିଲଦାର

    • By jmjnewso
    • September 23, 2026
    • 96 views
    ଡ୍ରେଇନ ପାଣି ରେ ଉବୁଟୁବୁ ସୂର୍ଯ୍ୟନଗର ବାସୀ :ସମସ୍ୟା ସୁଧାର ପାଇଁ ଆଗେଇ ଆସିଲେ ତହସିଲଦାର

    ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି ଅତଡ଼ା।

    • By jmjnewso
    • September 23, 2026
    • 45 views
    ତାରାତାରିଣୀ ପାହାଡ଼ ରୁ ଖସିଲା ମାଟି ଅତଡ଼ା।

    ଦିନ ତମାମ ମେଘୁଆ ପାଗ ସହ ବର୍ଷା: ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ

    • By jmjnewso
    • September 23, 2026
    • 31 views
    ଦିନ ତମାମ ମେଘୁଆ ପାଗ ସହ ବର୍ଷା:  ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ

    କରସିଂଙ୍ଗିରେ ସେବା ସେତୁ ଅଭିଯାନ

    • By jmjnewso
    • September 23, 2026
    • 31 views
    କରସିଂଙ୍ଗିରେ ସେବା ସେତୁ ଅଭିଯାନ

    ସାରୁବନ୍ଧ ଘାଇ କାମରେ ଅନିୟମିତତା ଅଭିଯୋଗ!

    • By jmjnewso
    • September 23, 2026
    • 34 views
    ସାରୁବନ୍ଧ ଘାଇ କାମରେ ଅନିୟମିତତା ଅଭିଯୋଗ!