ଜେଏମଜେ ବ୍ୟୁରୋ : ଆଜି ପବିତ୍ର ଦୀପାବଳି ଅମାବାସ୍ୟାରେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ.ଏବଂ ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼..ପବିତ୍ର ଦୀପାବଳି ଅମାବାସ୍ୟାରେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ,ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଗାଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିଲେ ଦର୍ଶନାର୍ଥୀ। ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ଏମିତି ଡାକରେ ପ୍ରକମ୍ପିତ ହୋଇଛି ବଡଦାଣ୍ଡ। ଶ୍ରୀମନ୍ଦିର ସମ୍ମୁଖରେ ଏକାଠି ହୋଇ ବଡ଼ବଡୁଆ ଡାକିଲେ ହଜାର ହଜାର ଶ୍ରଦ୍ଧାଳୁ । ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକ ଆସିଥିବା ପିତୃପୁରୁଷଙ୍କୁ ଆଜି ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ଦୀପଦାନ ବା ପୟାଶ୍ରାଦ୍ଧର ବିଧି ରହିଛି । କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକନ୍ତି ଶ୍ରଦ୍ଧାଳୁ..
ଆଜି ଶ୍ରୀମନ୍ଦିର ନିକଟ ଏମାରମଠ ଚକଡାରେ ପ୍ରଶାସନ ତରଫରୁ ହୋଇଥିବା ଚାରୋଟି ସ୍ଥାନରେ କାଉଁରିଆ କାଠି ଜାଲିଛନ୍ତି ଶ୍ରଦ୍ଧାଳୁ। ଜଗା ଦର୍ଶନ ସହ ପୟାଶ୍ରାଦ୍ଧ ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର। ସେପଟେ ଭକ୍ତଙ୍କ ସୁରକ୍ଷା,, ଶୃଙ୍ଖଳିତ ଭାବେ ବଡବଡିଆ ଡାକିବା ପାଇଁ ପୋଲିସ ପକ୍ଷରୁ ପ୍ରାୟ 28 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସରକାର ଦୀପାବଳି ପାଳନ ପାଇଁ ଦୁଇଦିନ ଛୁଟି ଘୋଷଣା କରିଥିବା ବେଳେ ଆଜି ଏବଂ ଆସନ୍ତାକାଲି ମଧ୍ୟ ଭକ୍ତମାନଙ୍କ କାଉଡିଆ କାଠି ଜାଳିବା ପାଇଁ ବ୍ୟବସ୍ଥା ହୋଇଥିବା କହିଛନ୍ତି ପୁରୀ ଏସପି ପ୍ରତୀକ୍ ସିଂହ। ଅନ୍ୟପଟେ ଭୋର 4ଟାରୁ ରାତି 10 ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ବଳବତ୍ତର ରହିବା ସହ ମାର୍କେଟ ଛକଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ପର୍ଯ୍ୟନ୍ତ ନୋ ଭେଇକିଲ୍ ଜୋନ୍ କରାଯାଇଛି।
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ






